Home ଜିଲ୍ଲା ପରିକ୍ରମା ରୋଟାରୀ ମିଡ୍ ଟାଉନ ଭଦ୍ରକ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ

ରୋଟାରୀ ମିଡ୍ ଟାଉନ ଭଦ୍ରକ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଉଦ୍‌ଘାଟିତ

23

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ ମିଡ ଟାଉନ ଭଦ୍ରକ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବାର ଆଉ ଏକ ନୂତନ ଅଧ୍ୟାୟ ଆଜି ଉଦ୍‌ଘାଟିତ ହୋଇଛି । ରୋଟରୀ ପୂର୍ବରୁ ମାଗଣା ହୋମିଓପାଥୀ ଚିକିତ୍ସା ଶିବିର ଏବ ବ୍ଲଡ ଡାଇଲିସିିସ କ୍ୟାମ୍ପ ଲଗାତାର ଚାଲୁ ରଖିଥିବା ବେଳେ ଆଜିଠାରୁ ମାଗଣା ନ୍ୟୁରୋଲୋଜି ଚିକିତ୍ସାର ଶୁଭାରମ୍ଭ କରିଛି । ଭଦ୍ରକ ଡାହାଣିଗଡିଆ ମାହାୱାର ଭବନ ଠାରେ ମାସର ପ୍ରତି ଦ୍ୱିତୀୟ ରବିବାର ଏହି ଚିକିତ୍ସା ଉପଲବ୍ଧ ହେବ । ଆଜି ଭଦ୍ରକର ବୟୋଜ୍ୟେଷ୍ଠ ଡାକ୍ତର ଡ. ଆର୍‌.କେ. ନାୟକ, ଡା.ହରେକୃଷ୍ଣ ନାୟକ, ଭଦ୍ରକ ମେଡିକାଲର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅକାଶ ଗୁପ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ସ୍ନାୟୁଗତ ରୋଗର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା । ରୋଟାରୀ ଅତିରିକ୍ତ ଗଭର୍ଣ୍ଣର ଅତିସ କୁମାର ବେହେରା, ରୋଟାରୀ ମିଡ଼ ଟାଉନର ସଭାପତି ପବିତ୍ର ମୋହନ ଖିଲାର ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା, ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଉତ୍ସବରେ ପୌରୋହିତ୍ୟ କରି ବରିଷ୍ଠ ରୋଟାରିଆନ ଶିଶିର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏହା କିପରି ଗିରବ ଲୋକଙ୍କ ସେବଳରେ ସହାୟକ ହେବ ସେ ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ରୋଟାରୀ ମିଡ ଟାଉନ କ୍ଳବର ଇନ୍ଦ୍ରଜିତ ସିଂ, ରତନ ଗୁପ୍ତା, ପ୍ରମୋଦ ଲାଖାନୀ, ଅଶୋକ ଲାଖାନୀ, ପ୍ରୀତିରଂଜନ ଜେନା, ସନାତନ ଜେନା, ବେଦପ୍ରକାଶ ଗୁପ୍ତା, ନିରଞ୍ଜନ ମଲ୍ଲିକ, ସନ୍ଧ୍ୟା ଗୁପ୍ତା ପରିଚାଳନା କରିଥିଲେ । ଡାକ୍ତର ଆକାଶ ଗୁପ୍ତାଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ତାଙ୍କୁ କ୍ଲବ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.