Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ବଡଦିନ ପର୍ବ,ଉତ୍ସବ ମୁଖର ଚର୍ଚ୍ଚ

ମାଲକାନଗିରି ଜିଲ୍ଲାରେ ବଡଦିନ ପର୍ବ,ଉତ୍ସବ ମୁଖର ଚର୍ଚ୍ଚ

247

ମାଲକାନଗିରି,୨୫ା୧୨(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସ ରେ ବଡ ଦିନ ପର୍ବ ପାଳନ ଅବସରେ ଉତ୍ସବ ମୁଖର ହୋଇଉଠିଛି ଚର୍ଚ୍ଚଗୁଡିକ । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ଭାଟିଶାଳଗୁଡା ସାହିରେ ଥିବା ବୀର୍ସସେବା ଚର୍ଚ୍ଚରେ ଆଡମ୍ବର ପୁର୍ଣ୍ଣ ଭାବେ ଯିଷୁଖ୍ରୀଷ୍ଠ ଙ୍କ ଜନ୍ମଦିନ ଓ ବଡଦିନ ପର୍ବ ପାଳିତହୋଇ ଯାଇଛି । ବୀରସେବା ଚର୍ଚ୍ଚର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ଖଣ୍ଡପାଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବଡଦିନ ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲାକନଗିରି ବିଧାୟକ ଆଦିତ୍ୟ ମାଢି,ମୁଖ୍ୟବକ୍ତା ଭାବେ ପାଷ୍ଠର ମହେନ୍ଦ୍ର ସୁନା,ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ  ରତ୍ନାକରଦାଶ ଯୋଗଦେଇ ଥିଲେ, ବିଶ୍ୱର ସବୁଧର୍ମ ସମାନ,ପ୍ରେମ ଓ ଶାନ୍ତି ଦ୍ୱାରା ଅସମ୍ଭବ କାମକୁ ସହଜରେ ସମ୍ଭବ କରିହୁଏ,ଧର୍ମକୁ ନେଇ ରାଜନିତି କରିବା ଠିକ ନୁହଁ,ସୁବଧର୍ମର ମୁଳ ଲକ୍ଷ ଗରିବଙ୍କୁ ସେବାକରିବା ପୃଥିବୀରେ ଶାନ୍ତିପ୍ରତିଷ୍ଠା କରି ମଣିଷ ସମାଜ ମଧ୍ୟରେ ଭାଇଚାରା ସୃଷ୍ଟିକରିପାରିବ,ଯୀଶୁଖ୍ରୀଷ୍ଟଙ୍କ ମହତ ବାଣୀ ମଣିଷ ସମାଜ ପାଇଁ ପ୍ରେମ ଓ ଶାନ୍ତି   ଆଣିପାରିବ ବୋଲି ବଡଦିନ ଉତ୍ସବ ଅବସରରେ ଯୋଗଦେଇଥିବା ଅତିଥିମାନେ କହିଥିଲେ । ଏହି ଅବସରରେ ବଡଦିନର ଏକ ବିରାଟ କେକ୍ କାଟି ଅତିଥି ମାନେ ପିଲାମାନଙ୍କୁ ଖୁଆଇଥିଲେ । ଏହି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଇସଶାକ ନେହୁରି,ଶୁଶିଲ ଖରା,ରମେଶ ପାଙ୍ଗି,ସାମୁଏଲବାଘ,ସୋମେଶ ବାଘ ପ୍ରମୁଖ ଯୋଗଦେଇ ଯୀଷୁଙ୍କ ପ୍ରାର୍ଥନା ଓ ଭାତୃପ୍ରେମ ଶନ୍ତିର ବର୍ତା ଦେଇଥିଲେ । ବଡଦିନ ପାଇଁ ବୀର୍ସସେବା ଚର୍ଚ୍ଚ ଟି ରଙ୍ଗବେରଙ୍ଗ ଆଲୋକ ମାଳା ଓ ବେଲୁନ, କଣ୍ଢେଇ ରେ ସୁସଜିତ ହେବାସହିତ,ବିଭିନ୍ନ ଫୁଲରେ ସୁସଜିତ ତୋରଣ ଆଲୋକ ମାଳାରେ ଝଲସି ଉଠୁଥିଲା ଚର୍ଚ୍ଚ ପରିସର । ମଙ୍ଗଳବାର ମଧ୍ୟରାତ୍ର ଠାରୁ ଖୀଷ୍ଠ ଧର୍ମାବଲମ୍ବୀମାନେ ଯୀଶୁଙ୍କ ଶରଣାପନ୍ନ ହୋଇ ରାତ୍ର ତମାମ ବାଇବେଲ ପାଠକରିଥିଲେ ।ଆଜି ସକାଳେ ଯୀଷୁଙ୍କ ଜନ୍ମଉତ୍ସବ ପାଳନ ସହିତ ପାଷ୍ଟରମାନେ ପ୍ରଭୁଯୀଶୁ ଙ୍କ ବାଣୀ ଶୁଣାଇଥିଲେ । ଉପସ୍ଥିତ ଥିବା ଶହସ୍ରାଧିକ ମହିଳା ଓ ପୁରୁଷ ,ଛୋଟପିଲାମାନେ ପରସ୍ପରକୁ ଆଲଙ୍ଗିନ କରି ବଡଦିନର ଶୁଭେଚ୍ଛା ଜଣାଇଥିଲେ । ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଚର୍ଚ ମାନଙ୍କରେ ଉତ୍ସବମୁଖର ହୋଇ ଚଳଚଚଂଳ ହୋଇଉଠିଛି । ଆଜି ସଂନ୍ଧ୍ୟାରେ ହଜାର ହଜାର ଖୀଷ୍ଟଧର୍ମାବଲମ୍ବି ମାନେ ଚର୍ଚପରିସରରେ ପ୍ରାର୍ଥନା ସଭାରେ ଯୋଗଦେଇ ପ୍ରଭୂ ଯୀଶୁଙ୍କ ବାଣୀ ଶ୍ରବଣ କରିଥିଲେ । ରାତ୍ରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।  ଠିକ ସେହିପରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଜେଇଏଲସି ଚର୍ଚ,ଲାଠିଆଗୁଡା, ନୁଆଗୁଡା,ଦିପ୍ତିକନେଭେଟଂ, ଆଇଏମଏସଟି ,ଟେକଗୁଡା ଚର୍ଚରେ ବଡଦିନ ଉତ୍ସବ ଆଡମ୍ବର ସହକାରେ  ପାଳିତ ହୋଇଯାଇଛି ।ଜିଲ୍ଲାର  କାଲିମେଳା, ପଡିଆ,ଗୋବିନ୍ଦପାଲି,ଖଇରପୁଟ,ଗୁମ୍ମା, ଚିତ୍ରକୋଣ୍ଡା, ବାଲିମେଳା,ମୋଟୁ ବିଭିନ୍ନ ସ୍ଥାନରେ ଆନ୍ଦଉଲ୍ଲାସର ସହ ଯିଷୁଖ୍ରୀଷ୍ଠଙ୍କ ଜନ୍ମଦିନ ଓ ବଡଦିନ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.