Home ଜିଲ୍ଲା ପରିକ୍ରମା ମାଳଦା ଅଗ୍ନିକାଣ୍ଡରେ ୫ ଦୋକାନ ଭସ୍ମୀଭୂତ

ମାଳଦା ଅଗ୍ନିକାଣ୍ଡରେ ୫ ଦୋକାନ ଭସ୍ମୀଭୂତ

39

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଚତୁର୍ଭୁଜପୁର ଗ୍ରାମର ମାଳଦା ଜଗନ୍ନାଥବଜାରରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସୁଦାମ ଦାସ, ନରହରି ଦାସ ଓ ନନ୍ଦ ଦାସଙ୍କ ମୋଟ ୫ବଖରା ଚାଳଘର ସମ୍ପୁର୍ଣ୍ଣ ଜଳିଯାଇଛି । ଏଥିରେ ବ୍ୟବସାୟ କରୁଥିବା ପୂର୍ଣ୍ଣଚନ୍ଦ୍ର ଦାସଙ୍କ ତେଜରାତି ଦୋକାନ, ନିରାକାର ଦାସଙ୍କ ଫଳଦୋକାନ, କୁନା ସାହୁଙ୍କ ସାଇକେଲ ଓ ମୋଟରସାଇକେଲ ଯନ୍ତ୍ରାଂଶ ଦୋକାନ, ପରେଶ ବେହେରାଙ୍କ ଜଳଖିଆ ଦୋକାନ ଓ ସୁଦାମ ଦାସଙ୍କ ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଯାଇଛି । ପରେଶଙ୍କ ଜଳଖିଆ ଦେକାନରେ ଥିବା ଗ୍ୟାସ ସିଲିଣ୍ଡର ଅଗ୍ନି ପ୍ରଭାବରେ ବିଫ୍ସୋରଣ ହୋଇ ଚାଳ ଉପରେ ଥିବା କରୋଗେଟ ସିଟକୁ ୩୦ମିଟର ଦୂରତାରେ ଥିôବା ନିମ୍ବଗଛ ଉପରକୁ ଉଡାଇ ନେଇଛି । ଖବରପାଇ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ସ୍ଥାନୀୟ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିକୁ ଆୟତ୍ତ କରିଥିଲେ । ଅଜଣା ଦୁବୁର୍ତ୍ତ ଅଗ୍ନିସଂଯୋଗ ଦ୍ୱାରା ଅଗ୍ନିକାଣ୍ଡ ହୋଇଛି ବୋଲି ବ୍ୟବସାୟୀ ଓ ଘରମାଲିକ ବୟାନ ଦେଇଛନ୍ତି । ଏହି ଅଘଟଣରେ ମାଳଦା ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ ବିପନ୍ନଙ୍କ ସହାୟତା ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.