Home ଓଡ଼ିଶା ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଜଳଭଣ୍ଡାରରୁ ଉଦ୍ଧାର

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଜଳଭଣ୍ଡାରରୁ ଉଦ୍ଧାର

173

ମାଲକାନଗିରି ୨୮-୧୨ (ଓଡ଼ିଆ ପୁଅ) : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଆଜି ସତୀଗୁଡ଼ା ଜଳଭଣ୍ଡାରରୁ ଉଦ୍ଧାର ହୋଇଛି। ଜିଲ୍ଲାପାଳଙ୍କ ପିଏ ୨ ଦିନ ଧରି ନିଖୋଜ ଥିଲେ। ସତୀଗୁଡା ଜଳଭଣ୍ଡାର ନିକଟରୁ ତାଙ୍କର ଜୋତା ଏବଂ ବାଇକ୍ ଠାବ କରାଯାଇଥିଲା।
ସୂଚନାଯୋଗ୍ୟଯେ, ଗତକାଲି ସେ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ତେବେ କିପରି ଓ କେଉଁ ପରିସ୍ଥିତିରେ ଦେବନାରାୟଣଙ୍କ ମୃତ୍ୟୁ ଘଟିଲା, ତାହା ଏବେ ସନ୍ଦେହ ଘେରରେ ରହିଛି। ଆଜି ସକାଳେ ମାଲକାନଗିରି ଜିଲ୍ଲାପାଳ ନିଖୋଜ ଦେବନାରାୟଣଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.