Home Top News ମୁଖ୍ୟମନ୍ତ୍ରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ

76

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

– ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
– ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ
– ଗଣମାଧ୍ୟମରେ ପ୍ରକାଶ ପାଉଥିବା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ
– ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦବେଗଜନକ

ଭୁବନେଶ୍ୱର, ଅକ୍ଟୋବର ୨୦ (ଓଡ଼ିଆ ପୁଅ)- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଂଚଳରେ ସ୍କୁଲ ଶିକ୍ଷୟିତ୍ରୀଙ୍କ ଅପହରଣ ଓ ହତ୍ୟା ଭଳି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଂଚଳରେ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ। ଏହି ସ୍କୁଲର ମାଲିକ ଏହି ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର ତରଫରୁ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ସଙ୍ଗୀନ ଅଭିଯୋଗ ଅଣାଯାଉଛି, ଏହା ଆହୁରି କଷ୍ଟଦାୟକ।

ଏହି ବେସରକାରୀ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲୁଛି ଏବଂ ଓଡ଼ିଶାର ଶାସକ ଦଳର ମନ୍ତ୍ରୀ ଓ ନେତା ମାନଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ।

ଓଡ଼ିଶା ଭଳି ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦବେଗଜନକ। ଏହା ଏକ ସାଧାରଣ ଅପରାଧ ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.