Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,ମାସକ...

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢାଉ,ମାସକ ମଧ୍ୟରେ ୬୫କୋଟି ଟଙ୍କାର ଗଜେଂଇ ଗଛ ପୋଡିନଷ୍ଟକଲେ

136

ମାଲକାନଗିରି,୧ା୧୨(ଓଡିଆ ପୁଅ )   ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ  ଜିଲ୍ଲାଅବକାରି ବିଭାଗ ଓ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଜେଂଇଚାଷ ଉପରେ ଚଢାଉ ଆରମ୍ଭ ଜାରିରହିଛି । ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୋଇଥିବା ଗଜେଂଇ ଚାଷ ଉପରେ ନଭେମ୍ବର ମାସରେ  ଚଢାଉକରି ଇତି ମଧ୍ୟରେ ୪୪୫ଏକର ଜମିର ଗଜେଂଇ ଗଛ ପୋଡି ନଷ୍ଟକରିଛନ୍ତି ,ଯହାର ମୂଲ୍ୟ ପ୍ରାୟ ୬୫ କୋଟ ଟଙ୍କା ହେବ,ଏହାବ୍ୟତିତ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ବେଆଇନ ଗଜେଂଇ ଚାଲାଣ ସଂପର୍କରେ ୮୮କେସ ହେବାସହିତ ୧୭,୦୧୭କେଜି ଗଜେଂଇ ସହ ୭୮ଟି ଗାଡି ଜବତ ହୋଇଛି,ଏହି ଗଜେଂଇ ଚାଲାଣ ଅଭି ଯୋଗରେ ୧୭୧ଜଣଙ୍କୁ ଗିରଫ କରାଯାଇଛି । ନିୟମିତ ଭାବେ ପୁଲିସ ଓ ଅବକାରି ବିଭାଗ ପକ୍ଷରୁ ଚୋରା ଗଜେଂଇଛାଷ ଓ ଚୋରା ଚାଲାଣ କାରି ଙ୍କ ଉପରେ ଚଢାଉ ଜାରି ରହିଛି  ବୋଲି ପ୍ରେସ ନୋଟ ମାଧ୍ୟମରେ ଏସପି ଶ୍ରୀ ମୀନା ସୁଚନା ଦେଇଛନ୍ତି । ଶୁକ୍ରବାର ଦିନ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ କଟକ ଭ୍ରାମ୍ୟମାଣ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଟଂ ସାନ୍ତନୁଦାଶ,ଇନିସପେକ୍ଟର ଶରତ ଭଜଂ,ଚିତ୍ରକୋଣ୍ଡା ଥାନା ଆଇଆଇସି ରାମପ୍ରସାଦ ନାଗ ଓ ଥାନାପୁଲିସ କର୍ମଚାରିଙ୍କ ସହ କୋରାପୁଟ, ଜୟପୁର ଫ୍ଲାଇଂ ଅବକାରି ବିଭାଗ କର୍ମଚାରି , ମାଲକାନଗିରି ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା, ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ତ୍ରୀପତି ପଣ୍ଡା,ଡି. କେ.ନାୟକ,ରାଜୁ ଖିତି,ଦିନେଶ କୁମାର,କେ. ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଜି. ସାହୁ,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ଓ ସରିତା ପ୍ରମୁଖ ଜିଲ୍ଲାଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ଚିତ୍ରକୋଣ୍ଡା ଥାନାସ୍ଥ  ଫୁଲପଦର, ରାଇପୁର,ଆରଏସି ୧, ଆରଏସି ୪ ଗାଁ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୫୫ ଏକର ଜମିରୁ ୮୨୫୦୦ ଗଜେଂଇ କଲି ଫଳିଥିବା ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ୮କୋଟି ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି । ଏହି ବେଆଇନ ଗଜେଂଇ ଚାଷ କାଟି ପୋଡି ନଷ୍ଟକରୁଥିବା ସମୟରେ ଚାଷକୁ ଜଗିଥିବା ଗ୍ରାମର କିଛି ମହିଳା ମାନେ ଅବକାରି ବିଭାଗ ଓ ପୁଲିସ ମାନଙ୍କ ଉପରକୁ ଢେଲାପଥର ମାଡକରିଥିଲେ । ଏହି ଢେଲା ମାଢରେ କିଛି ଅବକାରି ବିଭାଗ କର୍ମଚାରି ମାନେ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ଅବକାରି ବିଭାଗ ସୁପରିଟେଣ୍ଡେଟଂ ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ  ଗ୍ରାମବାସୀ ମାନଙ୍କୁ ବୁଝାଇବା ପରେ ସେ ମହିଳା ମାନେ ନିଜ ଗାଁକୁ ଫେରି ଯାଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ ।ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ ରାସ୍ତାକଡ ଠାରୁ ଆରମ୍ଭକରି ପାହଡ ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଜିଲ୍ଲାଅବକାରି ବିଭାଗ ଓ ପୁଲିସ ପ୍ରଶାସନର ମିଳିତି ଉଦ୍ୟମରେ ଏହି ଚଢାଉ ଜାରିରହି କୋଟି କୋଟି ଟଙ୍କାର ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଉଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.