Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ ୯ମ ବାର୍ଷିକ “ଫାତେହା” ଓ “ଉର୍ଷ କାଦରିଆ”ର ପ୍ରସ୍ତୁତି ବୈଠକ

ବଡ଼ ସରକାର ବାବାଙ୍କ ୯ମ ବାର୍ଷିକ “ଫାତେହା” ଓ “ଉର୍ଷ କାଦରିଆ”ର ପ୍ରସ୍ତୁତି ବୈଠକ

10

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ଼ ସ୍ଥିତ ସରକାର ନଗର ଖାନକାହ ପରିସରରେ “ଗୁଲଶନେ ଗୌସପାକ ଟ୍ରଷ୍ଟ”ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ଜନାବ ହାଫିଜ ଇଶାକ ମହମ୍ମଦଙ୍କ ସଭାପତିତ୍ୱରେ ଓ ସଂପାଦକ ଶେଖ ଅତା ମୋହିଉଦ୍ଦିନଙ୍କ ସଂଯୋଜନାରେ ଟ୍ରଷ୍ଟର ସିଦ୍ଧାନ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବା (ର.ଅ.)ଙ୍କ ନବମ ବାର୍ଷିକ “ଫାତେହା ଉତ୍ସବ” ଚଳିତ ସେପ୍ଟେମ୍ବର ୨୪ ତାରିଖ ରବିବାର ଦିନ ବହୁ ଆଡ଼ମ୍ବର ଓ ଶାନ୍ତିଶୃଙ୍ଖଳା ସହିତ ପାଳନ କରାଯିବ । ଏହି ବୈଠକରେ ନିଷ୍ପତ୍ତି ହେଲା ଯେ ଉତ୍ସବ ପୂର୍ବ ଦିନ ତଥା ସେପ୍ଟେମ୍ବର ୨୩ ତାରିଖ (ଶନିବାର) ଅପରାହ୍ନ ୪ ଘଟିକା ରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଖାନକାହ କମିଟିଠାରେ ଫାତେହା ଉତ୍ସବ ପାଇଁ ଫଳ ସାମଗ୍ରୀ ପହଞ୍ଚାଇ ଦେବେ । ଅର୍ଦ୍ଧରାତ୍ରିରୁ ବାବାଙ୍କ ଗୋସଲଖାନୀ ଆରମ୍ଭ ହେବ ଏବଂ ୨୪ ତାରିଖ (ରବିବାର) ସକାଳ ନମାଜ ପାଠ ପରେ କୋରାନ ପାଠ, ମିଲାଦ ଶରିଫ ଓ ଫାତେହାର ଆୟୋଜନ କରାଯିବ । ଫାତେହା ସରିଲା ପରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବ । ଆମ ରାଜ୍ୟ ସହିତ ଭାରତର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତମାନେ ରବିବାର ସକାଳରୁ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ବାବାଙ୍କ ସମାଧିଠାରେ ଚାଦର ଚଢ଼ାଇ ଦର୍ଶନ କରିପାରିବେ ।

ଭାଇଚାରା ସହରରେ ପର୍ବ ପାଳନ କରାଯାଇଥାଏ ଓ ଏଠାରେ କୌଣସି ଭେଦଭାବ ରୁହେ ନାହିଁ । ଲକ୍ଷାଧିକ ଭକ୍ତ ସରକାର ବାବାଙ୍କ ପୀଠକୁ ଦର୍ଶନ କରିବାକୁ ଆସନ୍ତି ଓ ଭକ୍ତମାନଙ୍କ ସୁ-ବ୍ୟବସ୍ଥା, ଯାତାୟତ ପାଇଁ ଖାନକାହ ଟ୍ରଷ୍ଟ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛି ଏବଂ ମହିଳା ଭକ୍ତମାନଙ୍କୁ ଅନୁରୋଧ ସନ୍ଧ୍ୟା ଅଯାନ ପର୍ଯ୍ୟନ୍ତ ବାବାଙ୍କ ପୀଠ ଦର୍ଶନ କରିପାରିବେ ବୋଲି ଟ୍ରଷ୍ଟର ଘୋଷଣା । ଏହି ବୈଠକରେ ମିର୍ଜା ମହମ୍ମଦ ସୈଫୁଦ୍ଦିନ, ତାହେର ଅଲି ଶାହା, ଗୁଲ ମହମ୍ମଦ, ମହମ୍ମଦ ଫଜଲେ ହକ, ମହମ୍ମଦ ୟାକୁବ ଅଲି, ମହମ୍ମଦ ଫୁରକାନ ଅଲି ପ୍ରମୁଖ ଉପସ୍ଥିତ ରହିିଥିଲେ । ସେହିପରି “କାଦରୀ ବିରାଦରାନ” କମିଟିର ପ୍ରସ୍ତୁତି ବୈଠକ ଖାନକାହ ପରିସର ବାହାରେ “ଗୁଲଶନେ ନସିମ” ପରିସରରେ ଶେଖ ହବିବୁଲ୍ଲାଙ୍କ ସଭାପତିତ୍ୱରେ ଓ ସଂଯୋଜକ ଶେଖ ଅଖତରଙ୍କ ସଂଯୋଜନାରେ ସିଦ୍ଧାନ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରତି ବର୍ଷ ପରି ଉର୍ଷେ କାଦରିଆରେ ଖାନକାହ ପରିସର ବାହାରେ ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ୨୩ ତାରିଖ ଶନିବାର ସନ୍ଧ୍ୟାରେ ଲଙ୍ଗରର ବ୍ୟବସ୍ଥା କରାଯାଇଅଛି ଏବଂ ୨୪ ତାରିଖ ରବିବାର ସନ୍ଧ୍ୟା ୭ଟାରୁ ଅର୍ଦ୍ଧ ରାତ୍ରି ପର୍ଯ୍ୟନ୍ତ ଏକ ସର୍ବଭାରତୀୟ ଧର୍ମସଭା ଓ ମୁଶାଏରାର ଆୟୋଜନ ହେବ । ଏଥିରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକରୁ ମୌଲାନା (ପଣ୍ଡିତ) ସୈୟଦ ଶାହା ତନୱିର ହାସମୀ, ୟୁପିରୁ ମୌଲାନା ସୈୟଦ ଶାହା କମାଲ ହସନ ଓ ସାଏରେ (କବି)ମାନେ ବିଭିନ୍ନ ରାଜ୍ୟରୁ ଆସି ଯୋଗଦେବେ ବୋଲି ଜାୱେଦ ଅଖତର, ଶେଖ ଅବୁକଲାମ, ଅଖତର ଅଲି, ଶେଖ କମିରୁଦ୍ଦିନ, ଶେଖ ସବ୍‌ବିର ପ୍ରମୁଖ ଉପସ୍ଥିତ ରହିଥିଲେ ଓ ବାହାରୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କୁ ଖାନକାହ ପରିସର ବାହାରେ ସୁବ୍ୟବସ୍ଥାର ଦାୟିତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.