Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ଛାତ୍ର ସରୋଜ ନିଖୋଜ

ଭଣ୍ଡାରିପୋଖରୀ – ଛାତ୍ର ସରୋଜ ନିଖୋଜ

40

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ର ତଥା ମୋବାରକପୁର ଗ୍ରାମର ଅଭିରାମ ସାହୁଙ୍କ ନାତି ସରୋଜ(୧୭) ଆଜି ପ୍ରତ୍ୟୁଷରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସରୋଜ ମାମୁଁ ଘରେ ରହି ପାଠ ପଢୁଥିଲା । ମାମୁଁ ଘର ଲୋକେ ଶୋଇଥିବା ବେଳେ ସରୋଜ ଘରେ ନଥିବା ଜାଣି ଅଜା ଥାନାରେ ଅଭିଯୋଗ କରିଥିଲେ । ସାଙ୍ଗ ସିପୁନୁ ସାହୁ ସରୋଜକୁ ନେଇ ମେଡିକାଲ ଛକରେ ଛାଡିଦେଇ ଆସିଥିବା ସନ୍ଧାନରୁ ଜଣାପଡିଥିଲା । ରାତିରେ କଳା ରଙ୍ଗର ପ୍ୟାଣ୍ଟ ଓ ଧଳା ରଙ୍ଗର ସାର୍ଟ ସରୋଜ ପିନ୍ଧିଥିଲା । ସାଢେ ଚାରିଫୁଟ ଉଚ୍ଚତା ବିଶିଷ୍ଟ ସରୋଜ ଗୌରବର୍ଣ୍ଣ ଅଟେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.