Home ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ, ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତିର କଲେ ସମୀକ୍ଷା

ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ, ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତିର କଲେ ସମୀକ୍ଷା

46

ସମ୍ବଲପୁର, ୦୫/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସମ୍ବଲପୁର ଗସ୍ତ କରି ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତି ର ସମୀକ୍ଷା କରିଛନ୍ତି। ସମ୍ବଲପୁର ଜ଼ିଲ୍ଲା ରେ କୋଭିଡ଼-୧୯ ସ୍ଥିତିର ସମୀକ୍ଷା ଓ ଏହାର ମୁକାବିଲା ପାଇଁ ନିଆ ଯାଉଥିବା ପଦକ୍ଷେପ ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରଦୀପ୍ତ କୁମାର ମହାପାତ୍ର, ଡ଼ିଏମଇଟି ପ୍ରଫେସର ସିବିକେ ମହାନ୍ତି ଏହି ଗସ୍ତ ସମୟରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ହସପିଟାଲ ଓ ଗବେଷଣା ସଂସ୍ଥାନ ଭିମସାର ମେଡ଼ିକାଲକୁ ଯାଇ ପରିଦର୍ଶନ କରିଥିଲେ। ପରେ ସେଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଭିମସାର ଆଇସୋଲେସନ ବିଭାଗ ଓ ସମ୍ବଲପୁର କୋଭିଡ଼ ହସପିଟାଲରେ ରୋଗୀ ସେବାକୁ ଆହୁରି ସଂପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁର୍ଲା ଭିମସାରରେ ଏଥିପାଇଁ ୧ ଶହ ଶଯ୍ୟା ବିଶିଷ୍ଟ ଏକ ଆଇସୋଲେସନ କେନ୍ଦ୍ର ବିକଶିତ କରିବା ପ୍ରସ୍ତାବକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ମଞ୍ଜୁର କରିଥିଲେ। ବୈଠକରେ ରୋଗୀ ସେବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ଭିମସାରରେ ୧ ଶହେ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବିଭାଗ ନିର୍ମାଣ ପାଇଁ ବୈଠକରେ ସ୍ଥିର କରାଯାଇଛି। ବୈଠକରେ ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର କୋଭିଡ଼ ଓ ଅନ୍ୟାନ୍ୟ ଚିକିତ୍ସା ସେବା ବାବଦରେ ସୂଚନା ଦେଇଥିଲେ। ଏହି ଅବସରରେ ସମ୍ବଲପୁର ଜ଼ିଲ୍ଲାପାଳ ଶୁଭମ ସକ୍ ସେନା ତଥା ଜ଼ିଲ୍ଲା ସ୍ତରୀୟ ଅଧକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.