Home ଜିଲ୍ଲା ପରିକ୍ରମା ମା ମାଉଲି ମା ଙ୍କ ମାଘଯାତ୍ରା, ଆଲୁରମୁଠା ରେ ଯୋଗଦେଲେ ଶତାଧିକ ଦିଶାରୀ

ମା ମାଉଲି ମା ଙ୍କ ମାଘଯାତ୍ରା, ଆଲୁରମୁଠା ରେ ଯୋଗଦେଲେ ଶତାଧିକ ଦିଶାରୀ

207

ମାଲକାନଗିରି,୫ା୨(ଓଡଆ ପୁଅ ) ମାଲକାନଗିରି ସଦରବ୍ଲକ ଚାଲାଣଗୁଡା ପଚାଂୟତ ସ୍ଥ ଆଲୁର ମୁଠା ଠାରେ ପାରମ୍ପାରିକ ରିତି ନତି ଅନୁସାରେ ଗତ ତନିଦିନ ଧରି ଚାଲିଥିବା ମା ମାଉଲି ମାଙ୍କ ମାଘଯାତ୍ରା ଉତ୍ସାହ ଉଦ୍ଦିପନାରେ ଆଜି ଉଦଯାପିତ ହୋଇଛି । ଏହି ଯାତ୍ରାରେ ତଣ୍ଡିକି,ବୁରୁଦି, ଚାଲାଣଗୁଡା, ମୁନୁସା,ବରକୋଳିଗୁଡା, ତାଳଗୁଡା, ମୁନୁସ କୋଣ୍ଡା,ହାଣ୍ଡିଆଗୁଡା, କୁକୁଡାଗୁଡା, ସିନ୍ଧିରିମାଳ,ଭିମାରାଙ୍ଗିଣି, ତମସା,ମାଲକାନଗିରି,ପେଡାକୋଣ୍ଡା, ପାଲକୋଣ୍ଡା ଆଦି ଗ୍ରାମ ସହ ୪୫ଟି ବିଭିନ୍ନ ଆଦିବାସୀ ଗ୍ରାମଗୁଡିକ ରୁ ଦେବା ଦେବି ଙ୍କ ପିଠରୁ ଶତାଧିକ ଲାଠି ଧାରି ସିରୁଆ,ଦିସାରି,ଗୁଣିଆ ମାନେ ଆଲୁରମୁଠା ମା ମାଉଲିଙ୍କ ପିଠରେ ସୋମବାର ରାତ୍ରରେ ପହଁଚିଥିଲେ । ଏହି ଯାତ୍ରା ଦ୍ୱାରା ଗାଁର ମଙ୍ଗଳ ହେବାସହ ଜମିରେ ଭଲଫସଲ,ବର୍ଷା ହୋଇଥାଏ,ଗ୍ରାମଉପରେ ରୋଗ ବାଧକ ଓ ବିପଦ ଆସେନାହିଁ ,ଭୁତ,ପ୍ରେତ,ଡୁମା ମାନେ ଦୁରେଇଯାଇଥାନ୍ତି ଓ ବିଭିନ୍ନ ଗ୍ରାମର ନୁଆଖିଆ, ପୁଷ ପୁନେଇ ସରାସରି ପର୍ବ କରାଯାଇଥାଏ ,ମା ମାଉଲି ପିଠରୁ ମାଘ ପର୍ବରୁ ଶୁଭାରମ୍ଭ ହୁଏ ବୋଲି ପ୍ରବାଦ ରହିଛିି,ପୁଜାସ୍ଥଳକୁ ବିଭିନ୍ନ ଗ୍ରାମରୁ ସମସ୍ତଭକ୍ତ ମାନେ ପରିବାର ଧରି ଆସିଥାନ୍ତି, ମାଙ୍କ ପିଠରେ ଭୋଗଲାଗାଇ ଲେ ଗାଁ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ବିଭିନ୍ନଗ୍ରାମରୁ ଗୁଣିଆ ,ଦିଶାରୀ , ପୂଜାରୀ, ଓ୍ୟାର୍ଡେ, ନାୟକ, ଚାଲାଣ, ପେଦା,ମୁଖିଆ ମାନେ ସମସ୍ତ ଦେବାଦେବୀଙ୍କ ପିଠରୁ ଲାଠି,କୁର୍ଚି ଧରି ବିରାଟ ସୋଭା ଯାତ୍ରାରେ ପୁଜାମଣ୍ଡପ ନିକଟକୁ ଆସି ଆଲୁରମୁଠାରେ ପିଠରେ ସ୍ଥାପନ କରିଥାନ୍ତି । ଦିଶାରୀ ଓ କାଳିସି ନାଟ ସାଙ୍ଗକୁ ଯୁବକ ଓ ଯୁବତୀ ମାନେ ହାତଧରାଧରି ହୋଇ ଢେମସା ନାଚ କରିଥାନ୍ତି । ଏହି ଯାତ୍ରା ପାଳନର ଦୁଇ ଦିନ ଆଗରୁ ଗାାଁ ଗୁଡିକରେ ସଭା ହୋଇପ୍ରସ୍ତୁତି ଆରମ୍ଭ ହୋଇ ଯାଇଥାଏ,ଗାଁର ମହିଳା ମାନେ ରଙ୍ଗମାଟିରେ ଘର ଲିପାପୋଛା କରି ଝୋଟି,ଚିତା ପକାଇଥାନ୍ତି ।ପୁଜା ଦିନ କି ଗରିବ କି ଧନି ସମସ୍ଥଙ୍କ ପରିବାରରେ ଲୋକମାନଙ୍କ ପାଇଁ ନୂଆତ୍ତବସ୍ତ୍ର କରାଯାଇଥାଏ ।ଲାଠିଗୁଡିକ ପୁଜାମଣ୍ଡ ନିକଟରେ ପହଁଚିଲାପରେ ଗାଁ ପୁଜାରୀ ପ୍ରଦିପକୁମାର ଧାରୁଆ,ବୁଦ୍ରାଧାରୁଆ,ବିଶ୍ୱନାଥ ଦୁରୁଆ ନିମନ୍ତ୍ରଣ କରି ପୁଜାମଣ୍ଡପନିକଟକୁ ପାଛୋଟି ନେଇ ପ୍ରଥମେ କଳା କୁକୁଡା, କଳା ଛେଳି ବଳି ପକା ଯିବାପରେ ଅନ୍ୟମାନେ ଭୋଗ ଚଡାଇଥାନ୍ତି,ନିଜର ମାନସିକ ପୁରଣ ପାଇଁ କିଏ ନଡିଆ,କଦଳୀ ବାଲ୍ୟ ଭୋଗ ଦେଇଥାଏ ତ ଆଉକିଏ ଛେଳି, ବତକ, କୁକଡା ବଳିପକାଇଥାଏ । ଏହି ମା ମାଉଲିଙ୍କ ଯାତ୍ରା ପାଇଁ ଆଲୁରମୁଠା ମାଲ୍ୟବନ୍ତ ପାହଡ ଉପରେ ଥିବା ମା ଙ୍କ ବଡ ଭଉଣୀ ମା କନକ ଦୁର୍ଗା ଓ ଭୀମରାଜ ଙ୍କ ପଥର ମୂର୍ତି କୁ ପୂଜାକରି ଦୁଇଟି ବିମାନରେ ସଜାଇ ପାହଡ ତଳକୁ ଆଣି ଥାନ୍ତି । ମା ମାଉଲିଙ୍କ ନିକଟରେ ମଚାଂସ୍ଥାପନ କରି ସେଠାରେ ରଖି ପୁଜା ଦେଇଥାନ୍ତି । ମା ମାଉଲି ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ , ମା ଙ୍କ ନିକଟକୁ ଆସିଥିବା ଭକ୍ତମାନେ ସେମାନଙ୍କ ପିଲାମାନଙ୍କୁ ରୋଗ ବୈରାଗ, ଭୁତ ପ୍ରେତ ଛଡାଇବା ପାଇଁ କାଳସୀ,ଦିଶାରୀ ,ଗୁଣିଆ,ପୁଜାରୀ ମାନଙ୍କ ନିକଟରେ ଝଡା ଫୁଙ୍କା କରିଥାନ୍ତି । ମା ଙ୍କ ପୁଜା ପରେ ବଡ ଯାତ୍ରା ଆରମ୍ଭ ହୋଇଥାଏ ବୋଲି ପୁଜାରି କୁହନ୍ତି । ଚାଲାଣଗୁଡା ପଚାଂୟତ ସରପଚଂ ପୁସ୍ପାରାଣୀ ପଡିଆମି ଓ ଆଲୁରମୁଠା ମା ମାଉଲି ପୁଜା କମିଟିର ସଭାପତି ଇର୍ମାପଡିଆମି, ଉପସଭାପତି ଅରକ୍ଷୀତ ନାୟକ,ସଂପାଦକ ଶ୍ୟାମପଡିଆମି,ମୁନା ମାଡକାମି,ପଦିଆ କବାସି,ଡମ୍ବୁଦୁରୁଆ,ପଦିଆ କବାସୀ,ପାଣ୍ଡୁ ପଡିଆମି,ଶିବ ମାଡକାମି, ଭୀମ ଦୁରୁଆ, ସନ୍ତୋଷଜେନା,ମିଟୁ ପଣ୍ଡା,ଦେବା ଧାରୁଆ,ସନ୍ତୋଷ ମାଢି ପ୍ରମୁଖ ଶାନ୍ତିଶୃଙ୍ଖଳାର ସହିତ ଏହି ଯାତ୍ରା ପରିଚାଳନା କରିଥିଲେ । ଏହି ତନିଦିନ ଧରି ଆୟୋଜିତ ମା ଙ୍କ ପିଠରେ ଯାତ୍ରା ଓ ମିନାବଜାର ସାଙ୍ଗକୁ ଦୋଳିର ମଜା ଉଠାଇଥିଲେ ପିଲା ମାନେ ,ସମସ୍ତ ଭକ୍ତମାନଙ୍କ ପାଇଁ ପୁଜାକମିଟି ପକ୍ଷରୁ ଅର୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ରାତ୍ରରେ ଦେଶିଆ ନାଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଆଦିବାସୀଙ୍କ ନିଆରା ପରମ୍ପରା ମା ମାଉଲି ମାଙ୍କ ମାଘଯାତ୍ରା ଦେଖିବାପାଇଁ ବିଭିନ୍ନଗ୍ରାମରୁ ପ୍ରାୟ୫ହାଜାରରୁ ଉର୍ଦ୍ଦ ଭକ୍ତମାନଙ୍କ ଭିଡଲାଗିଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.