Home କେନ୍ଦ୍ରାପଡ଼ା ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ଗୌରୀ ଲଙ୍କେଶଙ୍କ ସ୍ମୃତିରେ “ସଙ୍କଟରେ ସ୍ୱାଧିକାର” ଶୀର୍ଷକ ଆଲୋଚନା ଚକ୍ର

ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ଗୌରୀ ଲଙ୍କେଶଙ୍କ ସ୍ମୃତିରେ “ସଙ୍କଟରେ ସ୍ୱାଧିକାର” ଶୀର୍ଷକ ଆଲୋଚନା ଚକ୍ର

72

କେନ୍ଦ୍ରାପଡା ୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଅଭିବ୍ୟକ୍ତିର ସ୍ୱାଧିନତା ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଶର କ୍ରମ ବର୍ଦ୍ଧିଷ୍ଣୁ ମୌଳବାଦୀ ଶକ୍ତିମାନଙ୍କ ବିରୋଧରେ ଅବିରତ ଲେଖନୀ ଚାଳନା କରି ଆସିଥିବା ନିର୍ଭୀକ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଦିବସକୁ “ଆମେ ଭାରତବାସୀ” କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ “ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ଦିବସ” ରୂପେ ପାଳନ କରାଯାଇଛି। ସମଗ୍ର ଭରତବର୍ଷରେ ସାମ୍ବିଧାନିକ ବ୍ୟବସ୍ଥା, ଗଣତନ୍ତ୍ର, ସାମାଜିକ ନ୍ୟାୟ, ନାଗରିକ ଅଧିକାର ଓ ଅଭିବ୍ୟକ୍ତିର ସ୍ୱାଧିନତା ପାଇଁ ସ୍ୱର ଉଠାଇ ଶାସନ କଳରେ ଅତ୍ୟାଚାରର ଶିକାର ହେଉଥିବା ମୁଷ୍ଟିମେୟ ଦେଶପ୍ରେମୀଙ୍କ ସମର୍ଥନରେ “ଆମେ ଭାରତବାସୀ” ପକ୍ଷରୁ ଚାଲିଥିବା ରାଷ୍ଟ୍ରବ୍ୟାପି ଅଭିଯାନ ପରିପ୍ରେକ୍ଷୀରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ “ସଂକଟରେ ସ୍ୱାଧିକାର” ଶୀଷର୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସଭାଗୃହରେ ସଂଗଠିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ସଂଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ବ୍ୟକ୍ତି ସ୍ୱାଧିନତା ଓ ବୌଦ୍ଧିକ କ୍ରିୟା କଳାପ ଉପରେ ବଢି ଚାଲିଥିବା ଶାସକୀୟ ହସ୍ତକ୍ଷେପ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରି ପକାଇବ ବୋଲି ମତବ୍ୟକ୍ତ କରିଛନ୍ତି। ନାଗରିକଙ୍କଠାରୁ ପ୍ରଶ୍ନ କରିବାର ଅଧିକାର ଛଡାଇ ନେବା ପାଇଁ ଶାସକର ରାଷ୍ଟ୍ର ଓ ସରକାରଙ୍କୁ ଏକାକାର ଦର୍ଶାଇ ସାମାଜିକ କର୍ମକର୍ତ୍ତାଙ୍କ ବିରୋଧରେ ଦେଶଦ୍ରୋହ ଅପରାଧ ଲଗାଇବାର ଷଡଯନ୍ତ୍ର ଦେଶରେ ବିଦ୍ରୋହାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ଆଲୋଚକମାନେ ସତର୍କ କରାଇ ଦେଇଥିଲେ। ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖିଥିବା କାରଣରୁ ଦେଶଦ୍ରୋହ ଅପରାଧରେ ଗିରଫ ହୋଇଥିବା ସାଲେପୁରର ଯୁବକ ସୟଦ ହସନ ଅହେମ୍ମଦଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରାଯିବା ସହ ଉତ୍ତର ପ୍ରଦେଶ ପୋଲିସର ଏତାଦୃଶ କାର୍ଯ୍ୟକୁ ଦୃଢ ନିନ୍ଦା କରାଯାଇଥିଲା। ସଂଗଠନର ଆବାହକମାନଙ୍କ ମଧ୍ୟରୁ ଆଦିକନ୍ଦ ରାଉଳ ଆଭିମୁଖ୍ୟ ଉପସ୍ଥାପନ, ଗୟାଧର ଧଳ ସ୍ୱାଗତ ଭାଷଣ ଓ ମୁକ୍ତାର ଖାଁ ଅନ୍ୟତମ ଆଲୋଚକ ଭାବେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ବିଶିଷ୍ଟ ଶ୍ରମିକ ନେତା ବାବାଜୀ ଧଳ, ରମଣୀ ରଂଜନ ରାଉତରାୟ, ଅବନ୍ତୀ ବେହେରା, ନଗେନ୍ଦ୍ର ଜେନା, ରାମକୃଷ୍ଣ ଦାଶ, ଅବଧୂତ ରାଉତ, ରଣଧୀର ଜେନା, ଅମୀୟ ନାୟକ, ଶୈଳବାଳା ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଭାଗିରଥି ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ପ୍ରାକ୍ତନ ରାଷ୍ଟପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଓ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.