Home ଓଡ଼ିଶା ପଥର ପଡି ମାଲବାହୀ ଟ୍ରେନ ଲାଇନଚ୍ୟୁତ ; ରେଳ ଚଳାଚଳ ବାଧାପ୍ରାପ୍ତ

ପଥର ପଡି ମାଲବାହୀ ଟ୍ରେନ ଲାଇନଚ୍ୟୁତ ; ରେଳ ଚଳାଚଳ ବାଧାପ୍ରାପ୍ତ

565

କୋରାପୁଟ ୦୩-୦୬-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଜୟପୁର ନିକଟ ମାଳିଗୁଡାରେ ଏକ ମାଲବାହି ଟ୍ରେନ ଲାଇନଚ୍ୟୁତ ହେବାରୁ କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବୈଲାଡିଲାରୁ ଏକ ମାଲବାହି ଟ୍ରେନ ଲୁହାପଥର ନେଇ ବିଶାଖାପାଟଣା ଯାଉଥିବାବେଳେ ଆଜି ସକାଳେ ଜୟପୁର –କୋରାପୁଟ ମଧ୍ୟରେ ଥିବା ଛତ୍ରୀପୁଟ-ମାଳିଗୁଡା ଷ୍ଟେସନ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା। ଫଳରେ ଉକ୍ତ ଲାଇନରେ ଟ୍ରେନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଓ ରାଉରକେଲା ଜଗଦଲପୁର ଏକ୍ସପ୍ରେସ୍ କୋରାପୁଟ ଷ୍ଟେସନରୁ ଆଜି ଫେରି ଥିବାବେଳେ କୋତାବାଲସାରୁ -କିରଣ୍ଡୋଲ ପାସେଂଜର କୋରାପୁଟରୁ ଏବଂ କିରଣ୍ଡୋଲ-କୋତାବାଲସା ଜୟପୁରରୁ ଫେରି ଯାଇଛି।ଆଜି କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ରେଳଲାଇନରେ ଏକ ପଥର ପଡିଯାଇଥିବାରୁ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.