Home ଜିଲ୍ଲା ପରିକ୍ରମା ଦୋବଲ ବଜାରରେ ସାମାନ୍ୟ ବର୍ଷାରେ ବର୍ଷାଜଳ ଲହଡ଼ି ମାରୁଛି

ଦୋବଲ ବଜାରରେ ସାମାନ୍ୟ ବର୍ଷାରେ ବର୍ଷାଜଳ ଲହଡ଼ି ମାରୁଛି

17

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଳକର ଦିନକୁ ଦିନୁ ଜନଗହଳି ବଢୁଥିବାବେଳେ ଜାନବାହନ ମଧ୍ୟ ବୃଦ୍ଧି ପାଉଥିବାରୁ ଗହଳି ଦୁଇଗୁଣ ହୋଇଯାଉଛି । ଏପରିକି ବ୍ଲକର ବିଭିନ୍ନ ଅଂଚଳରେ ଗୋଚର ଓ ଅନାବାଦିକୁ ଜବରଦଖଲ ଏବଂ ରାସ୍ତାର ଦୁଇ ପାଶ୍ୱର୍ରେ ମଧ୍ୟ ଜବରଦଖଲ ବଢୁଥିବାରୁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ପ୍ରକାଶ ଥାଉକି ଧାମନଗର ବ୍ଲକର ଦୋବଲ ବଜାରଟି ପୂର୍ବ ଅପେକ୍ଷା ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି । ଏଠାକୁ ଅନେକ ଅଂଚଳରୁ ବ୍ୟବସାୟ କରିବାକୁ ଲୋକମାନେ ଅସୁଥାନ୍ତି । ବଡ଼ ବଡ଼ ଗ୍ରୋସରି, ଲୁଗାଦୋକାନ, ରଡ଼, ସିମେଣ୍ଟ ଦୋକାନ ବେପାର ଏଠାରେ କରାଯାଉଛି । ଏହା ଦ୍ୱାରା ବଡ଼ ବଡ଼ ମାଲବାହି ଟ୍ରକ ଏଠାକୁ ଆସିଥାଏ । ହେଲେ ସବୁଠୁ ବଡ଼କଥା ହେଲା ଦୋବଲ ବଜାରର ପ୍ରାୟ ଏକ କିଲୋମିଟର ଦୁଇ ପାଶ୍ୱର୍ରେ ବେଆଇନ୍ ଭାବରେ ବଡ଼ ବଡ଼ ଦୋକାନ ଓ କୋଠା ତିଆରି କରି ସେମାନେ ରାସ୍ତାକୁ ଲଗାଇ ମଧ୍ୟ ଜବରଦଖଲ କରୁଥିବାରୁ ଯାତାୟତରେ ଘୋର ଅସୁବିଧା ସୃଷ୍ଟି ହେଉଛି । ରାସ୍ତାକୁ ଲଗାଇ ଘର ଓ ବ୍ୟବସାୟ କରାଯାଉଥିବାରୁ ଦୁଇପାଶ୍ୱର୍ରେ ଡ଼୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଏପରିକି ଦୁଇଦିନ ହେବ ଲଗାଣ ଅଦିନିଆ ବର୍ଷାରେ ଦୋବଲ ବଜାରରେ ବର୍ଷାଜଳ ଲହଡ଼ି ମାରୁଛି । ଏହି ସମୟରେ ବାଇକ୍‌, ସାଇକେଲ ଆରୋହି ଓ ପଥଚାରି ଯିବା ଆସିବା ବେଳେ ନାହିଁଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଯଦି ଏଠାରେ ଡ଼୍ରେନେଜ ବ୍ୟବସ୍ଥା କରାଯାଆନ୍ତା ବର୍ଷାଜଳ ନିସ୍କାସନ ହୋଇପାରନ୍ତା । ଏଦିଗରେ ସ୍ଥାନିୟ ମୁସ୍ତଫାପୁର ସରପଂଚ ବିଷ୍ଣୁ ଦାସ କୁହନ୍ତି ରାସ୍ତାରେ ଦୁଇପାଶ୍ୱର୍ରେ ଲୋକମାନେ ଜାଗା ଛାଡ଼ୁନଥିବାରୁ ଡ଼୍ରେନେଜ କରାଯାଇପାରୁନାହିଁ । ଯଦି ସେମାନେ ରାସ୍ତା ଛାଡ଼ନ୍ତେ ପଂଚାୟତ ପକ୍ଷରୁ ଅର୍ଥ ବ୍ୟୟବରାଦ କରାଯାଇ ଡ଼୍ରେନେଜ ବ୍ୟବସ୍ଥା ହେଲେ ବର୍ଷା ଜଳ ନିଷ୍କାଶନ ହୋଇପାରନ୍ତା । ଏଦୀଗରେ ସ୍ଥାନୀୟ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେଇ ରାସ୍ତାର ଦୁଇପାଶ୍ୱର୍ରେ ଜବରଦଖଲ ଉଚ୍ଛେଦ କରିବାକୁ ବୁଦ୍ଧିଜୀବୀ ଓ ଅଂଚଳ ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.