Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ କରୋନା କଟକଣା ଜାରି,ଛତିଶଗଡ ସୀମା ସିଲ

ମାଲକାନଗିରି ଜିଲ୍ଲାରେ କରୋନା କଟକଣା ଜାରି,ଛତିଶଗଡ ସୀମା ସିଲ

39

ମାଲକାନଗିରି,୨ା୪ (ଓଡିଆ ପୁଅ ) କୋରନା ମହାମାରିର ଦ୍ୱିତୀୟ ଲହରୀ ଲେଉଟିବା ଓ ଏହା ଅତ୍ୟନ୍ତ ଭୟାନକ ହୋଇଥିବାରୁ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି ।ସମସ୍ତ ଜନସାଧାରଣ ଓ ବ୍ୟବସାୟୀ ଅନୁଷ୍ଠାନ ଗୁଡିକୁ ସତର୍କକରି ଦିଆ ଯାଇଛି, ଆଜି ସନ୍ଧ୍ୟାରେ ମାଲକାନଗିରି ତହସିଲଦାର ଡ.ଗୁଣନିଧି ନାୟକ,ମାଲାକନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ସାମଜିକ କର୍ମି ବିନାଶ କୁମାର ମିଶ୍ର,ପୌରପରିଷଦର ସ୍ୱଚ୍ଛମିଶନ କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜ ପାଳ,ତହସିଲ ଓ ପୌରପରିଷଦ କର୍ମଚାରୀ ,ପୁଲିସ କର୍ମାଚାରି ମାନେ ମାଲକାନଗରି ଜିଲ୍ଲା ସଦର ମହକୁମା ସୁବାଷ ବୋଷ ଛକ, ବାଲିମେଳା ଛକ ଠାରେ ଗାଡି ମଟର ,ବାଇକ ଆରୋହି ଙ୍କ ମାସ୍କ ଜାଚଂ କରିବା ସହିତ ଦୋକାନବଜାର ଗୁଡିକ ଆଗରେ ସାମାଜିକ ଦୂରତା ପାଇଁ ନାଲି ରିବନ ଫିତା ବାନ୍ଧିବା,କୋଭିଡ ନିୟମ ପାଳନ କରିବା ପାଇଁ ଡାକ ବାଜି ଯନ୍ତ୍ରଦ୍ୱାରା ପ୍ରଚାର କରିଥିଲେ ।ସମସ୍ତେ ମୁହଁରେ ମାସ୍କ ପରିଧାନ ସହିତ ସାମାଜିକ ଦୂରତା ଅବଲମ୍ବନ କରିବେ,ଦୋକାନ ଆଗରେ ଦୌଡିବାନ୍ଧି ସାମାଜିକ ଦୂରତା କୁ ରକ୍ଷା କରିବେ,ଦୋକାନ ଆଗରେ ପାଣି ବାଲ୍ଟି ହାଣ୍ଡଓ୍ୟାସ,ସାନିଟାଇଜର ରଖିବା,କୋଣିସି ସ୍ଥାନରେ ଜନଗହଳି ନକିରବା,ହୋଟେଲ, ଜଳଖିଆ ଦୋକାନ ଗୁଡିକ ରେ ଭିଡ ନକିରବା,ଏହି ଜାଚଂ ସମୟରେ ମାସ୍କ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କ ଠାରୁ ୫୦୦ଟଙ୍କାରୁ ୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।ମନ୍ଦିର, ଧାର୍ମିକ ଅନୁଷ୍ଟାନ ଗୁଡିକରେ ଭକ୍ତ ମାନଙ୍କର ଭିଡ ନକରିବା ଆଦି କୋଭିଡ ନିୟମ ପାଳନକରିବା ପାଇଁ ଜନସଚେତନତା ର ବାର୍ତି ଦେଇଥିଲେ । ସୀମାନ୍ତ ଛତିଶଗଡ ରାଜ୍ୟ ରେ ଅଧିକ କୋରନା ସଂକ୍ରମଣ ହେଉଥିବାରୁ ମାଲକାନଗିରି ଜିଲ୍ଲାସୀମାନ୍ତ ଚାଲାଣଗୁଡା ଠାରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ଚେକଗେଟ କରାଯାଇ ସମସ୍ତ ଯାନବାହନ ଗୁଡିକୁ ଜାଚଂ କରିବା ସହିତ କୋରନା କଟକଣା ଜାରି କରାଯାଇଥିଲା । ସୁଚନା ଯୋଗ୍ୟ ଯେ ମାଲକାନଗରି ଜିଲ୍ଲାର ଗଣ ପବ ର୍ ଚାଲିଥିବାରୁ ଗତ ୨୩ତାରିଖ ଠାରୁ ୩୧ ତାରିଖ ପ ର୍ଯ୍ୟନ୍ତ ଜିଲ୍ଲାରେ ନାଇଟ କର୍ଫ୍ୟୁଜାରି କରାଯାଇଥିଲା , ଏହି କର୍ଫ୍ୟୁ ଗତ ୩୧ତାରିଖ ଦିନ ପ୍ରତ୍ୟାହାର କରିଦିଆଯାଇ ଥିବା ବେଳେ ଆଜି ଠାରୁ ଜିଲ୍ଲାରେ କୋଭିଡ ନାୟମ ଓ କରୋନା କଟକଣାକୁ ବଳବତର ରଖାଯାଇଛି । ବିଭିନ୍ନ ସ୍ଥାନରେ ମାସ୍କ ଯାଚଂ ସହ ଦୋକାବଜାର ଗୁଡିକରେ ସାମଜିକ ଦୂରତା ଅବଲମ୍ବନସହ କୋଭିଡ ନିୟମ ପାଳକରିବା ପାଇଁ ପରାମର୍ଶ ଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.