Home କେନ୍ଦୁଝର ମିଳିଲାନି ଆବାସ ଯୋଜନା ଘର, ଭଙ୍ଗା କୁଡିଆରେ ବିଧମା ମା ଓ ଭିନ୍ନକ୍ଷମ ପୁଅ

ମିଳିଲାନି ଆବାସ ଯୋଜନା ଘର, ଭଙ୍ଗା କୁଡିଆରେ ବିଧମା ମା ଓ ଭିନ୍ନକ୍ଷମ ପୁଅ

24

ହାଟଡିହି- ୧୨ /୯ ( ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ମାନଙ୍କ ରହିବା ପାଇଁ ବାସଗୃହ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ହାଟଡିହି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଅଧିକାଶଂ ପଞ୍ଚାୟତରେ ପ୍ରକୃତ ହୀତାଧିକାରୀ ମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବାବେଳେ କିଛି ଅଯୋଗ୍ୟ ହିତାଧିକାରୀ ଏହାର ଫାଇଦା ନେଉଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଇତିପୁର ପଞ୍ଚାୟତରେ । ଗାଁର ଜଣେ ବୃଦ୍ଧା ତାର ୪୦ବର୍ଷୀୟ ଭିନ୍ନକ୍ଷମ ପୁଅକୁ ଧରି ଏକ ଭଙ୍ଗା ଚାଳିଆରେ ବସବାସ କରୁଥିବାବେଳେ ତାକୁ ସରକାରୀ ଆବାସ ମିଳିପାରୁ ନାହିଁ । ଗ୍ରାମର ବେଙ୍ଗ ଦେହୁରୀ ଜଣେ ବିଧବା ମହିଳା ହୋଇଥିବାବେଳେ ତାଙ୍କ ସ୍ୱାମୀଙ୍କର ଆଜକୁ ୪୦ବର୍ଷ ପୁର୍ବେ ଦେହାନ୍ତ ହୋଇଯାଇଛି । ଘରେ କେବଳ ଗୋଟିଏ ଭିନ୍ନକ୍ଷମ ୪୦ବର୍ଷର ପୁଅକୁ ଧରି ତାଙ୍କ ପରିବାର । ଘରେ ଖାଇବାକୁ ଦାନା ମୁଠେ ନାହିଁ । ସରକାରଙ୍କ ତରଫରୁ ଦିଆଯାଉଥିବା ଭତ୍ତା ଓ ୫କିଲୋ ଚାଉଳରେ ପରିବାର ଚଳେ । ଆଗରୁ ଭିନ୍ନକ୍ଷମ ପୁଅ ମାଗିଯାଚି ଯାହା ଆଣୁଥିଲେ ମା ପୁଅ ସେଥିରେ ଚଳିଯାଉଥିଲେ । କିନ୍ତୁ ୧୦ବର୍ଷ ପୁର୍ବେ ମିଳିଥିବା ଟ୍ରାଇ ସାଇକେଲଟି ଭାଙ୍ଗିରୁଜି ଯାଇଥିବାରୁ ସେ ଆଉ ବାହାରକୁ ଯାଇପାରୁ ନଥିଲା । ଘର ବୋଲି ଗୋଟିଏ ଭଙ୍ଗା ଚାଳଘର । ସେଇଠି ରୋଷେଇ ସେଇଠି ଖାଇବା, ଶୋଇବା, ଏପରି ଅବସ୍ଥାରେ ଉଭୟ ମା ପୁଅ ବହୁ ଦୁଖଃ କଷ୍ଟରେ କାଳାତିପାତ କରୁଛନ୍ତି । ଘର ଖଣ୍ଡିକ ଛପର କରିବାକୁ ପାଖରେ ତାଙ୍କର ସମର୍ଥ ନଥିବାବେଳେ ଗାଁ ଲୋକଙ୍କ ସହଯୋଗରେ ଛପର କରି ରହିଛନ୍ତି । ଏପରି ଅବସ୍ଥାରେ ତାଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ସରପଞ୍ଚଙ୍କ ଦୁଆର ମୁହଁରେ ତାଙ୍କ ଘର ହୋଇଥିବାବେଳେ ବାରମ୍ବାର ଘର ଖଣ୍ଡିଏ ପାଇଁ ଆବେଦନ କରୁଥିଲେବି ତାଙ୍କୁ ଘର ମିଳୁନାହିଁ ବୋଲି ବେଙ୍ଗ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଗତ ମେ ମାସରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ କିଛି ସ୍ୱେଚ୍ଛାସେବୀ ତାଙ୍କ ପରିବାରକୁ ଖାଇବାକୁ ଯୋଗାଇ ଦେଉଥିବାବେଳେ ଭିନ୍ନକ୍ଷମ ପୁଅ ପାଇଁ ଟ୍ରାଇ ସାଇକେଲଟିଏ ଯୋଗାଡ କରିଦେଇଛନ୍ତି । ହେଲେ ବ୍ଲକ ପ୍ରଶାସନ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡଠିଏ ଯୋଗାଇ ଦେବାର କୌଣସି ବ୍ୟବସ୍ଥା କରିନଥିବା ବେଙ୍ଗ ଦେହୁରୀ ପ୍ରକାଶ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଉକ୍ତ ଅସହାୟ ପରିବାରଟିକୁ ବାସଗୃହ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ମା ବେଙ୍ଗ ଦେହୁରୀ, ପୁଅ ବାଦଲ ଦେହୁରୀ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.