Home ଓଡ଼ିଶା କୋଭିଡ ଯୋଦ୍ଧାଙ୍କ ମାନଶିକ ଚାପଦୂର ସହ ଚିକିତ୍ସିତ ହେଉଥିବା କରୋନା ରାଗୀଙ୍କ ମନୋବଳ ବୃଦ୍ଧିପାଇଁ କରୋନା...

କୋଭିଡ ଯୋଦ୍ଧାଙ୍କ ମାନଶିକ ଚାପଦୂର ସହ ଚିକିତ୍ସିତ ହେଉଥିବା କରୋନା ରାଗୀଙ୍କ ମନୋବଳ ବୃଦ୍ଧିପାଇଁ କରୋନା ମହାମାରି ହାରିବ, ମଣିଷ ଜିତିବ ଗୀତ ଗାଇଲେ ଡାକ୍ତର

81

ମାଲକାନଗିରି,୧୯ା୭(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରି କବଳରେ ପଡି ସନ୍ତୁଳିତ ହେଉଥିବା ବେଳେ କରୋନା ଲଢେଇ ସମୟରେ ମାନଶିକ ଚାପ କମାଇବା ଓ କରୋନା ଆକ୍ରାନ୍ତ ରୋଗୀଙ୍କ ମନୋବଳ ବୃଦ୍ଧି ନିମନ୍ତେ କରୋନା ହାରିବ ମଣିଷ ଜୀତିବ ଗୀତ ଗାଇଛନ୍ତି କୋଭିଡ ହସପିଟାଲର ଡାକ୍ତର । ଏହି ଭଳିଦୃଶ୍ୟଦେଖିବା କୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୋଭିଡ-୧୯ ହସପିଟାଲରେ । ମାଲକାନଗିରି ଜିଲ୍ଲା ରେ ଦିନକୁ ଦିନ କରୋନା ମହାମାରି ବ୍ୟାପିଚାଲିଛି, ଏହାକୁ ରୋକିବା ପାଇଁ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ଏହି କରୋନା ଯୋଦ୍ଧା ମାନେ ଦିନରାତି କରୋନା ଆକ୍ରାନ୍ତ ରୋଗୀଙ୍କ ସେବାରେ ଲାଗିପଡିଛନ୍ତି ।କରୋନା ବିରୋଧ ରେ ଲଢେଇ ସମୟରେ ମାନଶିକ ଚାପରୁ ଉଦ୍ଧାର ପାଇବା ଓ ହସପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କର ମନୋବଳକୁ ସୁଦୃଢକରିବା ଉଦେଶ୍ୟରେ ମାଲକାନଗିରି କୋଭିଡ ହସପିଟାଲରେ ମୂତୟନ ଥିବା ଡାକ୍ତର ପ୍ରୀୟବ୍ରତ ଦାଶ ପିପିକିଟ ପରିଧାନ କରି ହମ ହୋେଙ୍ଗେ କାମିୟାବ ଏକ ଦିନ… ଓ କରୋନା ହାରିବ ମଣିଷ ଜୀତିବ ଗୀତ ଗାଇଛନ୍ତି । ହସପିଟାଲରେ ମନଦୁଃଖରେ ରହି ଚିକିତ୍ସାହେଉଥିବା କରୋନା ରାଗୀମାନେ ଡାକ୍ତରଙ୍କ ସୁମଧୂର କଠଂର ଗୀତ ସୁଣି ଉତ୍ସାହିତ ହୋଇ ନିଜର ମନୋବଳକୁ ସୃଦୃଢ କରିପାରିଛନ୍ତି । ସୁଚନା ଯୋଗ୍ୟ ଯେ ଡାକ୍ତର ଶ୍ରୀଦାଶ ଗତ କିଛି ଦିନତଳେ ଏହି ହସପିଟାଲରେ କରୋନା ଆକ୍ରାନ୍ତ ପ୍ରସୂତୀ ମା ଓ ଜଣ୍ଡିସ ଆକ୍ରାନ୍ତ ନବଜାତ ଶିଶୁର ଉପଯୁକ୍ତ ଯତ୍ନନେଇ ଚିକିତ୍ସିତ କରି ଜୀବନ ବଚାଂଇଦେଇଥିବାରୁ ମୁଖ୍ୟମନ୍ତ୍ରୀ ଟୁଇଟ କରି ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.