Home ଓଡ଼ିଶା ଅରୁଣ ସାହୁଙ୍କ ଫେକ୍ ଫେସବୁକ୍ କୁ ନେଇ ଚର୍ଚ୍ଚା

ଅରୁଣ ସାହୁଙ୍କ ଫେକ୍ ଫେସବୁକ୍ କୁ ନେଇ ଚର୍ଚ୍ଚା

106

ନୟାଗଡ଼, ୨୭ା୩: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କ ଫେକ୍ ଫେସବୁକକୁ ନେଇ ନୟାଗଡ଼ରେ ଜୋର ଚର୍ଚ୍ଚା ଧରିଛି। ବହୁଦିନ ଧରି ଫେସବୁକ୍ ରେ ଅରୁଣ ସାହୁଙ୍କ ନାମରେ ଏହି ଫେସବୁକ୍ ଚାଲୁଛି। ଏହାକୁ କିଏ ଓ କେମିତି ଚାଲୁ କରୁଥିଲା ତାହାକୁ ନେଇ ବହୁ ଆଲୋଚନା ସମାଲୋଚନା ଚାଲୁଥିବାବେଳେ ବିଧାୟକ ଶ୍ରୀସାହୁ ଏପରି ଏକ ଫେକ୍ ଫେସବୁକ୍ ଚାଲୁଥିବା ଯେତେବେଳେ ଜାଣିବାକୁ ପାତଲେ ତାହାକୁ ରୋକ ଲଗାଇବା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଯିଏ ଏହି ଫେକ୍ ଆକଉଂଟ ଚଳାଉଛି ତାକୁ ଏଥିରୁ ନିବୃତ ରହିବାକୁ ବାରଣ କରିବା ସହିତ ପୁଣି ଯଦି ଏହାକୁ ଚଲାନ୍ତି ତେବେ ଏହାର ତଦନ୍ତ କରାଯାଇ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି। ତେବେ ବିଧାୟକ ଶ୍ରୀ ସାହୁ ଜଣାଇଛନ୍ତିଯେ ତାଙ୍କ ଫେସଫୁବକ ଅରୁଣ କୁମାର ସାହୁଙ୍କ ନାମରେ ଚାଲୁ ରହିଛି। ଅରୁଣ ସାହୁଙ୍କ ନାମରେ ଯେଉଁ ଫେସବୁକ୍ ଚାଲୁଛି ଏହା ଫେକ୍ ବୋଲି ବିଧାୟକ ଶ୍ରୀ ସାହୁ କହିଛନ୍ତି। ତେବେ ଆଜିକାଲି ବିଭିନ୍ନ ଫେକ୍ ଫେସବୁକ୍ ଆକାଉଂଟ ଖୋଲାଯାଇ ଯେପରି ଅସୁବିଧାରେ ପକାଯାଉଛି ତାଙ୍କ ନାମରେ ଏପରି ଫେକ୍ ଆକାଉଂଟ ଖୋଲା ଯିବାକୁ ନେଇ ଏହାକୁ ନେଇ ଦୃଢ ନିନ୍ଦା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.