Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାର ବଡଯାତ୍ରା ଉତ୍ସବ ପାଇଁ ପ୍ରସ୍ତୁତି ଶେଷ

ମାଲକାନଗିରି ଜିଲ୍ଲାର ବଡଯାତ୍ରା ଉତ୍ସବ ପାଇଁ ପ୍ରସ୍ତୁତି ଶେଷ

54

ମାଲକାନଗିରି,୮ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ଗଣପବ ର୍ ବଡଯାତ୍ରା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ପହଁଚିଛି । କେଉଁଆବାହନ କାଳରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମୁଖ୍ୟପବ ର୍ ପ୍ରସିଦ୍ଧ ବଡ ଯାତ୍ରା ଦୁଇବର୍ଷରେ ଥରେ ପାଳନ ହୋଇ ଆସୁଛି । ଏହି ଯାତ୍ରାରେ ଓଡିଶା,ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା,ଛତିଶଗଡ ରାଜ୍ୟର ଲକ୍ଷ୍ୟାଧିକ ଭକ୍ତମାନଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ମହାମାରି କରୋନା ପାଇଁ ସ୍ୱଳ୍ପସଂଖ୍ୟକ ପୁଜାରୀ ଦିଶାରୀ ଓ ଭକ୍ତମାନଙ୍କୁ ନେଇ କୋଭିଡ ନାୟମ ପାଳନ କରି ନିରାଡମ୍ବର ସହକାରେ ଏହି ବଡ ଯାତ୍ରା ପାଳିତ ହେବା ପାଇଁ ନିସ୍ପତି ନିଆଯାଇଛି । ଚଳିତ ବର୍ଷ ବଡ ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳାରା ସହିତ ପାଳନ ହେବ ସେନେଇ ଜିଲ୍ଲାପ୍ରଶାନ ପକ୍ଷରୁ ସମସ୍ଥପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଯାଇଛି । ଆଜି ସ୍ଥାନିୟ ଡିଆରଡିଏ ସଭାଗୃହରେ ଜିଲ୍ଲାପାଳ ଡଃ ୟେଦୁଲା ବୀଜୟ ଙ୍କ ଅଧ୍ୟକ୍ଷତାରେ ବଡ ଯାତ୍ରା ଶେଷ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ମାଲାକନଗିରି ବିଧାୟକ ଆଦିତ୍ୟ ମାଢି, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସା୍ଥ ପ୍ରକଳ୍ପ ପ୍ରଶାସକ ଖିରାଦ୍ଧୀ ବେହେରା,ଅତିରିକ୍ତ ଏସପି ଉଦ୍ଧବଚରଣ ନାୟକ, ସିଡିଏମଓ ପି.କେ.ନନ୍ଦ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବଡ ଯାତ୍ରାକମିଟି,ମାନ୍ୟମକୋଣ୍ଡା ବଡ ଯାତ୍ରା କମିଟି,ବଜାର କମଟି, ମୁଖ୍ୟ ପୁଜାରୀ, ଦିଶାରୀ, ବୁଦ୍ଧିଜିବୀ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଥିଲେ । ଆନ୍ଦ୍ରପ୍ରଦେଶ ପୋଲେରୁ ତାଡକା ରେଉ ଠାରେ ଠାକୁରଙ୍କ ସ୍ନାନ ଯାତ୍ରା ନିମନ୍ତେ ଆନ୍ଦ୍ରପ୍ରଦେଶ ପୋଲେରୁ ବଡ ଯାତ୍ରା କମିଟିର ସଦସ୍ୟ ନାଗାର୍ଜୁନ ଙ୍କ ସହିତ ଚିନ୍ତୁର ଉନ୍ନୟନ ମଣ୍ଡଳ ଭେଙ୍କଟ ରତ୍ନ,ତହସିଲଦାର ମୁରଲି କ୍ରୀଷ୍ଣା ଓ ମାଲକାନଗିରି ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଦୁଇରାଜ୍ୟର ସମ୍ବନୟ କମିଟି ବୈଠକ ହୋଇ ପୋଲେରୁ ନଦୀ ପାରହେବା ଭକ୍ତ ଓ ଯାତ୍ରୀ ମାନଙ୍କ ସୁରକ୍ଷା ପ୍ରତି ଦୁଇରାଜ୍ୟର ପ୍ରଶାସନିକ ଅଧିକାରୀ ମାନେ ଅଧିକ ଗୁରୁତ୍ୱ ଦେବେ ବୋଲି ଆଲୋଚନା କରିଥିଲେ । ମାର୍ଚମାସ ୨୧ତାରିଖରେ ଆନ୍ଦ୍ରପ୍ରଦେଶ ପୋଲେରୁ ନଦୀରେ ବଡ ଯାତ୍ରା ବଡ ଠାକୁରଙ୍କ ନୌକାବିହାର ସମୟରେ ଭକ୍ତଙ୍କ ସମାଗମ ପାଇଁ ନଦୀ ପାର ହେବାପାଇଁ ମଟୋର ଚାଳିତ ବୋଟ,ଲାଇଫ ଜାକେଟ୍‌,ସ୍ୱତନ୍ତ୍ର ବାରିକେଟ ବ୍ୟବସ୍ଥା କରାଯାଇ ନଦୀ ଆରପାଶ୍ୱର୍କୁ ଅଳ୍ପସଂଖ୍ୟକ ଭକ୍ତମାନଙ୍କୁ ଛଡାଯିବା ପାଇଁ ନିସ୍ପତି ନିଆଯାଇଛି, ଆନ୍ଦ୍ର ପୋଲେରୁ ଠାରେ ପୋଲେରୁ ଚନ୍ତୁର ତହସିଲ ପ କ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ,ଏହା ବ୍ୟତିତ ଭକ୍ତମାନଙ୍କ ପାଇଁପାନୀୟଜଳ, ପ୍ରସାଦ,ରହିବାର ବ୍ୟବସ୍ଥା ସହିତ ପୁଜା ମଣ୍ଡପଗୁଡିକରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା । ଖୋଲମ ଖୋଲା ଭାବେ ରାସ୍ତାଘାଟ ରେ ଠାକୁର ଙ୍କ ବିମାନ ନିକଟରେ ପଷୁ,ପକ୍ଷୀଙ୍କ ବଳି ଯେପରି ନପଡିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ପୁଜାରି ଦିଶାରୀ ମାନଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକ ମାଲକାନଗିରି ତହସଲିଦାର ଗୁଣନିଧି ନାୟକ ପରିଚାଳନା କରିଥିଲେ ।ମାର୍ଚସାମ ୨୨ତାରିଖ ରେ ମହାପ୍ରଭୂ ଶ୍ରୀ ଶ୍ରୀ କାନମରାଜ, ବାଲରାଜ,ପୋତରାଜ ଆନ୍ଦ୍ର ପ୍ରେଦେଶ ପୋଲେରୁ ତାଡକା ରେଉ ରେ ସ୍ନାନପରେ ମାନ୍ୟମକୋଣ୍ଡା ଠାରେ ଥିବା ମା ମୁତ୍ୟେଲୁମ୍ମାଙ୍କ ନିକଟରେ ପୁଜା ପାଇ ମାଙ୍କ ସହିତ ମାର୍ଚମାସ ୨୩ତାରିଖ ରାତ୍ରରେ ସୁସଜିତ ସ୍ୱତନ୍ତ୍ର ବିମାନରେ ସୋଭା ଯାତ୍ରାରେ ବାହାରି ୨୪ତାରିଖରେ କାଲିମେଳା ଠାରେ ପହଁଚିବେ,ଏହି ପରି କାଙ୍ଗୁରକୋଣ୍ଡା, ଶିଖପାଲି, ତମାସା ହୋଇ ମାଲକାନଗିରି ଜିଲ୍ଲାସଦର ମହକୁମା କନ୍ୟାମାଝି ବନ୍ଧ ଠାରେ ୨୭ତାରିଖ ପ୍ରାତଃରେ ପହଁଚି ଭୋଗପାଇ ମାଣ୍ଡିଆଭଟ୍ଠା,ମାଉଲି ମନ୍ଦିରରେ ୨୮ତାରିଖରେ ପହଁଚି ୩୧ତାରିଖ ବଢିଭୋରୁ ଠାକୁର ଙ୍କୁ ପୁଣି ମାନ୍ୟମକୋଣ୍ଡା ଅଭିମୁଖେ ବିଦାୟ ଦିଆ ଯିବାର କାର୍ଯ୍ୟକ୍ରମରହିଛି । ଏହି ଯାତ୍ରା ଆସନ୍ତା ମାର୍ଚମାସ ୨୭ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାସଦର ମହକୁମା ଠାରେ ପାଳନ ହେବାକୁ ଯାଉଛି । ଶାନ୍ତି ଶୃଙ୍ଖଳାର ସହିତ ବଡ ଯାତ୍ରାରେ ଭକ୍ତ ମାନେଠାକୁର ଙ୍କୁ ଦର୍ଶନକରିପାରିବାର ବ୍ୟବସ୍ଥା କରା ଯାଇଛି ।ଗହଳି ନିକଟରେ ପୁଲିସ ଙ୍କୁ ମୁତୟନ କରିବା ସହ ମେଜିଷ୍ଟ୍ରଟ୍ ଙ୍କୁ ନିଯୁକ୍ତି ଦିଆ ଯିବ ବୋଲି ପ୍ରସ୍ଥାବ ଦିଆଯାଇଥିଲା ।ଦୁର୍ଘଟଣା ପାଇଁ ୨୪ ଘଟିଂଆ ଆମ୍ବୁଲାନ୍ସ, ଦମକଳ ବାହିନିଙ୍କୁ ପ୍ରସ୍ତୁତି ରଖାଯିବ ବୋଲି ଜିଲ୍ଲାପାଳ କହିଥିଲେ । ମୁଖ୍ୟତ ଆସନ୍ତାମାର୍ଚ ମାସ ୨୨ ତାରିଖରେ ଆନ୍ଦ୍ର ପୋଲେରୁ ନଦୀ ଓ ତାଡକା ରେଉ ରେ ସ୍ନାନ ଆରମ୍ଭ ହୋଇ ମାଲକାନଗିରି ଠାରେ ଯାତ୍ରା ଶେଷ ହେବାର ବ୍ୟବସ୍ଥା ହୋଇଛି । ବଡଯାତ୍ରା ଗୋଟିଏ ଦୁଇବର୍ଷରେ ଥରେପଡୁଥିବାରୁ ଠାକୁର ଙ୍କୁ ଦର୍ଶନକରିବା ପାଇଁ ଲକ୍ଷ୍ୟାଧକ ସଂଖ୍ୟା ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଲାଗିଯାଇଥାଏ । ପୋଲେରୁ ଓ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଭକ୍ତମାନଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ବଡଯାତ୍ରା ଶାନ୍ତିଶୃଙ୍ଖଳାର ସହିତ କିପରି ସରିବ ସେଥିପ୍ରତି ଏହି ବୈଠକରେ ଯାତ୍ରା କମିଟି ଓ ଅନ୍ୟାନ ବୁଦ୍ଧି ଜିବିମାନଙ୍କ ମତାମତ ପ୍ରତି ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.