Home ଓଡ଼ିଶା ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ,ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ,ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଶୁଭାରମ୍ଭ

22

ମାଲକାନଗିରି,୧୯ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୧ଲକ୍ଷ ୫୫ହଜାର ୮୨୩ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଟାଂ ଯିବ,ଜିଲ୍ଲାସଂସ୍କୃତି ଭବନଠାରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆନୁଷ୍ଟାନିକ ଭାବେ ଉଦଘାଟନ କରିବା ପରେ ଚିତ୍ରକୋଣ୍ଡା ଓ ମାଲକାନଗରି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀ ଓ ନିଗମ ଅଧ୍ୟ କ୍ଷ ମାନେ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡବଟିଂବେ । ସେଥି ନିମନ୍ତେ ମାଲକାନଗରି ଜିଲ୍ଲା ଆଜି ଠାରୁ ଚଳଚଚଂଳ ହୋଇ ଉଠିଛି । ଗୁରୁବାର ଅପରାହ୍ନ ସୁଦ୍ଧା ଜିଲ୍ଲା ଓ ବ୍ଲକ ମାନେଙ୍କରେ ମନ୍ତ୍ରୀ,ନିଗମ ଅଧ୍ୟ କ୍ଷ ବରିଷ୍ଟ ବିଜେଡି ନେତା, ବିଧାୟକ ମାନେ ପହଁଚି ସାରିଛନ୍ତି । ଏଥି ନିମନ୍ତେ ଜିଲ୍ଲାରେ ୩୮୧ଟି ସ୍ୱାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ର ଖୋଲାସରିଛି ।୨୧ତାରିଖରୁ ଆରମ୍ଭ ହୋଇ ୨୫ତାରିଖ ମଧ୍ୟରେ ସମସ୍ତ କାର୍ଡ ବଟଂନ କରାଯିବା ପାଇଁ ନିସ୍ପତି ନିଆ ଯାଇଛି । ମାଲକାନଗିରି ଜିଲ୍ଲାସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି କାର୍ଯ୍ୟକ୍ରମ ଉଦଘାଟନ କରି ସ୍ମାର୍ଟ କାର୍ଡବାଟିଂବା ପରେ କୋରକୁଣ୍ଡା ବ୍ଲକ ପାଇଁ ମନ୍ତ୍ରୀ ପଦ୍ମିନୀ ଦିଆନ,ଚିତ୍ରକୋଣ୍ଡା ବ୍ଲକପାଇଁ ମନ୍ତରୀ ତୁଷାରକାନ୍ତ ବେହେରା,ମାଥିଲି ବ୍ଲକ ପାଇଁ ମନ୍ତ୍ରୀ ଅରୁଣ କୁମାର ସାହୁ,ଖଇରପୁଟ ବ୍ଲକ ପାଇଁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ,ପଡିଆବ୍ଲକ ପାଇଁ ମାନ୍ତ୍ରୀ ନବକିଶୋର ଦାସ,ମାଲକାନଗିରି ବ୍ଲକ ପାଇଁ ମନ୍ତ୍ରୀ ସମିର ରଜଂନ ଦାଶ,କାଲିମେଳା ବ୍ଲକ ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ,ମାଲକାନଗିରି ପୌରପରିଷଦ ପାଇଁ ମନ୍ତ୍ରୀ ପଦ୍ମନାଭ ବେହେରା,ବାଲିମେଳା ବି ଜ୍ଞାପିତ ଅଚଂଳ ପରିଷଦ ପାଇଁ ନିଗମ ଅଧ୍ୟକ୍ଷ କୁନାତ୍ରୀପାଠୀ ଏହି ସ୍ମାର୍ଟ କାର୍ଡ ବାଟିଂବେ । ଏଥି ନିମନ୍ତେ ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ମନ୍ତ୍ରୀ,ବିଧାୟକ,ପ୍ରଶାସନିକ ଅଦିକାରୀ ମାନଙ୍କୁ ନେଇ ଏକ ବୌଠକ ବସିଥିଲା । ଏହି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଦ୍ୱାରା ପରୁଷ ହିତାଧିକାରୀ ୫ଲକ୍ଷ ଓ ମହିଳା ହିତାଧିକାରୀ ୧୦ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ସ୍ୱାସ୍ଥ୍ୟ ବୀମା ମିଳାପାରିବ । ଏଥି ନିମନ୍ତେ ଗତ ଦୁଇଦିନ ହେଲା ଜିଲ୍ଲାରେ ମନ୍ତ୍ରୀ,ବିଧାୟକ,ନିଗମ ଅଧ୍ୟକ୍ଷ ମାନଙ୍କ ସହିତ ବିଜେଡି ଦଳର ବରିଷ୍ଟ ନେତା ମାନେ ଭିଡ ଜମାଇଦେଇଛନ୍ତି,ସମସ୍ତ ସରକାରି ଡାକବଙ୍ଗଳା ସହିତ ଲଜ ,ହୋଟେଲ ଗୁଡିକ ରେ ବିଜେଡି ନେତା ଓ କର୍ମୀ ମାନେ ରହିସାରିଲେଣି । ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଜିଲ୍ଲାରେ ହାଇଆଲର୍ଟଜାରି ସହିତ ସଭାସ୍ଥଳ ଜିଲ୍ଲାସଂସ୍କୃତି ଭବନ ଠାରେ କଡାପୁଲିସ ସରୁକ୍ଷା ବ୍ୟବସ୍ଥା କରାଯାଇ ଆନ୍ଦ୍ର,ଛିତିଶଗଡ ସୀମାକୁ ସିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ମାଲାକନଗିରି ସହରର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପୁଲିସ ମାନଙ୍କ ପକ୍ଷରୁ ମକଡ୍ରୀଲ କରାଯାଇଛି ।ମାଓପ୍ରବଣ ଅଚଂଳ ଗୁଡିକରେ ଯବାନ ମାନଙ୍କ ପକ୍ଷରୁ କୁମ୍ବିଂ ଓ ସର୍ଚଅପରେସନକୁ ଜୋରଦାର କରାଯାଇଛି । ସଭାସ୍ଥଳରେ ଉଚପୁଲିସ ଅଧିକାରୀ ପହଁଚି ଜାଚଂ କରିବାସହିତ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇଛନ୍ତି ।ଜିଲ୍ଲାସଂସ୍କୃିତି ଭବନ ପରିସର ରେ ମୁଖ୍ୟମନ୍ତ୍ରୀଙ୍କ ହୁଡିଂ ଲଗାଯିବା ସହିତ ସାଜସଜା ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.