Home ଜିଲ୍ଲା ପରିକ୍ରମା ମୋଟୁ ଥାନା ପୁଲିସର ମାଡରେ ଦୁଇ ଯୁବକ ଗୁରୁତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଜିଲ୍ଲାପରିଷଦ...

ମୋଟୁ ଥାନା ପୁଲିସର ମାଡରେ ଦୁଇ ଯୁବକ ଗୁରୁତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ,ଥାନା ଏସଆଇ ଙ୍କୁ ବଦଳି

88

ମାଲକାନଗିରି,୪ା୧୦ (ଓଡିଆ ପୁଅ )ମୋଟୁ ଥାନା ପୁଲିସର ଥାର୍ଡଡିଗ୍ରୀରେ ଦୁଇଯୁବକ ଗୁରୁତର ଆହତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଛନ୍ତି ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି , ଏହି ଘଟଣାର ମାଲକାନଗରି ଏସଡିପିଓ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଅପର ପକ୍ଷରେ ତରବରିଆ ଭାବେ ପୁଲିସ ମୋଟୁ ଥାନାର ସବ ଇନିସପେକ୍ଟର ଏସ.ଦଳବେହେରା ଙ୍କୁ ମୋଟୁ ଥାନାରୁ ଜିଲ୍ଲା ପୁଲିସ ହେର୍ଡକ୍ୱାଟର କୁ ବଦଳିକରିଦିଆ ଯାଇଥିବାର ଜଣାପଡିଛି । ସୁଚନା ଅନୁଯାଇ ଗତ କିଛି ଦିନତଳେ ମାଲକାନଗରି ଜିଲ୍ଲା ମୋଟୁ ଥାନାସ୍ଥ ମହାରାଜପାଲି ପଚାଂୟତ ଏମଭିପିି୮୧ ଗ୍ରାମର ଅଭିଜିତ ବିଶା୍ୱସ ଙ୍କ ଘରୁ କିଛି ସୁନା ଅଳଙ୍କାର ଚୋରି ହୋଇଥିଲା, ଏହି ଚୋରି ଘଟଣାରେ ଗ୍ରାମରେ ପଲ୍ଲିମଙ୍ଗଳ କମିଟି ବସାଯାଇ ସେହି ଗ୍ରାମର ବିନୋଦ ବିଶ୍ୱାସ ଓ ବିପ୍ଲବ ହାଲଦାର ଦୁଇଜଣ ଯୁବକଙ୍କୁ ସନ୍ଦେହରେ ଧରି ଖାପପଚାଂୟତରେ ଦୋଶିସାବ୍ୟସ୍ତ କରି ଥାନା କୁ ହସ୍ତାନ୍ତର କରିଥିଲେ । ମୋଟୁ ଥାନା ପୁଲିସ ସେହି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତିନିଦିନ ଧରି ନିସ୍ତୁକ ମାଡ ମାରି ଚାଲିଥିଲେ ।ସେମାନେ ଗୁରୁତର ଭାବେ ଆହତ ହେବାପରେ ସେମାନଙ୍କ ପରିବାରଙ୍କୁ ଡାକି ଦୁଇଜଣଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ଏମଭି୭୯ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥନାନ୍ତରିତ କରାଯାଇଛି । ପୁଲିସର ଅ୍‌ମାନୁସିକ ଭାବେ ମାଡମାରିବା ଦ୍ୱାରା ଦୁଇ ଯୁବକ ଗୁରୁତର ହେବା ଘଟଣା ଜାଣିବାପରେ ପରିବାର ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୁଲିସ ବିରୋଧରେ । ସେମାନଙ୍କ ପିଲାମାନେ ନିର୍ଦ୍ଦୋଶ ଚୋରି କରିନାହାଁନ୍ତି, ଚୋରି ଦିନ ସେମାନେ ଆନ୍ଦ୍ର ପ୍ରଦେଶରେ କାମକରୁଥିଲେ । ଜଣେ ଛୋଟପିଲାର କଥାରେ ଗ୍ରାମବାସୀ ମାନେ ସେମାନଙ୍କୁ ଆନ୍ଦ୍ରପ୍ରଦେଶରୁ ଡକାଇ ଖାପପଚାଂୟତ କରି ଚୋରି ଅଭିଯୋଗ ଆଣିଛନ୍ତି, ମିଥ୍ୟା ଅଭିଯୋଗରେ ପୁଲିସ କିଛି ତନ୍ତ ନକରି ସେମାନଙ୍କୁ ଧରି ନେଇ ମରଣାନ୍ତକ ଆକ୍ରମଣ କରିଛନ୍ତି ଏହି ଘଟଣାର ତଦନ୍ତ କରାଯାଇ ମାଡ ମାରିଥିବା ପୁଲିସ ଅଫିସର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି । ଏହି ଘଟଣା ଜାଣିବାପରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ମାଲକାନଗିରି ଜିଲ୍ଲାହସପିଟାଲକୁ ଯାଇ ପୁଲିସମାଡ ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦୁଇଯୁବକ ଙ୍କୁ ଭେଟିଥିଲେ । ସେହି ଦୁଇ ଯୁବକ ତାଙ୍କ ନିକଟରେ ପୁଲିସର ଆମାନୁସିକ କାର୍ଯ୍ୟ ସଂପର୍କରେ କହିଥିଲେ । ଏହି ମାଡମାରିବା ଘଟଣାର ଉଚ୍ଚତର ତଦନ୍ତ କରି ସଂପୃକ୍ତ ପୁଲିସ ଅଫିସରଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏସପି ଙ୍କ ନିକଟରେ ଦାବି କରିଛନ୍ତି । ଅପରପକ୍ଷରେ ମୋଟୁ ଥାନା ଅଧିକାରୀ ପୁଲିସ ମାଡ ମାରିବା ଘଟଣାକୁ ଅସ୍ୱିକାର କରି କହିଛନ୍ତି ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖା ଯାଇ ସେମାନଙ୍କୁ ପଚାରା ପଚରି କରାଯାଉଥିଲା । ହୁଏତ ଗ୍ରାମବାସୀ ମାନେ ସେମାନଙ୍କୁ ଧରିବା ବେଳେ ମାଡମାରି ଥାଇପାନ୍ତି ବୋଲି ସେ ସଫେଇ ଦେଇଛନ୍ତି । ପୁଲିସ ନିଜ ମୁଣ୍ଡରୁ ଦୋଶ ଛଡାଇବା ପାଇଁ ମାଡମାରିବା ଘଟଣାକୁ ଗ୍ରାମବାସୀଙ୍କ ଉପର ଲଦି ଦେଉଛି ବୋଲି ଏମପିଭି୮୧ ଗ୍ରାମ ବାସୀ ମାନେ ସଫେଇ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ଶେଷ ସୀମାନ୍ତ ମୋଟୁ ଥାନା ସବୁବେଳେ ଚର୍ଚ୍ଚାରେ ଆସିଛି,ଗତ ମାସକ ତଳେ ଥାନା ଆଇଆଇସି ବେଆଇନ ଟଙ୍କା ନେଇ ନିଜଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରିପଡିଥିଲେ । ସେହି ଘଟଣା ଲୋକମାନଙ୍କ ମନରୁ ନ ଯାଉଣୁ ପୁଣି ଅନ୍ୟଜଣେ ଥାନା ଏସଆଇ ତାଙ୍କର କରାମତି ଦେଖାଇଛନ୍ତି । ଚୋରୀ ଅଭିଯୋଗରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ନିସ୍ତୁକ ମାଡ ମାରି ଗୁରୁତର ଭାବେ ଆହତ କଲାପରେ ହସପିଟାଲରେ ଚିକିତ୍ସା କରିବା ଘଟଣା ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.