Home ଓଡ଼ିଶା ଓଡ଼ିଆ ପୁଅର ପ୍ରଭାବ, ହରିଚନ୍ଦନପୁରରେ ବେଧଡକ କୁକୁଡ଼ା ଲଢେ଼ଇକୁ ବନ୍ଦ କଲା ପ୍ରଶାସନ

ଓଡ଼ିଆ ପୁଅର ପ୍ରଭାବ, ହରିଚନ୍ଦନପୁରରେ ବେଧଡକ କୁକୁଡ଼ା ଲଢେ଼ଇକୁ ବନ୍ଦ କଲା ପ୍ରଶାସନ

283

ହରିଚନ୍ଦନପୁର,ତା ୧୩ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ଥାନା ଅନ୍ତର୍ଗତ ବିଭିନ୍ନ ହାଟମାନଙ୍କରେ ବେଆଇନ ଭାବେ କୁକୁଡା ଲଢେ଼ଇ ସହ ଜୁଆଖେଳ ଚାଲୁଥିବାରୁ ଜନ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିଲା । ବେଆଇନ କୁକୁଡା ଲଢେ଼ଇ ଓ ଜୁଆଖେଳ ଯୋଗୁଁ ଅନେକ ଆଦିବାସୀ ଶ୍ରେଣୀର ଲୋକମାନେ ସର୍ବସ୍ୱାନ୍ତ ହୋଇ ଘରକୁ ଫେରୁଥିବାର ନଜିର ରହିଛି । ଏହି ଖବର ଓଡ଼ିଆ ପୁଅରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏହି ଖେଳକୁ ବନ୍ଦ କରାଯାଇଛି । ଖବର ଅନୁଯାୟୀ ଆଜି ହରିଚନ୍ଦନପୁର ସାପ୍ତାହିକ ହାଟରେ କୁକୁଡ଼ା ଲଢେ଼ଇ ଓ ଜୁଆଖେଳ ଚାଲୁଥିବା ସମୟରେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ସୁବାଶିଷ ପାଲଟା ଓ ଥାନା ଅଧିକାରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ଉକ୍ତ ଚଢ଼ାଉରେ ଖେଳ କରୁଥିବା ଲୋକମାନଙ୍କୁ ଏହି ଭଳି ବେଆଇନ ଖେଳ ସବୁଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନଚେତ୍ ଆଗାମୀ ଦିନରେ ଏହି ଚଢାଉ ଜାରି ରହିବା ସହ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀପାଲଟା ସୂଚନା ଦେଇଛନ୍ତି । ଏନେଇ ହରିଚନ୍ଦନପୁର ଅଞ୍ଚଳର ଶିକ୍ଷାବିତ୍ ଓ ବୁଦ୍ଧିଜୀବି ମହଲରେ ସ୍ବାଗତ ହେଉଥିବା ବେଳେ ଏହି ଖେଳରୁ ଚଳୁଥିବା କିଛି ଲୋକ ଏହାକୁ ବିରୋଧ କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.