Home ଓଡ଼ିଶା ମିଳୁନି ପାନୀୟ ଜଳ ହନ୍ତସନ୍ତ ବନ୍ଧମୁଣ୍ଡା ପଂଚାୟତବାସୀ

ମିଳୁନି ପାନୀୟ ଜଳ ହନ୍ତସନ୍ତ ବନ୍ଧମୁଣ୍ଡା ପଂଚାୟତବାସୀ

41

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ୩୭ ଗୋଟି  ଗ୍ରାମପଂଚାୟତ ମଧ୍ୟରେ ସର୍ବବୃହତ୍ ଅନୁନ୍ନତ ଗ୍ରାମପଂଚାୟତ ହେଉଛି ବନ୍ଧମୁଣ୍ଡା ଗ୍ରାମ ପଂଚାୟତ । ନଳକୂଅ ଅଛି କିନ୍ତୁ ନଳକୂଅରୁ ବାହାରୁଛି ଲୁହାଗୁଣ୍ଡ ମିଶ୍ରିତ ଜଳ । ଓରେଡା ଦ୍ୱାରା ନିର୍ମିତ ସୈାର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ କିନ୍ତୁ ରକ୍ଷଣା ବେକ୍ଷଣା ଅଭାବରୁ କାର୍ଯ୍ୟ କରୁନାହିଁ । ପଂଚାୟତର ସର୍ବବୃହତ ଗ୍ରାମ ହେଉଛି ଶଙ୍ଖଯୋଡି, ଜାମୁଗଣ୍ଡ ଓ ଜରିପଡା । ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ପଂଚାୟତ ଗୃହଟି ଶଙ୍ଖଯୋଡିଠାରେ କାର୍ଯ୍ୟ କରୁଅଛି । ଶଙ୍ଖଯୋଡି ପଂଚାୟତ ଗୃହ ପଛପଟେ ୫ବର୍ଷ ତଳେ ୪୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାନ ହୋଇ ସାରିଛି । ଶଙ୍ଖଯୋଡି,ଜାମୁଗଣ୍ଡ ଓ ଜରିପଡାକୁ ଜଳ ଯୋଗାଣ ପାଇଁ ପାଇପ୍ ବିଛାଇବା କାମ ମଧ୍ୟ ସରିଛି । ଠିକାଦାର୍ ତା ବିଲ୍ ନେଇ ଘରେ ବସିଛି । କିନ୍ତୁ ପ୍ରକଳ୍ପଟି କାମ କରୁ ନାହିଁ ।

ଯାହା ଫଳରେ ଜନସାଧାରଣ ପାନୀୟ ଜଳ ପାଇଁ ଜଙ୍ଗଲ,ନାଳ, ପୋଖରୀ ପାଣିକୁ ପାନୀୟ ଜଳ ଭାବେ ଗ୍ରହଣ କରୁଛନ୍ତି । ଦୂଷିତ ପାନୀୟ ଜଳ ଯୋଗୁଁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ଏ ସଂପର୍କେ ରଣପୁର ବ୍ଲକ୍ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ପ୍ରକାଶ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବନ୍ଧମୁଣ୍ଡା ପଂଚାୟତର ଶଙ୍ଖଯୋଡିଠାରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପଟି ସୈାର ଶକ୍ତି ଚାଳିତ ହେବା ପାଇଁ ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ ସୈାର ଶକ୍ତି ଚାଳିତ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ନ କରିବା ଏବଂ ଶଙ୍ଖଯୋଡିଠାରେ ନିର୍ମାଣ ହୋଇଥିବା ଏତେ ବଡ ପାନୀୟ ଜଳ ପ୍ରକଳ୍ପ ସୈାର ଶକ୍ତି ଦ୍ୱାରା ଚାଳିତ ହେବା ନେଇ ସଂନ୍ଦେହ ପ୍ରକାଶ ପାଇଥିଲା । ତେଣୁ ପରିବର୍ତ୍ତିତ କରାଯାଇ ଶଙ୍ଖଯୋଡି ପ୍ରକଳ୍ପ ବିଦ୍ୟୁତ୍ ଶକ୍ତି ଦ୍ୱାରା ଚାଳିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏବଂ ପ୍ରସ୍ତାବ ଅନୁ ମୋଦିତ ହୋଇ ଟେଣ୍ଡର୍ କାର୍ଯ୍ୟ ସରି ଅଛି । ଏ ସଂପର୍କେ ନୟାଗଡ ଜଳ ଯୋଗାଣ ଅଧିଖଣ୍ଡ ଯନ୍ତ୍ରୀ ସୈାରଭ୍ ଦିକ୍ଷିତ୍ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ବିଦ୍ୟୁତ୍ ଶକ୍ତି ଦ୍ୱାରା ଶଙ୍ଖଯୋଡି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କୁ  କାର୍ଯ୍ୟାଦେଶ ଦିଆଯାଇଅଛି । ପଂଚାୟତର ଅନ୍ୟ ଗଭୀର ନଳକୂପ ଗୁଡିକ ସରଳ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଖୁବ୍ ଶିଘ୍ର ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ପାନୀୟ ଜଳ ସମସ୍ୟା ଦୂର କରାଯିବା ।ଅପର ପକ୍ଷେ ପ୍ରବଳ ଗ୍ରୀଷ୍ମ ରେ ଭ୍ରାମ୍ୟବାଣ ଗାଡି ଯୋଗେ ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଇବା ପାଇଁ ଜନସାଧାରଣ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.