Home ଓଡ଼ିଶା ବାରଖମାରେ ଖଗରଶ୍ୱର ମଳିକଙ୍କ ଶ୍ରାଦ୍ଧ ଦିବସ ପାଳିତ ଓ ବଡଦିନ ପାଳିତ

ବାରଖମାରେ ଖଗରଶ୍ୱର ମଳିକଙ୍କ ଶ୍ରାଦ୍ଧ ଦିବସ ପାଳିତ ଓ ବଡଦିନ ପାଳିତ

110

ବାଲିଗୁଡା, ୨୫/୧୨(ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ)- ବାରଖମା ଠାରେ କୁଇ ସମାଜ ଦ୍ୱାରା ସହିଦ ଖଗେଶ୍ୱର ମଳିକଙ୍କ ଶ୍ରାଦ୍ଧ ଦିବସ ପାଳିତ କରାଯାଇଛ, ଏଥି ନିମନ୍ତେ ବାରଖମା ଠାରେ ଏକ କୁଇକୁଳ ସମିତିର ଜିଲ୍ଲା ସ୍ତରୀୟ ସମାବେଶ ହୋଇଥିଲା। ବାରଖମା ରେ ଏକ ଶୋଭାଯାତ୍ରାରେ ବାହାରିଥିଲେ ଏହାପରେ ସମିତି ଦ୍ୱାରା ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ କୁଇକୁଳ ସମାଜର ଜିଲ୍ଲା ସମନ୍ନୟ ସମ୍ପାଦକ ଲମ୍ବୋଦର କହଁର ଯୋଗଦେଇଥିଲେ ଓ ସେ କହିଛନ୍ତି ଜମିଜମା ବାବଦରେ, ପୋଲିସର ବିରୁଦ୍ଧରେ ସ୍ୱର ଉଠାଇଛନ୍ତି, ଜାଲଜାତିଗତ ପ୍ରମାଣପତ୍ର ଉପରେ ସ୍ୱର ଉଠାଇଛନ୍ତି। ଲମ୍ବୋଦର କହଁରଙ୍କ ସମେତ ପୁସାରା କହଁର ଟିକାବାଲି ସଭାପତି, ପ୍ରଦୀପ କହଁର, ମନୋଜ ମଳିକ ବାଲିଗୁଡା କେନ୍ଦର ସଭାପତି, ପ୍ରମୋଦ ପ୍ରାଧାନ, ଶୁଶାନ୍ତ ପ୍ରଧାନ ଘୁ ଉଦୟଗିରି ସଭାପତି, ବାବୁଲା ପ୍ରଧାନ ରାଇକିଆ, ଦିନବନ୍ଧୁ କହଁର ଫିରିଙ୍ଗିଆ ସଭାପତି,, ପ୍ରମୁଖ ମଂଚାସୀନ ଥିଲେ। ଅଂଚଳର ବହୁ ଆଦିବାସୀ ମାନେ ଯୋଗ ଦେଇଥିଲେ।

ଅପରପଟେ ବାରଖମା ଠାରେ ବଡଦିନକୁ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରିଛନ୍ତି। ଏକ ଶୋଭାଯାତ୍ରା ବାହାରିଥିଲଲ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କନ୍ଧମାଳ ଏସପି ପ୍ରୀତକ ସିଂ, , ଆଇଆଇସି ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ବାରଖମା ଠାରେ ରହି ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଓ ବାରଖମା ଠାରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.