Home ଓଡ଼ିଶା ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର...

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

85

କେନ୍ଦ୍ରାପଡ଼ା, ୧ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍କୁଲ ଗୁଡିକରେ ଉପସ୍ଥ୍ରାନ ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ପାଚିକା ଓ ସହାୟିକାଙ୍କୁ ନିଯୁକ୍ତି ପ୍ରଦାନ କରାଗଲା। ମାତ୍ର ସେମାନଙ୍କ କାମ ଅନୁସାରେ ସେମାନଙ୍କୁ ପାରିଶ୍ରମିକ ମିଳିଲା ନାହିଁ। ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍କୁଲରେ ନିଷ୍ଠାର ସହିତ କାମ କରି ଦେଶର ଭବବିଷ୍ୟତମାନଙ୍କୁ ଗଠନ କରୁଥିବା ପାଚିକାମାନଙ୍କୁ ବର୍ଷକରେ ୨ମାସର ପ୍ରାପ୍ୟ ନାହିଁ କି କରୋନା ସମୟରେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇନାହିଁ। ଆଜିର ଦରଦାମ ବୃଦ୍ଧି ସମୟରେ ଦରମା ମାସିକ ମାତ୍ର ୧୪ଶହ ଟଙ୍କା ସମୁଦ୍ରକୁ ଶଙ୍ଖେ ଭଳି। ତେଣୁ ତୁରନ୍ତ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କରାଯିବା ସହ ସେମାନଙ୍କୁ ଛୁଟି ପ୍ରଦାନ, ସର୍ବନିମ୍ନ ପେନସନ ପ୍ରଦାନ, ୧୨ମାସର ପାରିଶ୍ରମିକ ପ୍ରଦାନ, ୨୫ଜଣ ଛାତ୍ରଛାତ୍ରୀରେ ସର୍ବନିମ୍ନ ୨ଜଣ (ପାଚିକା ଓ ସହାୟିକା) ରଖାଯିବା, ଶାଢୀ ପାଇଁ ପ୍ରତିବର୍ଷ ଏକହଜାର ଟଙ୍କା ପ୍ରଦାନ କରାଯିବା ପ୍ରଭୃତି ଦାବି ରହିଛି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ସାଥି ସୋହାନା ବେଗମ, ସୈାଭାଗିନୀ ପତି, ଦମୟନ୍ତୀ ସାମଲ, ଏଆଇଟିୟୁସି ନେତା ରମଣୀରଞ୍ଜନ ରାଉତରାୟ, ଲକ୍ଷ୍ମୀପ୍ରିୟା ମଣ୍ଡଳ, ଜ୍ୟୋସ୍ନାରାଣୀ ଦାସ, ଅନିତା ରାଉତ ପ୍ରମୁଖ ସଙ୍ଘର ଶତାଧିକ କର୍ମକର୍ତ୍ତା ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.