Home ଓଡ଼ିଶା କେନାଲରୁ ମହିଳାଙ୍କ ଶବଉଦ୍ଧାର,ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ

କେନାଲରୁ ମହିଳାଙ୍କ ଶବଉଦ୍ଧାର,ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁ

138

ମାଲକାନଗିରି,୧୧ା୫ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ଦରିଗୁଡା ଗ୍ରାମ ନିକଟରେ ଯାଇଥିବା ପୋଟେରୁ କେନାଲରେ ଗତ କାଲି ସନ୍ଧ୍ୟାରେ ଜଣେ ମହିଳାଙ୍କ ର ଶବ ଭାସୁଥିବାର ଦେଖି ଗ୍ରାମବାସୀ ମାନେ ଥାନାରେ ଜଣାଇ ଥିଲେ । ଗତ କାଲି ମୃତ ମହିଳାଙ୍କର ପରିଚୟ ମିଳିଯାଇଥିଲା,ସେ ଗମ୍ଫାକୋଣ୍ଡା ପଚାଂୟତ ତୁମୁକିମାଡକା ଗ୍ରାମର ଗଙ୍ଗା ମାଡିଙ୍କ ପତ୍ନୀ ଦୁଲେମାଢି(୪୬),ଗତ କାଲି ଅପରାହ୍ନରେ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ । ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜିକରିଥିଲେ । ସେମାନଙ୍କ ଗ୍ରାମଠାରୁ ପ୍ରାୟ ୫କିଲୋମିଟ ଦୂର ଦରିଗୁଡା କେନାଲରେ ଜଣେ ମହିଳାଙ୍କ ଶବ ଭାସୁଥିବାର ରାତ୍ରରେ ଜାଣିବାକୁ ପାଇଲେ । ପରିବାର ଲୋକେ ସେଠାକୁ ଯାଇ ଦୁଲେ ମାଢିଙ୍କ ଶବ ଚିହ୍ନଟକରି କାଲିମେଳା ଥାନା କୁ ଜଣାଇଥିଲେ । ଦୁଲେ କେନାଲରେ ଗାଧୋଉଥିବା ସମୟରେ ତାଙ୍କ ଗୋଡ ପାଣିରେ ଖସି ଯାଇ ଥିବାରୁ ସେ ପାଣିରେ ଭାସିଭାସି ୫କିଲୋମିଟର ଦୂର ଦରିଗୁଡା ଠାରେ ପହଁଚିଥିବାର ପରିବାର ଲୋକେ ଓ ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି ।ଘଟଣାସ୍ଥଳ ମାଓପ୍ରବଣ ଘଚଂଜଙ୍ଗଲ ଥିବାରୁ ଥାନାରେ ଖବର ପହଁଚିବାରେ ବିଳମ୍ବିତ ରାତ୍ର ହୋଇ ଯାଇଥିବାରୁ ପୁଲିସ ଘଟଣାସ୍ଥଳରେ ପହଁଚିପାରିନଥିଲେ । ଆଜି ସକାଳେ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମହିଳାଙ୍କ ମୃତଶରୀର ଜବତ କରିଥିଲେ । ଡାକ୍ତାରଖାନାକୁ ଶବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି । ମୃତା ମହିଳା ଦୁଲେ ମାଢିଙ୍କର ୩ଟି ଝିଅ ସେ ଅତ୍ୟନ୍ତ ଗରିବ, ସେ ଓ ତାଙ୍କ ସ୍ୱାମୀ କୁଲି ମଜୁରୀ ଲାଗିଲେ ପେଟକୁ ଦାନା ଜୋଗାଡ କରିଥାନ୍ତି । ଦୁଲେ ମାଢିଙ୍କ ମୃତ୍ୟୁରେ ତାଙ୍କ ସ୍ୱାମୀ ଭାଙ୍ଗି ପଡିଛନ୍ତି ।ମୃତା ଦୁଲେମାଢିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରପଂଚ ଲକ୍ଷ୍‌ମି କବାସୀ ଦାବିକରିଛନ୍ତି । ଆଜି ଶବ ବ୍ୟବଛେଦପରେ ପୁଲିସ ଦୁଲେମାଢିଙ୍କ ପରିବାରଙ୍କୁ ଶବ ହସ୍ତାନ୍ତର କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.