Home ଜିଲ୍ଲା ପରିକ୍ରମା ପ୍ରେମିକା ଘରେ ମାଡ ଖାଇ ପ୍ରେମିକ ମେଡିକାଲରେ

ପ୍ରେମିକା ଘରେ ମାଡ ଖାଇ ପ୍ରେମିକ ମେଡିକାଲରେ

82

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମିକା ଘରେ ମାଡ ଖାଇ ପ୍ରେମିକଟି ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣାରୁ ଯାହା ଜଣାଯାଏ ପ୍ରଥମେ ପ୍ରେମ ଓ ପରେ ବିବାହ କରି ବେଶ୍ କିଛିଦିନ ସୁଖରେ ରହିବା ପରେ ପ୍ରେମିକା ଜଣକ ନିଜ ଘରକୁ ଆସିଥିଲା ଏବଂ ପ୍ରେମିକାର ପ୍ରତାରଣାର ଶୀକାର ହୋଇ ପ୍ରେମିକଟି ମାଡ ଖାଇ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନା କୋରାପୁଟ ଜିଲା ଜୟପୁର ଅଂଚଳର ସମୀର ସାଆନ୍ତଙ୍କ ସହ ଭଦ୍ରକ ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଗତ ଚାରିବର୍ଷ ପୂର୍ବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା (ଗଜେନ୍ଦ୍ରପୁର)ର ଜଣେ ଯୁବତୀଙ୍କୁ ଭଦ୍ରକର ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ ସମୀର । ଯୁବତୀ ଜଣକ ନିଜ ବାପଘରେ ରହୁଥିବାବେଳେ ସୀମର ରହୁଥିଲେ ନିଜ ଘର ଜୟପୁରରେ । ଗତ ତିନିମାସ ହେଲା ମୋବାଇଲ୍ ଯୋଗେ କଥା ହେବା ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରରକୁ ନେଇ ବଚସା ହୋଇଥିଲା । ଏବଂ ସମୀରକୁ ପ୍ରେମିକା ଜଣକ ଭଦ୍ରକ ଆସି ତାଙ୍କୁ ନେଇଯିବା ପାଇଁ କହିଥିଲେ । ଗତକାଲି ସକାଳୁ ସମୀର ଭଦ୍ରକରେ ପହଞ୍ôଚଥିଲେ ଓ ପୂର୍ବ ଯୋଜନା ମୁତାବକ ଯୁବତୀଙ୍କ ଭିଣୋଇ ଓ ଭାଇ ମିଶି ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଏକ ଅଟୋରେ ବସାଇ ଯୁବତୀଙ୍କ ଘର ବେଲଦାକୁ ନେଇ ପୁଣି ସେଠାରେ ନିର୍ଧୁମ ମାଡ ମାରିଥିଲେ । ଖବର ପାଇ ଗ୍ରାମବାସୀ ପହଞ୍ôଚ ଅଚେତ୍ ଅବସ୍ଥାରେ ସମୀରକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପହଞ୍ଚାଇବା ସହ ସମୀରର ଘରଲୋକଙ୍କୁ ଖବର ଦେଇଥିବାବେଳେ ଭଦ୍ରକ ଟାଉନ୍ ଥାନାରେ ସମୀର ଏକ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ଆଧାର କରି ପୁଲିସ୍ ତଦନ୍ତ ଜାରି ରଖିଛି । ଏଭଳି ଅମାନୁଷିକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ପ୍ରତି ପୋଲିସ୍ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ସମୀର ସାଆନ୍ତ ଅପେକ୍ଷା କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.