Home ଓଡ଼ିଶା ମାଲକାନଗିରି ଜିଲ୍ଲାକୁ ଆସିଲେ ୧୫ହଜାର୭୪୩ ପ୍ରବାସୀ ଓଡିଆ,୧୪୩୩ ସ୍ୱାବ ନମୁନା ପରିକ୍ଷଣ ମଧ୍ୟରୁ ୧୦୦୦ ନମୁନା...

ମାଲକାନଗିରି ଜିଲ୍ଲାକୁ ଆସିଲେ ୧୫ହଜାର୭୪୩ ପ୍ରବାସୀ ଓଡିଆ,୧୪୩୩ ସ୍ୱାବ ନମୁନା ପରିକ୍ଷଣ ମଧ୍ୟରୁ ୧୦୦୦ ନମୁନା ନେଗେଟିଭ

163

ମାଲକାନଗିରି,୧୧ା୫(ଓଡିଆ ପୁଅ ) କରୋନା ଭାଇରସ କୁ ପ୍ରତିରୋଧ କରିବା ନିମେନ୍ତେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା ହୋଇଛି,ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ୧୯କୁ ମୁକାବିଲା କରିବା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରିସାରିଛି । ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟସରକାର ଙ୍କ ପକ୍ଷରୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ ,ତେଲାଙ୍ଗନା,ଭଦ୍ରାଚଳମ,ବେଙ୍ଗାଲୁର,ହାଇଦ୍ରାବାଦ,ଚେନାଇ ବିଭିନ୍ନ ରାଜ୍ୟକୁ କାମକରିବାକୁ ଯାଇଥିବା ଶ୍ରମିକ ମାନେ ଲକ ଡାଉନ ହୋଇଥିବା ଯୋଗୁ ସେଠାରେ ଅଟକି ରହିଯାଇଥିଲେ, ଏବେ ଫେରିବାକୁ ଲାଗିଲେଣି । ବିଶେଷ କରି ସୀମାନ୍ତ ମୋଟୁ ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ପ୍ରବାସୀ ମାନେ ଫେରୁଥିବାରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ବୋର୍ଡର ଚେକ ପୋଷ୍ଟ କରାଯାଇ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି , ଏହି ରାସ୍ତା ଦେଇ ସାବେରୀ, ସିଲେରୁ ନଦୀ ପାର ହୋଇ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରୁଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ଅଟକାଇ ଡାକ୍ତରୀ ପରୀକ୍ଷା ଓ ସ୍କ୍ରୀନିଂ କରାଯାଇ ସଙ୍ଗରୋଧ ଗୃହକୁ ପଠାଇ ଦିଆଯାଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ, ଏସପି ରିଶିରେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ମୋଟୁ ତହସିଲଦାର  ସଶାଙ୍କ ମିଶ୍ର,କାଲିମେଳା ବିଡିଓ ଉମାଶଙ୍କର ଦଳେଇ ତହସିଲଦାର ଆଲୋକକୁମାର ଅନୁଗୁଳିଆ ଓ ଅନ୍ୟାନ ପ୍ରଶାସନିକ ଅଧିକାରୀ ମାନେ ସେଠାରେ ଡେରା ପକାଇ ପ୍ରବାସୀ ଓଡିଆ ମାନଙ୍କ ପରିସ୍ଥତି ଅନୁଧ୍ୟାନ କରିବାସହିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ପରିଚାଳାନା ବ୍ୟବସ୍ଥା ତଦାରଖ କରୁଛନ୍ତି । ୨ୟପର୍ଯ୍ୟାୟ ଲକଡାଉନ ସମୟରେ ମାଲକାନଗିରି ଜିଲ୍ଲାକୁ ୮୬୦୬ ପ୍ରବାସୀ ଓଡିଆ ଫେରିଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ସମୟରେ ୧୦ତାରିଖ ମଧ୍ୟରେ ୭୧୩୭ଜଣ ପ୍ରବେସୀ ଫେରିଛନ୍ତି । ଇତିମଧ୍ୟରେ ୧୫ହଜାର୭୪୩ଜଣ ପ୍ରବାସୀ ଶ୍ରମିକ ପେରିସାଲିଲେଣି । ଏମାନଙ୍କ ମଧ୍ୟରେ କଳାହାଣ୍ଡି,ନବରଙ୍ଗପୁର ଜିଲ୍ଲାର ୭୮୬ଜଣ ଓ ଅନ୍ୟରାଜ୍ୟର ୮୫ଜଣ ଶ୍ରମିକ ରହିଛନ୍ତି । ମୋଟୁ ଚେକ ପୋଷ୍ଟଠାରେ ସମସ୍ତ ଶ୍ରମିକ ମାନଙ୍କ ନାମପଜିଂକରଣ,ସ୍କ୍ରୀନି କରାଯାଇ ସେମାନଙ୍କ ହାତରେ ସିଲ ଲଗାଯାଇଥିଲା,ଏହି ଶ୍ରମିକ ମାନଙ୍କୁ ଖାଦ୍ୟପୁଡିଆ,ପାଣିବୋତଲ,ମାସ୍କ, ସାନିଟାଇଜର,ସାବୁନ ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇ ସେମାନଙ୍କୁ ନିଜ ନିଜ ପଚାଂୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହକୁ ୨୧ଦିନପାଇଁ ପଠାଇ ଦିଆଯାଇଛି । ଅନ୍ୟଜିଲ୍ଲା ଓ ଅନ୍ୟ ରାଜର ଶ୍ରମିକ ମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ସେମାନଙ୍କ ଜିଲ୍ଲାକୁ ପଠାଇଦିଆ ଯାଇଛି । ଜିଲ୍ଲାର୧୪୩୩ ଗୋଟି ସ୍ୱାବ ନମୁନା ପରିକ୍ଷଣ ନିମନ୍ତେ ଭୁବନେଶ୍ୱରକୁ ପଠାଯାଇଥିଲା ତନ୍ମମଧ୍ୟରୁ ୧୦୦୦ ଗୋଟି ନମୁନା ନେଗେଟିଭ ରିପୋର୍ଟ ଗତ କାଲି ସୁଦ୍ଧା ଆସିଥିବା ବେଳେ ଅନ୍ୟନମୁନା ରିପୋର୍ଟ ହସ୍ତଗତ ହୋଇନାହିଁ । ଜିଲ୍ଲାରେ ୩୪୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇ ୧୮୧୫୦ ଲୋକଙ୍କ ପାଇଁ ସଙ୍ଗରୋଧ ରଖିବାର ବ୍ୟବସ୍ଥା କରାଯାଇଛି,ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଭୟଭିତ ନହୋଇ ବାହାରରାଜ୍ୟରେ ଫସି ରହିଥିବା ଆମଜିଲ୍ଲାର ଭାଇଭଉଣୀ ମାନଙ୍କୁ ସହ ଯୋଗର ହାତ ବଢାଇବା ର ସମୟ ଆସିଛି ,ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଅଭିନବ ଉପାୟରେ ଭ୍ରାମ୍ୟମାଣ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଙ୍କ ଦ୍ୱାରା ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସନ୍ଦେହରେ ପ୍ରବାସୀ ଶ୍ରମିକ ଫେରନ୍ତା ଙ୍କ ସ୍ୱାବ ନମୁନା ସଂଗ୍ରହ ଚାଲିଛି । ମାଲକାନଗିରି ଜିଲ୍ଲାରେ କୌଣସି କରୋନା ସଂକ୍ରମଣ ରୋଗୀଙ୍କୁ ଚିହ୍ନଟ କରାଯାଇ ନଥିବାରୁ ଏହା ଗ୍ରୀନ ଜୋନ ମଧ୍ୟରେ ରହିଛି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଲକାଡାଉନ ନିୟମକୁ ଠିକ ଭାବେ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଉଛି ।ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ଗହଳି ନକରି ସାମାଜିକ ଦୂରତା ରକ୍ଷାକରିବା ଆଦି ଜନ ସଚେତାନତାର ବାର୍ତା ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାବାସୀଙ୍କୁ ଦେଉଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.