Home Top News ମାଲକାନଗିରିର ବିଶିଷ୍ଟ ଆଦିବାସୀ ନେତା ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଦେହାନ୍ତ

ମାଲକାନଗିରିର ବିଶିଷ୍ଟ ଆଦିବାସୀ ନେତା ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଦେହାନ୍ତ

44

ମାଲକାନଗିରି, ୨୦ା୧୦ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଶିଷ୍ଟ ଆଦିବାସୀ ନେତା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡିଶା ବିଧାନ ସଭାର ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ଆଜି ସନ୍ଧ୍ୟା ୫ଟାରେ ଦେହାନ୍ତ ହୋଇଯାଇଛି। ସେ ଗତ ୪ମାସ ଧରି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଗତ କିଛି ଦିନହେଲା ପେଟ ଓ ସ୍ୱାଶ ରୋଗରେ ପିଡିତ ଥିଲେ। ଶ୍ରୀ ଦୋରାଙ୍କ ନିଜଘର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ପାଙ୍ଗାମ ଆଦିବାସୀ ଗ୍ରାମରେ। ଶ୍ରୀ ଦୋରା ଜଣେ ବିଶିଷ୍ଟ ଆଦିବାସୀ ନେତା ସହ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଦୁଇ ଦୁଇ ଥର ଓଡିଶା ବିଧାନ ସଭାର ଉପବାଚସ୍ପତି ଭାବେ ମନୋନୀତ ହୋଇଥିଲେ ଓ ସେ କିଛି ମାସ ପାଇଁ ବିଧାନସଭାର ବାଚସ୍ପତି ଦାଇତ୍ୱ ନେଇ ସୂଚାରୁଭାବେ କାର୍ଯ୍ୟ ତୁଲାଇଥିଲେ। ମାଲକାନଗିରି ସବଡିଭିଜନକୁ ଜିଲ୍ଲାଭାବେ ପ୍ରତିଷ୍ଟା କରିବାରେ ତାଙ୍କର ଭୁମିକା ରହିଛି, ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କଳିଙ୍ଗପୁତ୍ର ବିଜୁପଟନାୟକଙ୍କୁ ଧରି ଗତ ୧୯୯୨ ମସିହାରେ ମାଲକାନଗିରିକୁ ଜିଲ୍ଲା ଭାବେ ପ୍ରତିଷ୍ଟା କରିଥିଲେ। ସେ ମାଲକାନଗିରି ଜିଲ୍ଲା ଓକିଲ ସଂଘର ସଭାପତି ମଧ୍ୟ ଥିଲେ। ସେ ଜଣେ ଉଚ୍ଚଶିକ୍ଷିତ ରାଜନୈତିକ ବ୍ୟକ୍ତି ଓ ବିଶିଷ୍ଟ ଆଦିବାସୀ ନେତା, ପରଉପକାରି ସମାଜସେବୀ ଥିଲେ। ତାଙ୍କର ଦେହାନ୍ତ ଖବର ପାଇ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ମର ଶରୀର କୁ ଭୁହନେଶ୍ୱର ଠାରୁ ମାଲକାନଗିରି ପାଙ୍ଗାମକୁ ଆଣାଯାଇ ଗୁରୁବାର ଦିନ ଅନ୍ତିମ ସଂସ୍କାର କରାଯିବ। ଶ୍ରୀ ଦୋରାଙ୍କ ବିୟୋଗରେ ରାଜ୍ୟ ତଥା ମାଲକାନଗିରି ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ, ଉଚ୍ଚ ସରକାରି ଅଧିକାରୀ, ଓକିଲ ସଂଘ, ସମଗ୍ର ଜିଲ୍ଲାବାସୀ ଶୋକପ୍ରକଟ କରି ଗଭିର ଶ୍ରଦ୍ଧାଜଂଳୀ ସହ ଶୋକ ସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.