Home ଓଡ଼ିଶା ବିବାଦୀୟ ବୟାନର ଏଆଇସିସି ନିକଟରେ ସ୍ପଷ୍ଟିକରଣ ରଖିଲେ ପ୍ରଦୀପ ମାଝି

ବିବାଦୀୟ ବୟାନର ଏଆଇସିସି ନିକଟରେ ସ୍ପଷ୍ଟିକରଣ ରଖିଲେ ପ୍ରଦୀପ ମାଝି

413

ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ ଜିଲା ବନ୍ଦ ପାଳନ କରିଥିଲା। ବନ୍ଦ ପାଳନ ବେଳେ ଗୋଟିଏ କାର୍‍କୁ ଆନ୍ଦୋଳନକାରୀ ଜାଳି ଦେଇଥିଲେ। ପ୍ରଦୀପ ମାଝିଙ୍କ ଇସାରାରେ ଗାଡି ଜଳାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ବନ୍ଦ ଡାକାରା ବେଳେ ପ୍ରଦୀପ ମାଝୀଙ୍କ ଏକ ବିବାଦୀୟ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ ବୋଲି ଫୋନ୍ ମାଧ୍ୟମରେ ନିଜ କର୍ମୀଙ୍କୁ ପ୍ରଦୀପ ମାଝୀ କହିଥିଲେ। ଏହି ଭିଡିଓ ଭାଇରାଲ ପରେ ପ୍ରଦୀପ ମାଝୀ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଶୁକ୍ରବାର ପୁଲିସ ନିଜ ତରଫରୁ ମାମଲା ରୁଜୁ କରିଥିଲା।  ଆଜି କଂଗ୍ରେସ ନେତା ପ୍ରଦୀପ ମାଝି ଏଆଇସିସି ନିକଟରେ ସ୍ପଷ୍ଟିକରଣ ରଖିଛନ୍ତି। ପ୍ରଦୀପ ମାଝି ପିସିସି ଜରିଆରେ ଏଆଇସିସିକୁ ସ୍ପଷ୍ଟିକରଣ ଦେଇଥିବା ସୂଚନା ମିଳିଛି। ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରଦୀପଙ୍କୁ ସ୍ପଷ୍ଟିକରଣ ମଗାଯାଇଥିଲା।ସ୍ପଷ୍ଟିକରଣ ବାବଦରେ ପ୍ରଦୀପ ମାଝି ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଅବିଭକ୍ତ କୋରାପୁଟ ଜିଲ୍ଲାରେ ନାରୀମାନଙ୍କ ଇଜ୍ଜତ ଲୁଟ୍ ହେଉଛି। ତେଣୁ ଧର୍ଯ୍ୟଚ୍ୟୁତ ହେବାରୁ ଏଭଳି ମନ୍ତବ୍ୟ ଦେଇଥିଲି। କିନ୍ତୁ ଆଗାମୀ ଦିନରେ କଂଗ୍ରେସ ଆଦର୍ଶକୁ ପାଳନ କରିବି’’ ବୋଲି ସ୍ପଷ୍ଟିକରଣରେ ଦର୍ଶାଇଥିବା ସେ କହିଛନ୍ତି।ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ବ୍ଲକ ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ବିଫଳତା ପ୍ରତିବାଦରେ ଗୁରୁବାର କଂଗ୍ରେସ ୧୨ଘଣ୍ଟିଆ ଜିଲା ବନ୍ଦ ପାଳନ କରିଥିଲା। ବନ୍ଦ ପାଳନ ବେଳେ ଗୋଟିଏ କାର୍‍କୁ ଆନ୍ଦୋଳନକାରୀ ଜାଳି ଦେଇଥିଲେ। ପ୍ରଦୀପ ମାଝିଙ୍କ ଇସାରାରେ ଗାଡି ଜଳାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ବନ୍ଦ ଡାକାରା ବେଳେ ପ୍ରଦୀପ ମାଝୀଙ୍କ ଏକ ବିବାଦୀୟ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ପେଟ୍ରୋଲ ଡିଜେଲ ରେଡି ରଖ, କହିଲେ ଜାଳିବ ବୋଲି ଫୋନ୍ ମାଧ୍ୟମରେ ନିଜ କର୍ମୀଙ୍କୁ ପ୍ରଦୀପ ମାଝୀ କହିଥିଲେ। ଏହି ଭିଡିଓ ଭାଇରାଲ ପରେ ପ୍ରଦୀପ ମାଝୀ ହିଂସାକୁ ଉସୁକାଉଥିବା ଅଭିଯୋଗରେ ଶୁକ୍ରବାର ପୁଲିସ ନିଜ ତରଫରୁ ମାମଲା ରୁଜୁ କରିଥିଲା। ତାଙ୍କ ନାମରେ ଦଫା ୧୪୭, ୩୪୧, ୩୫୩, ୨୮୩, ୫୦୬, ୪୩୮ ସମେତ ୧୨୦(ଖ) ଏବଂ ୩ ପିଡିପିପି ଦଫାରେ ମାମଲା ରୁଜୁ ହୋଇଥିଲା। ପ୍ରଦୀପ ମାଝିଙ୍କ ସମେତ ମୋଟ୍ ୧୫ ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.