Home ଜିଲ୍ଲା ପରିକ୍ରମା ଭଦ୍ରକ – ଅଗ୍ନିକାଣ୍ଡରେ ଜଳିଗଲା ପ୍ଲାଷ୍ଟିକ୍ ଗୋଦାମ

ଭଦ୍ରକ – ଅଗ୍ନିକାଣ୍ଡରେ ଜଳିଗଲା ପ୍ଲାଷ୍ଟିକ୍ ଗୋଦାମ

33

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ନିକାଣ୍ଡରେ ଜଳିଗଲା ଏକ ପ୍ଲାଷ୍ଟିକ୍ ଗୋଦାମ । ଦୀର୍ଘ ତିନିଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଭଦ୍ରକ ସହରର ପୁରୁଣାବଜାର ଥାନା ଅଧୀନସ୍ଥ ହଳଦିଡିହ ବାିପାସ ଠାରେ ଏକ ପ୍ଲାଷ୍ଟିକ୍ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ଏହି ପ୍ଲାଷ୍ଟିକ୍ ଗୋଦାମରେ ନିଆଁ ଲାଗିଯାଇଥିଲା । ତେବେ ନିଆଁର ପ୍ରଭାବ ଏତେ ପ୍ରଖର ଥିଲା ଯେ ଦମକଳ ବାହିନୀକୁ ଦୀର୍ଘ ସମୟ ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ତେବେ ନିଆଁ ଆୟତ୍ତ ହେବା ବେଳକୁ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଦମକଳ ବାହିନୀକୁ ଦୀର୍ଘ ୩ ଘଣ୍ଟା ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ନିଆଁ ଆୟତ୍ତ ହୋଇଥିଲା ସତ, କିନ୍ତୁ ଏହି ପ୍ଲାଷ୍ଟିକ୍ ଗୋଦାମରେ ସମସ୍ତ ସାମଗ୍ରୀ ପୋଡି ତରଳି ଯାଇଥିଲା । ଏବେ ଘଟଣା ସ୍ଥଳରେ ପୁରୁଣା ବଜାର ପୁଲିସ୍ ପହଞ୍ôଚ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.