Home ଓଡ଼ିଶା ମାଲ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ

ମାଲ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ

134

ବାଲିଗୁଡା, ୧୮/୧ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ନିକଟରେ ଏକ ହାଇବା ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ମାଲ ବୋଝେଇ ହାଇଵା ନଂ.ଓଡି-୧୮-ଏଫ-୫୦୫୫ ଲାଞ୍ଜିଗଡ଼ରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ କୋଟଗଡ଼ ବନାଞ୍ଚଳ ଅଫିସ ସମ୍ମୁଖରେ ଏକ ବଳଦ ରାସ୍ତାର ଏପଟ ସେପଟ ପାର ହେବା ଫଳରେ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଗାଡ଼ିଟି ଏକ ଖାଲରେ ପଡ଼ି ସମ୍ମୁଖ ଭାଗ କ୍ଷତିହୋଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଥିବା ସହ ବଳଦଟି ମୃତ୍ୟୁବରଣ କରିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.