Home କେନ୍ଦ୍ରାପଡ଼ା ମିକ୍ସଚର କିଣୁଥିବା ବେଳେ ସ୍କୁଟିରୁ ବ୍ୟାଗ ଚୋରୀ ନଗଦ ଅର୍ଥ ସମେତ ବହୁ ମୂଲ୍ୟବାନ ରେକର୍ଡପତ୍ର...

ମିକ୍ସଚର କିଣୁଥିବା ବେଳେ ସ୍କୁଟିରୁ ବ୍ୟାଗ ଚୋରୀ ନଗଦ ଅର୍ଥ ସମେତ ବହୁ ମୂଲ୍ୟବାନ ରେକର୍ଡପତ୍ର ବ୍ୟାଗରେ ଥିଲା

49

କେନ୍ଦ୍ରାପଡ଼ା, ୧ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ସ୍କୁଟି ରଖି ଏକ ମିକ୍ସଚର ଦୋକାନରୁ ମିକ୍ସଚର କିଣୁଥିବା ବେଳେ ସ୍କୁଟିରେ ଟଙ୍ଗା ହୋଇଥିବା ବ୍ୟାଗଟିକୁ କେହି ଦୁର୍ବୁତ୍ତ ଚୋରି କରିନେଇଯାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗ୍ରାମର ନାରାୟଣ ଚନ୍ଦ୍ର ରାଉତ ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ମା’ ଜୟଦୁର୍ଗା ମିକ୍ସଚର ଦୋକାନ ସମ୍ମୁଖରେ ନିଜର ସ୍କୁଟିକୁ ରଖି ମିକ୍ସଚର କିଣୁଥିଲେ। ସେହି ସମୟରେ ତାଙ୍କ ସ୍କୁଟି ହ୍ୟାଣ୍ଡେଲରେ ଟଙ୍ଗା ହୋଇଥିବା ଏକ ବ୍ୟାଗକୁ କେହି ଦୁର୍ବୁତ୍ତ ଚୋରି କରିନେଇଯାଇଥିବା ସେ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେହି ବ୍ୟାଗ ଭିତରେ ନଗଦ ୧୭ହଜାର ୫ଶହ ଟଙ୍କା ସମେତ ଷ୍ଟେଟ ବ୍ୟାଙ୍କ ଏଟିଏମ, ପାସବୁକ, ଚେକବୁକ, ୩ଟି ପୋଷ୍ଟାଲ ପାସବୁକ, ୨୧ଶହ ଟଙ୍କାର ଔଷଧ, ଆଧାର କାର୍ଡ, ଜମିଜମା କାଗଜପତ୍ର ଓ ମୋବାଇଲ ଚାର୍ଜର ପ୍ରଭୃତି ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡପତ୍ର ଥିଲା। ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.