Home ଅପରାଧ ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ବିହାର ରାଜ୍ୟରୁ ଗିରଫ

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ବିହାର ରାଜ୍ୟରୁ ଗିରଫ

278

ସମ୍ବଲପୁର ୧୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଏକ ନାଟକୀୟ ଢଙ୍ଗରେ ନିଜର ସ୍ତ୍ରୀକୁ ମାରି ମାଟିତଳେ ପୋତି ଥାନାରେ ନିଜର ସ୍ତ୍ରୀ ନିଖୋଜ ଥିବା ରିପୋଟ କରିଥିବା ସ୍ୱାମୀକୁ ୧୭ ଦିନ ପରେ ପୁଲିସ ଗିରଫ କରି ମାଟିତଳୁ ମୃତ ସ୍ତ୍ରୀର ଶବ ଜବତ କରିଥିବା ଦେଖିବାକୁ ମିଳିଛି । ଏପରି ସୈତାନ ସ୍ୱାମୀ କୁ ଆଜ ସାଇଂଟିଫିକ ଟିମ ପୋଲିସ ସମ୍ବଲପୁର ସିଟି ଷ୍ଟେସନ ପଛପଟୁ ଆମ୍ବ ବଗିଚାରେ ସର୍ଚ ଅପରେସନ କରି ମାଟି ଖୋଳି ମୃତଦେହ ବାହାର କରିଛି ।

 

ଘଟଣାରୁ ପ୍ରକାଶ କୁନାଲ ସିଂ ଆରତୀକୁ ବର୍ଷେ ତଳେ ବିବାହ କରିଥିଲା । ବାହାଘର ପରେ ଯୌତୁକ ନିର୍ଯ୍ୟାତନା ଦେଉଥିଲା କୁନାଲ । ହେଲେ ଗତ ଡିସେମ୍ବର ୩୧ ତାରିଖରୁ ଆରତୀ ନିଖୋଜ ଥିବା କୁନାଲ ଧନୁପାଲି ଥାନାରେ ଏତଲା ଦେଇଥିବା ସହ କିଛି ଦିନ ପରେ ସାକ୍ଷୀପଡା ସ୍ଥିତ ଘରେ ତାଲା ମାରି କୁନାଲଙ୍କ ପରିବାର ଲୋକେ ଫେରାର ହୋଇଥିଲେ । କୁନାଲ ଫେରାର ପରେ ପୋଲିସର ସନ୍ଦେହ ବଢିଥିଲା । ଏହି ମାମଲା ଧନୁପାଲି ଥାନାରୁ ମହିଳା ଥାନାକୁ ସ୍ଥାନାନ୍ତର ହେବା ପରେ ମହିଳାଥାନା ପୋଲିସ ବିହାର ଯାଇ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା ।ପୋଲିସ କୁନାଲକୁ ଗିରଫ କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା । ଶେଷରେ କୁନାଲ ଜାଗା ଚିହ୍ନଟ କରିବା ପରେ ପୋଲିସ ସେହି ସ୍ଥାନକୁ ଖୋଳି ନିଖୋଜ ଆରତୀଙ୍କୁ ମୃତଦେହ ଉଦ୍ଧାର କରିଛି । ଆରତୀଙ୍କ ବାପାଙ୍କ କହିବା ଅନୁସାରେ ପୋଲିସ ପ୍ରଥମେ ଏକ ନିରୁଦ୍ଦିଷ୍ଟ ମାମଲା ରୁଜୁ କରି ଛାନଭିନ କରୁଥିଲା । ଏବେ କୁନାଲଙ୍କ ଜଣେ ସହଯୋଗୀ ଫେରାର ଥିବା ବେଳେ ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.