Home ଜିଲ୍ଲା ପରିକ୍ରମା ଷଠଗାଁ ପୋଖରୀ ଖୋଳା ବେଳେ ମିଳିଲା ଅନନ୍ତଶୟନ ପ୍ରାଚୀନ ବିଷ୍ଣୁମୂର୍ତ୍ତି

ଷଠଗାଁ ପୋଖରୀ ଖୋଳା ବେଳେ ମିଳିଲା ଅନନ୍ତଶୟନ ପ୍ରାଚୀନ ବିଷ୍ଣୁମୂର୍ତ୍ତି

64

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର କୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଷଠଗାଁ ଗ୍ରାମରୁ ମିଳିଛି ପ୍ରାଚୀନ ଅନନ୍ତଶୟନ ବଷ୍ଣୁ ମୂର୍ତ୍ତି । ଗ୍ରାମର ରମେଶ ପରିଡାଙ୍କ ନିଜସ୍ୱ ଜମିରେ ପୋଖରୀ ଖୋଳା ସମୟରେ ଏହି ମୂର୍ତ୍ତିକୁ ଉଦ୍ଧାର କରାଯାଇଛି । ମାଟିତଳେ ପୋତିହୋଇ ପଡିଥିବା ଏହି ମୂର୍ତ୍ତିର ଉଚ୍ଚତା ଦୁଇଫୁଟ । ସପ୍ତଫେଣୀ ଅନନ୍ତ ଶେଷ ନାଗ ଉପରେ ବିଷ୍ଣୁ ଶୟନ କରିଥିବା ବେଳେ ପାଦ ନିକଟରେ ମା’ ମହାଲକ୍ଷ୍ମୀ ପ୍ରଭୁଙ୍କ ପଦପ୍ରେକ୍ଷାଳନ କରୁଥିବା ଦୃଶ୍ୟ ମୂର୍ତ୍ତିରେ ଉପସ୍ଥାପନ କରାଯାଇଛି । ପ୍ରଭୁଙ୍କ ନାଭିରୁ ପଦ୍ମାନାଡ ସହ ପଦ୍ମଫୁଲ ଖୋଦେଇ ହୋଇଛି । ବିଷ୍ଣୁଙ୍କ ଚାରି ହସ୍ତ ମଧ୍ୟରୁ ଦୁଇ ହସ୍ତରେ ଶଙ୍ଖ ଓ ଚକ୍ର ରହିଛି । ଗୋଟିଏ ହସ୍ତର ପାପୁଲି ମସ୍ତକକୁ ଧାରଣ କରିଥିବା ବେଳେ ଅନ୍ୟ ହସ୍ତଜାନୁ ଉପରେ ରହିଛି । ଅକ୍ଷୁର୍ଣ୍ଣ ବଉଳମାଳିଆ ପ୍ରସ୍ତରରେ ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଏହି ଦୁର୍ଲଭ ମୂର୍ତ୍ତି ଦଶମ ଶତାଦ୍ଦୀର ବୋଲି ଗବେଷକ ଡଃ ଏକାଦଶୀ ପାଢୀ, ଐତିହାସିକ ଚିତ୍ତରଞ୍ଜନ ଦାସ ଓ ବିଶ୍ୱମ୍ଭର ରାଉତ ମତଦେଇଛନ୍ତି । ଗ୍ରାମବାସୀମାନେ ଏହି ମୂର୍ତ୍ତିକୁ ଉଦ୍ଧାର କରି ଗ୍ରାମର ସୁବର୍ଣ୍ଣମୁଖି ମନ୍ଦିରରେ ରଖି ପୂଜାର୍ଚ୍ଚନା କରୁଛନ୍ତି । ଆଖପାଖ ଅଞ୍ଚଳର ବହୁ ଉତ୍ସୁକ ବ୍ୟକ୍ତି ମୂର୍ତ୍ତିକୁ ଦର୍ଶନ କରିବାକୁ ଅସୁଥିôବା ଜଣାଯାଇଛି । ସଂପୃକ୍ତ ପୋଖରୀରୁ ବହୁ ଛୋଟବଡ ପ୍ରସ୍ତର ଉଦ୍ଧାର କରାଯାଉଥିବାରୁ ପ୍ରତ୍ନତାତ୍ତ୍ୱକ ବିଭାଗ ପକ୍ଷରୁ ଅଧିକ ଖନନ ଓ ରକ୍ଷଣାବେକ୍ଷଣ କରାଯିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.