Home ଓଡ଼ିଶା ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ, ବିଜେପି ଏବଂ କଂଗ୍ରେସ – କାହାକୁ କେତେ ଆସନ...

ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ, ବିଜେପି ଏବଂ କଂଗ୍ରେସ – କାହାକୁ କେତେ ଆସନ ମିଳିବ ? ଓପିନିୟନ ପୋଲ …

852

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏବିପି ନ୍ୟୁଜ୍-ସି-ଭୋଟର ଓପିନିୟନ ପୋଲକୁ ଅନୁସାରେ ଜାଣନ୍ତୁ ଆମ ଆଦମୀ ପାର୍ଟୀ, ବିଜେପି ଏବଂ କଂଗ୍ରେସକୁ କେତେ କେତେ ଆସନ ମିଳିବ।
ଦିଲ୍ଲୀ ବିଧାନସଭା ନିର୍ବାଚନପାଇଁ ଆସନ୍ତା କାଲି ସଂଧ୍ୟାରେ ପ୍ରଚାର ସରିବ ଏବଂ ଆଠ ଫେବ୍ରୁଆରିରେ ଭୋଟଦାନ। ଏହା ପୂର୍ବରୁ ଲୋକମାନଙ୍କର ମନରେ ପ୍ରଶ୍ନ ଉଙ୍କି ମାରୁଛିଯେ, ଶେଷରେ ଆମ ଆଦମୀ ପାର୍ଟୀ (ଆପ), ବିଜେପି ଏବଂ କଂଗ୍ରେସ କିଏ ଦିଲ୍ଲୀରେ କେତେ ଆସନ ପାଇବ। ଅବଶ୍ୟ ବିଜୟ ଲାଭପାଇଁ ପ୍ରତ୍ୟେକ ଦଳ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି।

ଏହାକୁ ଧ୍ୟାନରେ ରଖି ଜନତାଙ୍କର ମୁଡକୁ ଏବିପି ନ୍ୟୁଜ୍ ସି –ଭୋଟର ସାଥିରେ ମିଶିକରି ଓପିନିୟନ ପୋଲ କରିଛନ୍ତି। ଏଥିପାଇଁ୨୬ ଜାନୁଆରୀ ୨୦୨୦ ରୁ ନେଇକରି ୪ ଫେବୃଆରି ୨୦୨୦ ପର୍ଯ୍ୟନ୍ତ ସମସ୍ତ ୭୦ ବିଧାନସଭା ସିଟ୍ ଗୁଡ଼ିକରେ ଲୋକମାନଙ୍କର ମତ ନିଆଯାଇଛି। ଏହି ସର୍ଭେରେ ୧୧,୧୮୮ ଲୋକମାନଙ୍କ ରାୟ ନିଆଯାଇଥିଲା।

ସୂଚନାଯୋଗ୍ୟଯେ, ୨୦୧୫ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟୀ ୭୦ ରୁ ୬୭ ସିଟ୍ ଉପରେ ବିଜୟ ଲାଭ କରିଥିଲା। ବିଜେପି ମାତ୍ର ତିନୋଟି ସିଟରେ ମନକୁ ବୁଝାଇଥିଲା ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ସରକାରରେ ଥିବା କଂଗ୍ରେସ ଖାତା ମଧ୍ୟ ଖୋଲି ପାରିନଥିଲା। ABP News- C Voter Opinion Poll ର ମୁତାବକ, ଏହିଥର ବିଧାନସଭା ନିର୍ବାଚନରେ ଶାସକ ଦଳ ଆମ ଆଦମୀ ପାର୍ଟୀକୁ କ୍ଷତି ହୋଇପାରେ। ଏହାର ବେଶୀ ଫାଇଦା ବିଜେପିକୁ ମିଳିପାରେ। ଅବଶ୍ୟ ଆମ ଆଦମୀ ପାର୍ଟୀ ବହୁମତର ଅଙ୍କ ସହଜରେ ହାସଲ କରିପାରେ ବୋଲି ଜଣାପଡ଼ୁଛି।

ଦିଲ୍ଲୀର ସମସ୍ତ ୭୦ ବିଧାନସଭା ସିଟ୍ ଗୁଡ଼ିକର ABP Opinion Poll ମୁତାବକ, ଶାସକ ଦଳ ଆମ ଆଦମୀ ପାର୍ଟୀକୁ ଅତି କମରେ ୪୨ ଏବଂ ଅଧିକତମ ୫୬ ଆସନ ମିଳିପାରେ। ବିଜେପିକୁ ୧୦ ରୁ ୨୪ ଟି ଆସନ ମିଳିପାରେ ବୋଲି ଜଣାପଡ଼ିଛି। କଂଗ୍ରେସକୁ ୦ ରୁ ୪ ଟି ଆସନ ଉପରେ ସନ୍ତୋଷ ହେବାକୁ ପଡ଼ିପାରେ।

କାହାକୁ କେଉଁଠାରୁ ମିଳିବ କେତେ ଆସନ

ପାର୍ଟୀ ଆସନ
ଆପ ୪୨ ରୁ ୫୬
ବିଜେପି ୧୦ ରୁ ୨୪
କଂଗ୍ରେସ ୦ ରୁ ୪
ଅନ୍ୟ ୦

କାହାକୁ କେଉଁଠାରୁ ମିଳିବ କେତେ ଭୋଟ ଶେୟାର

ପାର୍ଟୀ ଭୋଟ ପ୍ରତିଶତ
ଆପ ୪୫.୬ %
ବିଜେପି ୩୭.୧ %
କଂଗ୍ରେସ ୪.୪ %
ଅନ୍ୟ ୧୨.୯%

ଲୋକସଭା କ୍ଷେତ୍ର ଅନୁଯାୟୀ ଦେଖନ୍ତୁ ଭୋଟ ପ୍ରତିଶତ ଏବଂ ଆସନ –

ଦିଲ୍ଲୀରେ ଲୋକସଭାର ସାତଟି ଆସନ ଅଛି – ନୂଆଦିଲ୍ଲୀ, ଦକ୍ଷିଣୀ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଚାନ୍ଦନୀ ଚୌକ, ଉତ୍ତର ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର ପୂର୍ବ ଦିଲ୍ଲୀ ସାମିଲ। କୁହାଯାଇପାରେଯେ, କି ସମସ୍ତ ସାତ ଲୋକସଭା ଆସନ ଅନ୍ତର୍ଗତ ୧୦-୧୦ ବିଧାନସଭା ଆସନ ଆସୁଛି। କ’ଣ କହୁଛି ଓପିନିୟନ ପୋଲ ଜାଣନ୍ତୁ –

୧. ନୂଆଦିଲ୍ଲୀ ଲୋକସଭା ଆସନ
ABP News Opinion Poll ମୁତାବକ, ନୂଆଦିଲ୍ଲୀ ଲୋକସଭା ସିଟରେ ଆପ କୁ ୭ ରୁ ୯ ଆସନ, ବିଜେପିକୁ ଏକ ରୁ ତିନି ସିଟ ମିଳିପାରେ। କଂଗ୍ରେସର ଏଠାରେ ଖାତା ମଧ୍ୟ ଖୋଲୁନାହିଁ।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୪୫.୨
ବିଜେପି ୧ ରୁ ୩ ୩୮.୦
କଂଗ୍ରେସ ୦ ୫.୦
ଅନ୍ୟ ୦ ୧୧.୮

୨. ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନ

ସାଉଥ ଦିଲ୍ଲୀ (ଦକ୍ଷିଣ ଦିଲ୍ଲୀ) ରୁ ଆମ ଆଦମୀ ପାର୍ଟୀ ସାତ ରୁ ନଅ ସିଟ୍ ଉପରେ ବିଜୟ ଲାଭ କରିପାରେ। ସର୍ଭେକୁ ମାନିଲେ ଏହି କ୍ଷେତ୍ରରୁ ବିଜେପିକୁ ଶୂନ୍ୟ ରୁ ଦୁଇଟି ମିଳିପାରେ। କଂଗ୍ରେସ ଅଧିକତମ ଗୋଟିଏ ସିଟରେ ବିଜୟ ଲାଭ କରିପାରେ।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୪୬.୦
ବିଜେପି ୦ ରୁ ୨ ୩୮.୧
କଂଗ୍ରେସ ୦ ରୁ ୧ ୩.୫
ଅନ୍ୟ ୦ ୧୨.୪

୩. ପଶ୍ଚିମ ଦିଲ୍ଲୀ ଲୋକସଭା ଆସନ
ସର୍ଭେର ମୁତାବକ, ଅରବିନ୍ଦ କେଜରୀୱାଲଙ୍କର ପାର୍ଟୀ ୱେଷ୍ଟ ଦିଲ୍ଲୀ (ପଶ୍ଚିମ ଦିଲ୍ଲୀ) ରୁ ଛଅ ରୁ ଆଠ ସିଟ୍ ରେ ବିଜୟ ଲାଭ କରିପାରେ। ଅପରପଟେ ବିଜେପି ଦୁଇଟି ରୁ ଚାରି ସିଟ୍ ମଧ୍ୟରେ କବ୍ଜା କରିପାରେ। ଏହି ଅଞ୍ଚଳରୁ ମଧ୍ୟ କଂଗ୍ରେସର ଖାତା ଖୋଲିବା କଷ୍ଟକର ବୋଲି ଜଣାପଡ଼ୁଛି।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୬ ରୁ ୮ ୪୩.୯
ବିଜେପି ୨ ରୁ ୪ ୩୭.୭
କଂଗ୍ରେସ ୦ ୪.୦
ଅନ୍ୟ ୦ ୧୪.୫

୪. ପୂର୍ବ ଦିଲ୍ଲୀ ଲୋକସଭା ଆସନ

ସର୍ଭେ ମୁତାବକ ଇଷ୍ଟ ଦିଲ୍ଲୀ (ପୂର୍ବୀ ଦିଲ୍ଲୀ) ରୁ ମଧ୍ୟ ଅରବିନ୍ଦ କେଜରୀୱାଲଙ୍କୁ ମଧ୍ୟ ଭଲ ଫଳ ମିଳିପାରେ। ଏଠାରେ ଆମ ଆଦମୀ ପାର୍ଟୀ ଛଅ ରୁ ଆଠ ଆସନରେ ବିଜୟଲାଭ କରିପାରେ। ତା’ ବ୍ୟତୀତ ବିଜେପିକୁ ଏଠାରୁ ଏକ ରୁ ତିନୋଟି ଆସନ ଏବଂ କଂଗ୍ରେସକୁ ଅଧିକତମ ଗୋଟିଏ ଆସନ ମିଳିପାରେ।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୬ ରୁ ୮ ୪୩.୧
ବିଜେପି ୧ ରୁ ୩ ୩୯.୫
କଂଗ୍ରେସ ୦ ରୁ ୧ ୪.୪
ଅନ୍ୟ ୦ ୧୩.୦

୫. ଚାନ୍ଦୀନୀ ଚୌକ ଲୋକସଭା ଆସନ

ସର୍ଭେ ଅନୁସାରେ ଚାନ୍ଦନୀ ଚୌକରୁ ଅରବିନ୍ଦ କେଜରୀୱାଲଙ୍କର ଆମ ଆଦମୀ ପାର୍ଟୀ ବାଜୀ ମାରିପାରେ। ସର୍ଭେରେ ଆମ ଆଦମୀ ପାର୍ଟୀକୁ ଛଅ ରୁ ଆଠ ଆସନ ମିଳିପାରେ। ବିଜେପି ଏକ ରୁ ତିନି ଆସନରେ ଜୀତିପାରେ।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୬ ରୁ ୮ ୪୬.୯
ବିଜେପି ୧ ରୁ ୩ ୩୭.୪
କଂଗ୍ରେସ ୦ ରୁ ୧ ୫.୧
ଅନ୍ୟ ୦ ୧୦.୬

୬. ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ଆସନ

ନର୍ଥ ୱେଷ୍ଟ (ଉତ୍ତର ପଶ୍ଚିମ) ଦିଲ୍ଲୀରୁ ଆମ ଆଦମୀ ପାର୍ଟୀକୁ ସାତ ରୁ ନଅ ଆସନ ମିଳିପାରେ। ବିଜେପି କୁ ସେଠାରେ ଏକ ରୁ ତିନି ଆସନ ଉପରେ ସଫଳତା ମିଳିପାରେ। କଂଗ୍ରେସର ଖାତା ଖୋଲି ନପାରେ।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୭ ରୁ ୯ ୪୮.୨
ବିଜେପି ୧ ରୁ ୩ ୩୨.୯
କଂଗ୍ରେସ ୦ ୫.୫
ଅନ୍ୟ ୦ ୧୩.୫

୭. ଉତ୍ତର ପୂର୍ବ ଦିଲ୍ଲୀ
ସର୍ଭେର ଅଙ୍କ ମୁତାବକ ନର୍ଥ ଇଷ୍ଟ (ଉତ୍ତର ପୂର୍ବ) ଦିଲ୍ଲୀରୁ ବିଜେପି ଆଗରେ ରହିପାରେ। ଓପିନିୟନ ପୋଲ ମୁତାବକ, ଏହି କ୍ଷେତ୍ରରୁ ବିଜେପି ଚାରି ରୁ ଛଅ ଆସନରେ ବିଜୟ ଲାଭ କରିପାରେ। ଆମ ଆଦମୀ ପାର୍ଟୀକୁ ତିନି ରୁ ପାଞ୍ଚଟି ଆସନ ମିଳିପାରେ। କଂଗ୍ରେସ କୁ ଅଧିକତମ ଗୋଟିଏ ମିଲିପାରେ।

ପାର୍ଟୀ ଆସନ ଭୋଟ ପ୍ରତିଶତ
ଆପ ୩ ରୁ ୫ ୪୬.୦
ବିଜେପି ୪ ରୁ ୬ ୩୬.୮
କଂଗ୍ରେସ ୦ ରୁ ୧ ୩.୭
ଅନ୍ୟ ୦ ୧୩.୫

ଦିଲ୍ଲୀ ବିଧାନସଭାରେ ୭୦ଟି ଆସନ ଅଛି ଏବଂ ଏହି ବିଧାନସଭା ନିର୍ବାଚନରେ ବିଶେଷ ବାବରେ ଶାସକ ଦଳ ଆମ ଆଦମୀ ପାର୍ଟୀର ପ୍ରତିଦ୍ୱନ୍ଦିତା ବିଜେପି ଏବଂ କଂଗ୍ରେସ ସହିତ ହେବ। ବିଧାନସଭା ନିର୍ବାଚନ ପ୍ରଚାର କାଲି ସଂଧ୍ୟାରେ ସମାପ୍ତ ହେଉଛି ଏବଂ ଆଠ ଫେବ୍ରୁଆରିରେ ମତଦାନ। ମତଗଣନା ୧୧ ଫେବୃଆରିରେ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.