Home ଜିଲ୍ଲା ପରିକ୍ରମା ବାଇକ ଧକାରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶବକୁ ମଶାଣୀକୁ କାନ୍ଧେଇ ନେଇ ମୁଖାଗ୍ନୀ ଦେଇ ଶବସଂସ୍କାର...

ବାଇକ ଧକାରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶବକୁ ମଶାଣୀକୁ କାନ୍ଧେଇ ନେଇ ମୁଖାଗ୍ନୀ ଦେଇ ଶବସଂସ୍କାର କଲେ ଝିଅ ।

65

ମାଲକାନଗିରି,୮ା୨ (ଓଡିଆ ପୁଅ ) ବାଇକ ଧକା ରେ ମୃତ୍ୟୁବରଣ କରିଥିବା ବାପାଙ୍କ ଶବକୁ କାନ୍ଧେଇ ମଶାଣୀ କୁନେଇ ମୁଖାଗ୍ନୀ ଦେଇ ଶବସଂସ୍କାର କରି ମସଗ୍ର ସମାଜ ପାଇଁ ଉଦାହରଣ ସୃଷ୍ଟି କରି ଚର୍ଚାକୁ ଆସିଛନ୍ତି ଜଣେ ଝିଅ । ଗତ ଶନିବାର ସନ୍ଧ୍ୟାରେ ମାଲକାନଗିରି ଥାନାସ୍ଥ ପ୍ରଧାନିଗୁଡା ଗ୍ରାମର ସତ୍ୟନାରାୟଣ ନାୟକ ନାମକ ଜଣେ ଅଟୋଚାଳକ ନିଜ ଅଟୋ ନେଇ ନାୟକଗୁଡା ଅଭିମୁଖେ ଯାଇଥିଲେ,ସେ ମାଳିଗୁଡା ଛକ ଠାରେ ଅଟୋରୁ ଓହ୍ଲାଇ ରାସ୍ତାକଡରେ ଥିବା ଏକ ଦୋକାନକୁ ଯାଉଥିବା ସମୟରେ ହଟାତ ଏକ ବାଇକ ଦୃତଗତିରେ ଆସି ତାଙ୍କୁ ଧକ୍କାଦେଇଥିଲେ । ଅଟୋଚାଳକ ସତ୍ୟନାରାୟଣ ଦୁରକୁ ଛିଟିକି ପଡି ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ ଅଟୋଚାଳକ ସତ୍ୟନାରାୟଣ ଜଣେ ଅତ୍ୟନ୍ତ ଗରିବ ଲୋକ ଅଟୋଚଳାଇ ତାଙ୍କର ପାଚଂପ୍ରାଣି କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ କରିଥାନ୍ତି, ପୁଲିସ ଶବ ବ୍ୟବଛେଦପରେ ତାଙ୍କପରିବାରଙ୍କୁ ମୃତ ଶରୀର କାଲି ହସ୍ତାନ୍ତର କରିଥିଲେ । ଘରକୁ ତାଙ୍କର ୪ଜଣ ଅବିବାହିତା ଝିଏ ବିଧବା ପତ୍ନୀ ଅଛନ୍ତି । ତାଙ୍କର ମୃତ୍ୟୁ ହୋଇଯିବାପରେ ପରିବାର ଅସହାୟ ହୋଇପଡିବା ସହିତ ପୁଅ ନଥିବାରୁ ତାଙ୍କର ଅନ୍ତିମ ସଂସ୍କାର କିଏ କରିବ ସେନେଇ ମା ଓ ଗ୍ରାମବାସୀ ମାନେ ଚିନ୍ତିତ ହୋଇପଡିଥିଲେ । ସତ୍ୟନାରାୟଣଙ୍କ ବଡ ଝିଅ ସଂଯୁକ୍ତା ମା ଙ୍କ ଆଖିରୁ ଲୁହ ପୋଛି ଦେଇ କହିଥିଲେ ବାପା ଥିବା ବେଳେ ଆମକୁ ପୁଅର ସ୍ନେହଦେଇ ପାଳି ପୋଷି ବଡକରିଛନ୍ତି । ଆମର ଭାଇ ନଥିଲେ କଣ ହେଲା ଆମେ ଝିଅ ହିଁ ତାଙ୍କର ପୁଅ । କେହି ତାଙ୍କର ଅନ୍ତିମସଂସ୍କାର ନକଲେ ମୁ ନିଜେ ସବୁ କାମକରିବି କହି ବଡ ଝିଅ ସଂଯୁକ୍ତା ରବିବାର ସନ୍ଧ୍ୟାରେ ବାପାଙ୍କ ଶବକୁ ଅନ୍ୟାମାନଙ୍କ ସହିତ କାନ୍ଧେଇ ମଶାଣୀକୁ ନେଇଥିଲେ । ମଶାଣୀରେ ପୁଅ ମାନେ ଯେପରି ବାପାଙ୍କ ସଂସ୍କାର କରନ୍ତି ସେପରି ବିଧି ମୁତାବକ ସଂଯୁକ୍ତା ସବୁ କାମ କରି ମୃତ ପିତା ଙ୍କ ମୁହଁରେ ମୁଖାଗ୍ନୀ ଦେଇ ଜୁଇରେ ନିଆଁ ଲଗାଇ ସବ ଶସ୍କାର କରିଛନ୍ତି । ଏହି ଦୃଶ୍ୟ ମାଶାଣୀରେ ଗ୍ରାମବାସୀମାନେ ଲୁହଭରା ଆକିରେ ଦେଖିବା ସହିତ କୋହ ସମ୍ଭାଳିନପାରି କାନ୍ଦିପକାଇଥିଲେ । ଝିଅ ସଂଯୁକ୍ତାଙ୍କ ସାହସକୁ ପ୍ରଶଂସାକରି ସେ ପୁତ୍ରସନ୍ତାନ ନଥିବା ପରିବାରଙ୍କ ପାଇଁ ଉଦାହରଣ ପାଲଟି ଝିଅ ହେଲା ବି ପୁଅର କର୍ତବ୍ୟକରି ପାରିଛନ୍ତି ବୋଲି କହିଥିଲେ । ପୁରଷପ୍ରାଧ୍ୟାନରାଷ୍ଠ୍ରରେ ଜଣେ ଝିଅ ନିଜ ବାପଙ୍କ ଶବକୁ କାନ୍ଧେଇ ମଶାଣୀକୁ ଯାଇ ଅନ୍ତିମ ସଂସ୍କାର କରିପାରିଥିବାରୁ ତାଙ୍କର ସାହାସକୁ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି । ସୁଚନା ଯୋଗ୍ୟ ଗତ ବର୍ଷକ ତଲେ ଠିକ ଏହି ପରି ମାଲାକନଗିରି ଜିଲ୍ଲା ସଦର ମହକୁମାସ୍ଥ କୁମୁଟିଗୁଡା ଗ୍ରାମରେ ପୁତ୍ରସନ୍ତାନ ନଥିବା ପିତାଙ୍କର ଅନ୍ତିମ ସଂସ୍କାର ତାଙ୍କର ଦୁଇ ଝିଅ କରିବା ଘଟଣା ସେତେବେଳେ ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.