Home ଜିଲ୍ଲା ପରିକ୍ରମା ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସେମିରେ ସୋଲାର କ୍ରିକେଟ ଟିମ୍

ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସେମିରେ ସୋଲାର କ୍ରିକେଟ ଟିମ୍

4

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଯଶୋଟିକିରି ବୈତରଣୀ ନଦୀକୂଳ ପଡିଆରେ ୨୭ତମ ମହାବୀର କପ କ୍ରିକେଟ ଫେଷ୍ଟିଭାଲ ରବିବାର ଉଦଘାଯିତ ହୋଇଯାଇଛି । ମହାବୀର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ସରପଞ୍ଚ ଦେବଦାସୀ ଜେନା ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଆଜି ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଭୁବନେଶ୍ୱର ଫ୍ୟୁଚର ଏକାଡେମୀ ଓ କଟକ ସୋଲାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୋଲାର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୫ ଓଭରରେ ସମସ୍ତ ଉଇକେଟ ହରାଇ ୨୦୫ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ସନ୍ତୋଷ ସେଠୀ ୯୦ ରନ ଓ ଜଗତଜୀବନ ସେଠୀ ୩୩ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଆଶିଷ ବେହେରା ୪ ଓଭର ବୋଲିଂ କରି ୭ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଫ୍ୟୁଚର ଏକାଡେମୀ ୨୪.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୦୩ କରି ପରାଜିତ ହୋଇଥିଲା । ଏହି ଦଳର ବ୍ୟାଟ୍ସମ୍ୟାନ କାହ୍ନା ଭୂତିଆ ୭୯ ଓ ଦେବରାଜ ବେହେରା ୩୭ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ସତ୍ୟପ୍ରକାଶ ସାମଲ ୫ ଓଭର ବୋଲିଂ କରି ୩୦ ରନ ବିନିମୟରେ ୨ ଉଇକେଟ ଓ ବୁନି ଶଶାଙ୍କ ୫ ଓଭରରେ ୩୧ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ସନ୍ତୋଷ ସେଠୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ସତ୍ୟବ୍ରତ ଜେନା ଆମ୍ପାୟାର, ରାଜୀବ ରାଉତ ଓ ସନ୍ତୋଷ ନନ୍ଦ ସ୍କୋରର, ପ୍ରତ୍ୟୁଷ ସାହୁ ଓ ସୌଭାଗ୍ୟ ରାଉତ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ମାନସ କୁମାର ପଣ୍ଡା ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ । କ୍ଲବ ପକ୍ଷରୁ ସଭାପତି ତପନ ପ୍ରଧାନ, ସମ୍ପାଦକ ପ୍ରତାପ ପଣ୍ଡା, ଚେୟାରମ୍ୟାନ ସୁଧାଂଶୁ ରାଉତ, ପରିଚାଳକ ଉମେଶ ସ୍ୱାଇଁ, ଅଭିଜିତ ରାଉତରାୟ, ପ୍ରଜ୍ଞା ପଣ୍ଡା, ସାଗର ରଥ, ଶୁଭମ ମହାପାତ୍ର, ଅନିଲ ପୃଷ୍ଟି, ଦିଲ୍ଲିପ ପୃଷ୍ଟି ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.