Home ଜିଲ୍ଲା ପରିକ୍ରମା ମା ବୁଢ଼ୀ ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମା ବୁଢ଼ୀ ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

3

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମରେ ମା ବୁଢ଼ୀ ଜାଗୁଳାଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ମେଳଣ ପଡ଼ିଆରେ ୩ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳାମାନେ କଳସ ଶୋଭାଯାତ୍ରାରେ ଗୁଡ଼ୁପାଳ ଗ୍ରାମରୁ ବାହାରି ଚବିଶପଡ଼ା ସାଳନ୍ଦୀ ଘାଟରେ ପହଂଚି କଳସ ବୁଡ଼ାଇ ଫେରିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା।ପ୍ରଥମ ଦିନ ଅଙ୍କୁରାରୋପଣ, ୨ୟ ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା ଏବଂ ହୋମ, ୩ୟ ଦିନ ସୂର୍ଯ୍ୟପୂଜା, ଯଜ୍ଞ ଏବଂ ମାଙ୍କର ମନ୍ଦିର ପ୍ରବେଶ ସହିତ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ରାତିରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । କର୍ତା ଭାବେ ସମାଜସେବୀ ଗଣେଶ ପ୍ରସାଦ ନାୟକ ଓ ପତ୍ନୀ ଚଂଚଳା ନାୟକ ଏବଂ ପୁରୋହିତ ଭାବେ ବିମ୍ବାଧର ତ୍ରିପାଠୀ, ରବିନାରାୟଣ ପଣ୍ଡା ଏବଂ ତାଙ୍କ ସହଯୋଗୀମାନେ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ପୂର୍ଣ୍ଣାହୁତି ବେଳେ ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ନାୟକ, ଆଇନଜୀବି ଚିନ୍ତାମଣି ଦାସ, ତପନ ମିଶ୍ର, ପୂର୍ବତନ ସରପଂଚ କୀର୍ତନ ରାଉତ, ତିହିଡି଼ ସମବାୟ ବ୍ୟାଙ୍କ ପରିଚାଳକ ବିଶ୍ୱଭୂଷଣ କର, ହିମାଦ୍ରୀ ରାଉତରାୟ, ଉମାକାନ୍ତ ସେଠୀ, ପୀତାମ୍ବର ସେଠୀ, ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ, ଅନିରୁଦ୍ଧ ବାରିକ, ନିତ୍ୟାନନ୍ଦ ବେହେରା, ରତିକାନ୍ତ ଦାସ, ମୃତ୍ୟୁଞ୍ଜୟ ସାମଲ, ସୌମ୍ୟରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ଅଭୟ ନାୟକ, ତୁଷାର ସ୍ୱାଇଁ, ବିଜୟ ନାୟକ, ବେଣୁଧର ନାୟକ, ଉଜ୍ଜଳ ନାୟକ, ଘାଉଲି ନାୟକ, ଜଗନ୍ନାଥ ନାୟକ, ସଞ୍ଜୟ ଜେନା, ସତ୍ୟରଞ୍ଜନ ନାୟକ, ପ୍ରକାଶ ନାୟକ, ସନାତନ ନାୟକ, ସୁଦାମ ସାହୁ, ନବକିଶୋର ନାୟକ, ମଧୁସୂଦନ ନାୟକ, ଭୀମସେନ ନାୟକ ପ୍ରମୁଖ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.