Home ଓଡ଼ିଶା ପେଣ୍ଠକଟାରୁ ସାର୍କ ଉଧାର

ପେଣ୍ଠକଟାରୁ ସାର୍କ ଉଧାର

116

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସମୁଦ୍ରରୁ ଏକ ବିରଜ ପ୍ରଜାତିର ସାର୍କ ମାଛ ଉଧାର କରାଯାଇଛି। ପେଣ୍ଠକଟା ଅଂଚଳର ଏନସୁରୀୟା ଅନ୍ୟ ମତ୍ସଜୀବୀଙ୍କ ସହ ଗତକାଲି ଡଙ୍ଗାରେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରିବା ବେଳେ ଗଭୀର ସମୁଦ୍ରରେ ପ୍ରାୟ ୫ଫୁଟ ଲମ୍ବର ଏକ ଓଜନିଆ ମାଛ ଜାଲରେ ପଡିଥିବା ଜାଣିବାକୁ ପାଇଥିଲେ।

କୌଶଳ କ୍ରମେ ସେମାନେ ଡଙ୍ଗା ସହ ପେଣ୍ଠକଟା ସମ୍ମୁଖ ବେଳାଭୂମିକୁ ଆଣିଥିଲେ। ସେଠାରେ ଜାଲ ଖୋଲିବା ବେଳେ ଏହା ସାର୍କ ମାଛ ବୋଲି ଜଣାପଡିଥିଲା। ଉଦ୍ଧାର ସାର୍କ ମାଛର ଓଜନ ଆନୁମାନିକ ୧ କ୍ୱିଂଟାଲରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଉଦ୍ଧାର ସାର୍କମାଛଟି ମାଇକ୍ରେଲ ପଜାତିର ବୋଲି ମତ୍ସଜୀବୀ ମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.