Home ଓଡ଼ିଶା ଭୁତ କୋଠୀ ପାଲଟିଛି ବାଉଁଶଗଡ ଉପ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁତ କୋଠୀ ପାଲଟିଛି ବାଉଁଶଗଡ ଉପ ସ୍ୱାସ୍ଥ୍ୟ କେନ୍ଦ୍ର

79

ନୟାଗଡ/୦୨/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ସମସ୍ତ ଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ବିଭିନ୍ନ ଯୋଜନା କରିଚାଲିଛନ୍ତି । ପ୍ରତି ପଞ୍ଚାୟତ ରେ ଜନସାଧାରଣ ଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ଖୋଲା ଯାଇଅଛି । ପ୍ରତି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ଏ.ଏନ୍‌.ଏମ୍ ସାଙ୍ଗକୁ ଜଣେ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦିଆ ଯାଇଅଛି । ସେହି ଯୋଜନା ରେ ବାଉଁଶଗଡ ଠାରେ ୮ ବର୍ଷ ତଳେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଅଛି । ଏ.ଏନ୍‌.ଏମ୍‌. ଓ ସ୍ୱାସ୍ଥ୍ୟ କର୍ମୀ ରହିବା ପାଇଁ ସରକାରୀ କ୍ୱାଟର ମଧ୍ୟ ନିର୍ମାଣ କରାଯାଇଅଛି । ମହିଳା ଓ ଶିଶୁ ମାନଙ୍କ ଟୀକା କରଣ ସାଙ୍ଗକୁ ସେମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ ରହିଅଛି । ବାଉଁଶଗଡ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୩ଗୋଟି ଗ୍ରାମ ପଞ୍ଚାୟତ ବାଉଁଶଗଡ, ବଜ୍ରକୋଟ ଓ ଦର୍ପନାରାୟଣପୁର ଗ୍ରାମ ପଞ୍ଚାୟତ ରହିଅଛି । କର୍ମଚାରୀ ମାନେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାଟର ରେ ନରହି ନିଜ ଘରେ ରହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସବୁଦିନ ଆସୁନାହାଁନ୍ତି ।

ତେଣୁ ଏକ ବର୍ଷ ହେବ ବାଉଁଶଗଡ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟି ତାଲା ପଡି ଭୂତ କୋଠୀ ପାଲଟି ଗଲାଣି । ଏ ସର୍ମ୍ପକେ ବାଉଁଶଗଡ ସରପଞ୍ଚ ଦିଲ୍ଲୀପ କୁମାର ଜେନା କୁହନ୍ତି କର୍ମଚାରୀ ମାନେ ସରକାରୀ କ୍ୱାଟର ରେ ନରହି ଗାଁ ଗାଁ ରେ ଟୀକା କରଣ କରୁଛନ୍ତି ବୋଲି କହୁଛନ୍ତି । କିନ୍ତୁ ମହିଳା , ପ୍ରସୁତୀ ଓ ଶିଶୁ ମାନେ ସବୁ ସମୟରେ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାଁନ୍ତି । ଉପସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ ଥିବା ମେଡିକାଲ୍ ଅଫିସର ବୈଦନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବାଉଁଶଗଡ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଲା ଝୁଲୁଛି ସବୁ ଦିନ ଖୋଲା ଯାଉନାହିଁ ଏ ସର୍ମ୍ପକେ ଆମ ପାଖରେ ଖବର ନାହିଁ । ଆପଣଙ୍କ ଠୁ ଖବର ମିଳିଲା । ସବୁ ଖୋଲିବା ପାଇଁ ପଦକ୍ଷେପ ନିଆଯିବ । ଏ ସମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ ଥିବା ଡାକ୍ତର ନନ୍ଦଙ୍କୁ ମୁଁ ଯୋଗାଯୋଗ କରି ସମସ୍ୟାର ସମାଦାନ ପାଇଁ ଚେଷ୍ଟା କରୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.