Home ଓଡ଼ିଶା ମାଲକାନଗିରି ଜିଲ୍ଲା ରେ ସାମ୍ବାଦିକ ମାନଙ୍କ ସମନ୍ୱୟ କମିଟି ଗଠନ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ମାଲକାନଗିରି ଜିଲ୍ଲା ରେ ସାମ୍ବାଦିକ ମାନଙ୍କ ସମନ୍ୱୟ କମିଟି ଗଠନ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା

23

ମାଲକାନଗିରି,୨୯ା୭(ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯାଇଛି । ରାଜ୍ୟ ଏବଂ ଜିଲ୍ଲାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଘଟଣା ଦିନକୁ ଦିନ ବୁଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାରେ ଅବହେଳା ଇତ୍ୟାଦି ଘଟଣାକୁ ନେଇ ସାରା ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରତିବାଦ କରି ଆସୁଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ଓ ବରିଷ୍ଟ ସାମ୍ବାଦିକ ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଙ୍କ
ଆହ୍ୱାନ କ୍ରମେ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠତି ହୋଇ ଯାଇଛି । ପ୍ରଥମ କରି ଆଦିବାଶୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ପ୍ରାରମ୍ଭିକ ସ୍ତରରେ ସବୁବର୍ଗର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସାମ୍ବାଦିକ ସମନ୍ୱୟ କମିଟି ଗଠନ କରାଯାଇ ସର୍ବ ସମ୍ମତି କ୍ରମେ ରତ୍ନାକର ଦାଶ ଙ୍କୁ ଅଧ୍ୟକ୍ଷ, ମିଲୁ ପଟ୍ଟନାୟକଙ୍କୁ ଉପାଧ୍ୟକ୍ଷ , ଦୁର୍ଯ୍ୟୋଧନ ପାତ୍ର ସମ୍ପାଦକ , ଅଶୋକମିଶ୍ର ସହ ସମ୍ପାଦକ , ରଞ୍ଜିତ୍ ସାହା ଉପଦେଷ୍ଟା ଭାବେ ମନୋନିତ ହୋଇଛନ୍ତି । ଆଗାମି ଦିନରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ବୈଦେତୁକ ଗଣମାଧ୍ୟମ , ଛାପା ଗଣମାଧ୍ୟମ , ୱେବ୍ ଗଣମାଧ୍ୟମ ପ୍ରତିନିଧି ,କ୍ୟାମେରା ମେନ ଓ ସମସ୍ତ ସାମ୍ବାଦିକ ସଂଘ ର ସଦସ୍ୟ ମାନଙ୍କୁ ଏକତ୍ରିତ କରାଯାଇ ସାମ୍ବାଦିକ ସମନ୍ୱୟ କମିଟିର ସମ୍ପୁଣ୍ଣ ର୍ ରୂପ ରେଖା ପ୍ରସ୍ତୁତ କରାଯିବା ସହ ମିଳିତ ଭାବେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଯାଇ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପଚାଂନନ ଦାଶ, ତ୍ରିଲୋଚନ ଦାସ , ସତ୍ୟନାରାୟଣ ଦାସ , ଶ୍ରୀନିବାସ ପାତ୍ର , ମନୋଜ ମହାନ୍ତି , ଅପୁର୍ବ ଥଣ୍ଡର ,ସୋନୁ ଅନୁଗୁ , କିଶୋର ପାତିକା , ସିମାଂଚଳ ପାଣିଗ୍ରାହୀଙ୍କ ସହ  ବରିଷ୍ଟ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.