Home ଜିଲ୍ଲା ପରିକ୍ରମା ମାଳଦାରେ ଗଜଲକ୍ଷ୍ମୀ ପୂଜା

ମାଳଦାରେ ଗଜଲକ୍ଷ୍ମୀ ପୂଜା

33

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ଆନୁକୂଲ୍ୟରେ ମା’ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ମଧ୍ୟରେ ହେଉଥିବା ଏହି ପୂଜାରେ କର୍ତ୍ତା ଓ କର୍ତ୍ତିୀ ଅନିଲ ଶତପଥ୍‌ô ଓ ସୁଦିପ୍ତା ଶତପଥି ଜଳଘଟ ଉତ୍ତୋଳନ ସହ ସଙ୍କଳ୍ପ କରିଥିଲେ । ଶିଳ୍ପୀ କାଶିନାଥ ପରିଡାଙ୍କ ଦ୍ୱାରା ନିର୍ମିତ ମୃଣ୍ମୟୀ ମୂତ୍ତିକୁ ପୂଜକ ନନ୍ଦକିଶୋର ତ୍ରିପାଠୀ, କାଳନ୍ଦୀ ଦାଶ ଓ ରବିନ୍ଦ୍ର କର ବିଧି ଅନୁଯାୟୀ ପୂଜା କରୁଛନ୍ତି । ସଂଘର ସଭାପତି କମଳାକାନ୍ତ ସାମଲ, ସମ୍ପାଦକ ରାଜେନ୍ଦ୍ର ଶତପଥି, ଚନ୍ଦ୍ରଶେଖର ଦତ୍ତ, ଦେବାଶିଷ ପଣ୍ଡା, ଶ୍ୟାମସୁନ୍ଦର ଦାଶ, ସୁଦାମ ଦାଶ, ନିରଞ୍ଜନ ବେହୁରିଆ, ଦୁର୍ଯ୍ୟୋଧନ ଦାଶ, ନିଶିକାନ୍ତ ସୂତାର, ଧିରେନ୍ଦ୍ର ନାୟକ, ସୁଶାନ୍ତ ପତି, ଅଦୈତ ପରିଡା ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । ପୂର୍ବ ବର୍ଷ ଭଳି କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଜସଜ୍ଜା ବିନା ନିରାଡମ୍ବର ଭାବେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.