Home ଓଡ଼ିଶା ମୁଷଳ ନଦୀରେ ବୁଡି ୮ବର୍ଷର ନାବାଳକ ମୃତ

ମୁଷଳ ନଦୀରେ ବୁଡି ୮ବର୍ଷର ନାବାଳକ ମୃତ

121

ଘଟଗାଁ, ୨୭/୦୩(ଓଡିଆପୁଅ/ଭବାନୀପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗୀ ଜଳପ୍ରପାତ ମୁଷଳ ନଦୀରେ ବୁଡି ୮ବର୍ଷର ବାଳକ ମୃତ। ମୃତ ବାଳକ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳର ନନ୍ଦୁ ପ୍ରଧାନଙ୍କ ପୁଅ ରାଜା ପ୍ରଧାନ। ଆଜି ପରିବାର ଲୋକଙ୍କ ସହ ମା’ତାରିଣୀଙ୍କ ଦର୍ଶନ ସାରିବା ପରେ ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟରେ ବଣଭୋଜୀ କରିବା ପାଇଁ ଯାଇଥିଲେ। ଭୋଜି ଅୟୋଜନ ସମୟରେ ଜଳପ୍ରପାତ ଉପର ମୁଣ୍ଡରେ ମୁଷଳ ନଦୀରେ ରାଜା ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେବି ରାଜାକୁ ପାଇନଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବରଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଚିଁ ଦିର୍ଘ ୨ଘଣ୍ଟା ଖୋଜାଖୋଜି କରିବା ପରେ ରାଜାର ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ରାଜାର ମୃତ ଶରୀରକୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.