Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୧୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨୯୨ ସୁସ୍ଥ...

ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୧୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୨୯୨ ସୁସ୍ଥ ହେଲେ ୧୬୨ଜଣ

92

ମାଲକାନଗିରି,୧୯ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ପରିସ୍ଥିତି ଉଦ ବେଗଜନକ ହେଉଛି । ଗତ କାଲି ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜିଲ୍ଲାରେ ପୁଣି ୧୮ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ମାଲକାନଗିରି ପୌରାଚଂଳର ୮ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିମେଳା ଏନଏସି ରୁ ୬ଜଣ,କାଲିମେଳା ବ୍ଲକଅଚଂଳ ର ଟିଏମସି ରୁ ୨ଜଣ ଓ ମାଲକାନଗିରି ବ୍ଲକରୁ୨ଜଣ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୬ଜଣ ସ୍ଥାନୀୟ ବ୍ୟକ୍ତିବୋଲି ଜଣାପଡିଛି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ପୌରପରିଷଦ କଟେଂନମେଟଂ ଜୋନରୁ ୮ଜଣ, ମାଲକାନଗିରି ବ୍ଲକ ଅଚଂଳରୁ ୨ଜଣ,ବାଲିମେଳା ସହରରୁ ୬ଜଣ ଏମାନେ ପୁର୍ବ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ବେଳେ କାଲିମେଳା ବ୍ଲକ କ୍ୱାରେଟାଂଇନ ରେ ଥିବା ମହାରାଷ୍ଟ୍ର ରୁ ଫେରନ୍ତା ପ୍ରବାସୀ ୨ଜଣ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ୧୯ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା । ପୁଣି ଏହି ଦୁଇଟି ସହରକୁ ଅର୍ନିଷ୍ଟ କାଳ ପର୍ଯ୍ୟନ୍ତ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ ହୋଇଥିବା ବେଳେ ସଥିମଧ୍ୟରୁ ୧୬୨ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୩୦ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି ମାଲକାନଗିରି ପୌରପରିଷଦ ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ପୌରପରିଷଦ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ସାହିବସ୍ତି ଗୁଡିକରେ ବିଶୋଧନ ଆରମ୍ଭ ହୋଇଯାଇଛି । ସହରର ବିଭିନ୍ନ ଛକ ରାସ୍ତାରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଜଗିରହି କୋଭିଡ ନିୟମ ଉଲଘଂନ କରୁଥିବା ଅମାନିଆ ମାନଙ୍କ ଗାଡି ଅଟକାଇ ସେମାନଙ୍କୁ ଠାରୁ କୋଭିଡ ଫଣ୍ଡ ପାଇଁ ଜରିମାନା ଆଦାୟ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.