Home ଜିଲ୍ଲା ପରିକ୍ରମା ବୈତରଣୀ ପ୍ରଥମ ବନ୍ୟାରେ ବୋଡକ ଠାରେ ଦବିଲା କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ, ବିଛିନ୍ନ ହେବା...

ବୈତରଣୀ ପ୍ରଥମ ବନ୍ୟାରେ ବୋଡକ ଠାରେ ଦବିଲା କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ, ବିଛିନ୍ନ ହେବା ଆଶଙ୍କା!, ଏକର ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି

4

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତଳମୁଣ୍ଡରେ ଅର୍ଥାତ୍ ଆରଡି ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାରେ ବୋଡକ ନିକଟରେ ପୂର୍ବରୁ ଧୋଇଯାଇଥିବା କୁଆଖିଆ- ଆଖଣ୍ଡଳମଣି ୨୦ନମ୍ୱର ଜାତୀୟ ରାଜପଥର ପୁଣି ୩ଶହ ଫୁଟ ଲମ୍ବର ରାସ୍ତା ଦବି ଯିବା ସହ ନଦୀ ଆଡ଼କୁ ଢଳି ରହିଛି। ଆଗକୁ ଯଦି ବୈତରଣୀରେ ବନ୍ୟାପାଣି ବୃଦ୍ଧି ପାଏ ତାହାଲେ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ବିଶେଷକରି ମୁଁଆ ଗାଁ ନିକଟ କଜଳାମାହାରା ନିକଟରେ ଗତବର୍ଷ ୩ଶହ ଫୁଟର ନଦୀବନ୍ଧ ବୈତରଣୀକୁ ଧସିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହୋଇପାରି ନାହିଁ। ସେହିପରି ଷାଠିବାଙ୍କୁଡା ଗାଁ ଠାରୁ ବୋଡକ ଖେଳ ପଡିଆ ଯାଏଁ ଦୀର୍ଘ ୧କିମି ନଦୀ୍ୱନ୍ଧର ସୁଦୃଢିକରଣ ନିମନ୍ତେ ୯କୋଟିରୁ ଉର୍ଦ୍ଧ ଟଙ୍କାରେ ମାଟି ପକାଯିବା ସହ ପଥର ପ୍ୟାକିଙ୍ଗ କରାଯାଇଥିଲେ ମଧ୍ୟ ଠିକ ଭାବେ କାର୍ଯ୍ୟ ହୋଇନଥିବାରୁ ଗତ ୨ଦିନ ମଧ୍ୟରେ ୩ଶହ ଫୁଟ ଲମ୍ବ ନଦୀବନ୍ଧର ମାଟି ଅତଡା ନଦୀ ଗର୍ଭକୁ ଚାଲିଯାଇଥିବା ବେଳେ ଅନେକ ସ୍ଥାନରେ ନଦୀବନ୍ଧର ଫାଟ ଦେଖା ଦେଇଛି। ନଦୀ ଗର୍ଭରେ ଲିନ୍ନ ହୋଇଛି। ଏପରି ଘଟଣାର ଅନୁଧ୍ୟାନ ପାଇଁ ମଙ୍ଗଳବାର ଅପରାହ୍ନରେ ଜଳସେଚନ ବିଭାଗର ଏହି(ନିର୍ବାହୀ ଯନ୍ତ୍ରୀ) ସଞ୍ଜିବ ମହାନ୍ତି, ଏସଡିଓ ଶମ୍ଭୁ ପ୍ରକାଶ ମଲିକ, କନିଷ୍ଠଯନ୍ତ୍ରୀ ବିମଲ ବେହେରା ପ୍ରମୁଖ ନଦୀବନ୍ଧର ସ୍ଥିତି ପରଖିଥିଲେ। ବନ୍ୟାପାଣି କମିବା ପରେ ଦୁର୍ବଳ ବନ୍ଧର ମରାମତି କରାଯିବ ବୋଲି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.