Home କେନ୍ଦୁଝର ବ୍ୟାଙ୍କ ଠକେଇରେ ସଂପୃକ୍ତି ଥିବା ଅଭିଯୋଗରେ ଦୁଇଜଣଙ୍କୁ ଉଠାଇନେଲା ନୟାଗଡ ପୁଲିସ

ବ୍ୟାଙ୍କ ଠକେଇରେ ସଂପୃକ୍ତି ଥିବା ଅଭିଯୋଗରେ ଦୁଇଜଣଙ୍କୁ ଉଠାଇନେଲା ନୟାଗଡ ପୁଲିସ

40

ହାଟଡିହି-୨୯/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ନୟାଗଡ ଜିଲ୍ଲାରେ ଏକ ବ୍ୟାଙ୍କ ଠକେଇ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ନୟାଗଡ ପୁଲିସ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡଙ୍କୁରୀ ଗ୍ରାମର ଦୁଇ ଯୁବକଙ୍କୁ ଉଠାଇ ନେଇଥିବା ନନ୍ଦିପଦା ପୁଲିସ ସୁତ୍ରରୁ ଜଣାଯାଇଛି । ଗତକାଲି ଅପରାହ୍ନରେ ନୟାଗଡ ପୁଲିସର ଏକ ଟିମ ନନ୍ଦିପଦା ଥାନାରେ ପହଞ୍ଚିବାପରେ ନନ୍ଦିପଦା ପୁଲିସ ସହଯୋଗରେ ଡଙ୍କୁରୀ ଗ୍ରାମରେ ଚଢ଼ାଉକରି ମଣ୍ଟୁ ସେନାପତି ଓ ପପୁ ସେନାପତିଙ୍କୁ ଉଠାଇ ନେଇଛି । ସେମାନେ ଏକ ବ୍ୟାଙ୍କ ଠକେଇ ମାମଲାରେ ସଂପୃକ୍ତ ଥିବା ନୟାଗଡ ପୁଲିସ ସୁଚନା ଦେଇଛି । କିନ୍ତୁ ତାଙ୍କ ପରିବାର ଲୋକମାନେ ଏହାକୁ ଖଣ୍ଡନ କରିଛନ୍ତି । ଚାକିରି କରିବାକୁ ନୟାଗଡର ଜଣେ ମହିଳା ଏମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଆଉ ଧରାଛୁଆଁ ଦେଇ ନଥିଲା । ବାରମ୍ବାର ତାକୁ ଫୋନ କରିବା ଓ ତା ପାଖକୁ ଯିବାପରେ ସେ ଅନ୍ୟ ଜଣେ ଲୋକର ଏକାଉଣ୍ଟରୁ କିଛି ଟଙ୍କା ଫେରସ୍ତ ଦେଇଥିଲା ବୋଲି କହିଛନ୍ତି । କିନ୍ତୁ ସେମାନେ ସେପରି କିଛି ଠକାମୀ କରିନଥିବା ପରିବାର ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.