Home ଓଡ଼ିଶା ବିକେଏମ୍‌ୟୁର ପ୍ରତିବାଦ ଦିବସ ପାଳନ

ବିକେଏମ୍‌ୟୁର ପ୍ରତିବାଦ ଦିବସ ପାଳନ

74

ଭୁବନେଶ୍ୱର ୦୧.୦୮ (ଓଡ଼ିଆ ପୁଅ) : କ୍ଷେତ ମୂଲିଆମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ, ପ୍ରତ୍ୟେକ ରାଜ୍ୟରେ କଲ୍ୟାଣ ବୋର୍ଡ଼ ଗଠନ, ଭୂମିହୀନଙ୍କୁ ଘରଡିହ, ବର୍ଷକୁ ୩୦୦ ଦିନର କାମ, ସର୍ବନିମ୍ନ ମଜୁରୀ ବୃଦ୍ଧି, ୫୫ ବର୍ଷରୁ ଉର୍ଦ୍ଧ୍ୱ କ୍ଷେତ ମୂଲିଆଙ୍କ ପାଇଁ ମାସିକ ୫ ହଜାର ଟଙ୍କା ପେନ୍‌ସନ୍ ପ୍ରଭୃତି ଦାବିରେ ଭାରତୀୟ କ୍ଷେତମଜଦୁର ୟୁନିୟନ୍ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ଉପଲକ୍ଷେ ଭୁବନେଶ୍ୱରଠାରେ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଜି ପୂର୍ବାହ୍ନରେ ବିକେଏମ୍‌ୟୁର ଶତାଧିକ କର୍ମୀ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ପହଞ୍ଚି ସେଠାରେ ମଧ୍ୟ ବିକ୍ଷୋଭ ଓ ଶୋଭାଯାତ୍ରା ସଂଗଠିତ କରିଥିଲେ। ସେଠାରେ ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା ବିକ୍ଷୋଭକାରୀମାନଙ୍କୁ ଉଦବୋଧନ ଦେଇ କହିଲେ – ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର ସବୁଠାରୁ ଗରିବ ମଣିଷ କ୍ଷେତ ମୂଲିଆଙ୍କ ଜୀବନର ମାନରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସ୍ୱର୍ଣ୍ଣପ୍ରସୂ ଭାରତବର୍ଷର ସବୁଠାରୁ ଗରିବ ୧୦ କୋଟି କ୍ଷେତ ମୂଲିଆ ପରିବାର ଆଜି ଦିନକୁ ମାତ୍ର ୧୦ ଟଙ୍କାରେ ଚଳନ୍ତି ଏବଂ ସେମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ମଧ୍ୟ ନାହିଁ।

ଏହାପରେ ବିକ୍ଷୋଭକାରୀମାନେ ପୁଣି ରାଜମହଲ ଛକ ନିକଟକୁ ଶୋଭାଯାତ୍ରାରେ ଆସି ସେଠାରେ ରାସ୍ତାରୋକୋ ସଂଗଠିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ସିପିଆଇ ଜିଲ୍ଲା ସହ-ସମ୍ପାଦକ ସତୀଶ ମିଶ୍ର, କ୍ଷେତ ମୂଲିଆ ନେତା ଶରତ ସ୍ୱାଇଁ, କୈଳାସ ପୁହାଣ, ନାରୀନେତ୍ରୀ ମଞ୍ଜୁ ଭୋଇ, ଡାକ ହେମ୍ବ୍ରମ୍‌, ନାନିକା ମୁଣ୍ଡା, ଭାରତ ପାଣିଗ୍ରାହୀ, ଦେବ ସାହୁ, ପଞ୍ଚାନନ ସାହୁ, ଶଙ୍କର ବାରିକ ଓ ଅଶୋକ ବାରିକ ପ୍ରମୁଖ ଏହି ବିକ୍ଷୋଭ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.