Home ଜିଲ୍ଲା ପରିକ୍ରମା ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ

ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ

150

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରାମକୃଷ୍ଣ ମିଶନ ଆଶ୍ରମ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜୟନ୍ତୀ ଅବସରରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ କରାଯାଇଛି। ଆଶ୍ରମ ଅଧ୍ୟକ୍ଷ ସ୍ୱାମୀ ଆପ୍ତେସ୍ୱରାନନ୍ଦ ଜି ମହାରାଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଷ୍ଟିଲ ଅଥୋରିଟି ଅଫ ଇଣ୍ଡିଆ କୋଲକାତାର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଲକ୍ଷ୍ମୀନାରାୟଣ ମଲ୍ଲିକ, ଅଖିଳ ଭାରତ ବିବେକାନନ୍ଦ ଯୁବ ମହାମଣ୍ଡଳ ଓଡିଶା ଶାଖା ସଂପାଦକ ବିଶ୍ୱରଞନ ସତପଥି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ କହିଲେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ବାଣୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ। ତାଙ୍କ ଆଦର୍ଶରେ ଯୁବଗୋଷ୍ଠି ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ।

ଶିକ୍ଷାବିତ ଦିବାକର ତ୍ରିପାଠୀ ସେଥିରେ ଅଧ୍ୟକ୍ଷତା କରିଥିଲେ। ପଦ୍ମଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ୟୁକୋ ବ୍ୟାଙ୍କ ଅବସର ପ୍ରାପ୍ତ ବରିଷ୍ଠ ପରିଚାଳକ ମଣିରାମ ବାବୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସ୍ୱାମୀ ଯୋଗ ପୂଣ୍ଣାନନ୍ଦ, ସତ୍ୟନାରାୟଣ ମିଶ୍ର, ରମେଶ ନାୟକ, ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମନୋନୀତ ହୋଇଥିବା ୮୪ ଜଣ ଆର୍ଥୀକ ଦୁର୍ବଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏକ କାଳୀନ ପାଠ୍ୟଉପକରଣ କ୍ରୟ ନିମନ୍ତେ ଶିକ୍ଷାବୃତି ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.