Home ଜିଲ୍ଲା ପରିକ୍ରମା ମୋ ସ୍କୁଲ ଅଭିଯାନରେ ୫ ଲକ୍ଷ ଦାନ

ମୋ ସ୍କୁଲ ଅଭିଯାନରେ ୫ ଲକ୍ଷ ଦାନ

16

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଅନୁଯାୟୀ ଭଦ୍ରକ ଚରମ୍ପା ଡଗରାସାହି ସ୍ଥିତ ନଟବର ସରାକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜନତା ସେବା କେନ୍ଦ୍ର ଆନୁକୁଲ୍ୟରେ ମା’ ତାରିଣୀ ଷ୍ଟିଲ ପ୍ରାଇଭଟେ ଲିମିଟେଡ଼ର ସତ୍ତ୍ୱାଧିକାରୀ ସନ୍ତୋଷ କୁମାର ଅଗ୍ରୱାଲ ଓ ନିର୍ଦ୍ଦେଶକ ସଞ୍ଜୟ କୁମାର ଅଗ୍ରୱାଲ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଯାହାକୁ ଜନତା ସେବା କେନ୍ଦ୍ରର ସଭାପତି ବିଶ୍ୱନାଥ ଅଗ୍ରୱାଲ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଭା ମାଧ୍ୟମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଜେନାଙ୍କୁ ପ୍ରଦାନ କରିଛନ୍ତି । ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ଅଧ୍ୟକ୍ଷତା କରିଥିଲେ । ସଭାରେ ଉପସ୍ଥିତ ଯୁଗଳ କିଶୋର ଅଗ୍ରୱାଲ ଉଦ୍‌ବୋଧନ ଦେଇ କହିଥିଲେ କି ସେ ସରକାରଙ୍କ ମୋ ସ୍କୁଲ ଅଭିଯାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ସେ ମଧ୍ୟ ଆଗାମୀ ଦିନରେ ବିଦ୍ୟାଳୟକୁ ଅର୍ଥ ପ୍ରଦାନ କରିବେ ଏବଂ ଅନ୍ୟମାନେ ମଧ୍ୟ ଅର୍ଥଦାନ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ମୋ ସ୍କୁଲ ଅଭିଯାନର ସଂଚାଳକ ତଥା ସଭାର ମୁଖ୍ୟବକ୍ତା ସରୋଜ ପ୍ରଧାନ କହିଥିଲେ କି ଏହି ବିଦ୍ୟାଳୟ ଆଗାମୀ ଦିନରେ ଜିଲ୍ଲାର ଏକ ଆଦର୍ଶ ବିଦ୍ୟାଳୟ ହେବ ଏବଂ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ଜନତା ସେବା କେନ୍ଦ୍ରର ବରିଷ୍ଠ ଉପଦେଷ୍ଟା ଅଧିବକ୍ତା ନିରାକାର ଜେନା ମୁଖ୍ୟ ଅତିଥି, ଉପସଭାପତି କୈଳାସ ମହାପାତ୍ର ସମ୍ମାନିତ ଅତିଥି, କୁଳମଣି ବେହେରା, ପୁରାତନ ଛାତ୍ର ସଂସଦ ସଭାପତି ସୁବ୍ରତ କୁମାର ଦାସ, ସୁଶାନ୍ତଚ ଚୌଧୁରୀ, ପ୍ରମୋଦ ଛତାର, ଲକ୍ଷ୍ମୀଧର ଦାସ, ଏସ. ମନ୍ମଥ ରାଓ, କୋଷାଧ୍ୟକ୍ଷ ରତ୍ନାକର ହାତୀ, କାହ୍ନୁ ଚରଣ ପୁହାଣ, ବିଦ୍ୟାଳୟର ଅଧ୍ୟକ୍ଷ ସେକ୍ ନଇମ ଓ ସିଆର୍‌ସିସି ଚନ୍ଦ୍ରକାନ୍ତ ଶୁକ୍ଳ, ବିଦ୍ୟାଳୟ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପାଣିଗ୍ରାହୀ, ଶୁଭ୍ରସିନା ମହାନ୍ତି, ମୀତାରାଣି ସିନ୍‌ହା, ସେକ୍ ସର୍ଫରାଜ, ନର୍ମଦା ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.