Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ପୁଲିସର ସଫଳତା, ମାଓବାଦୀ ପୁଲିସ ଗୁଳି ବିନିମୟ, ୫ ମାଓବାଦୀ ନିହତ, ବନ୍ଧୁକ...

ମାଲକାନଗିରି ଜିଲ୍ଲା ପୁଲିସର ସଫଳତା, ମାଓବାଦୀ ପୁଲିସ ଗୁଳି ବିନିମୟ, ୫ ମାଓବାଦୀ ନିହତ, ବନ୍ଧୁକ ଗୋଳା ବାରୁଦ ଜବତ: ମାଓବାଦୀ ନେତା ରଣଦେବ, ପ୍ରବୀନ ଖସିଗଲେ

113

ମାଲକାନଗିରି, ୫ା୧୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ପୁଲିସକୁ ଆଜି ମିଳିଛି ଏକ ବଡ ଧରଣର ସଫଳତା। ମାଲକାନଗିରି ଜିଲ୍ଲା କାଲିମେଳା ଥାନାସ୍ଥ ପପୁଲୁର, କୁର୍ମାନୁର ପଚାୟଂତ ନିକଟବର୍ତି ଆଲୁରକୋଟା, ସନ୍ୟାସିଗୁଡା ଜଙ୍ଗଲରେ ପୁଲିସ ମାଓବାଦୀ ଗୁଳିବିନମୟ ଘଟି ୫ଜଣ କ୍ୟାର୍ଡର ମାଓବାଦୀଙ୍କର ମୃତ୍ୟୁ ହେବା ସହ ବନ୍ଧୁକ ଗୋଳାବାରୁଦ ଜବତ ହୋଇଛି। ମାଓଗଡ ଭାବେ ଚିରପରିଚିତ ଦୁର୍ଗମ ବିଛିନ୍ନାଞ୍ଚଳ ପପୁଲୁର, ଆଲୁରକୋଟା, ସନ୍ୟାସିଗୁଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବାର ଖବର ପାଇ ଗତ କାଲିଠାରୁ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ଏସଓଜି ଜବାନ ମାନେ ସେଠାକୁ କଂମ୍ବି ଅପରେସନରେ ଯାଇଥିଲେ। ଆଜି ସକାଳେ ସେଠାରୁ ଫେରୁଥିବା ସମୟରେ ଆଲୁରକୋଟା ଜଙ୍ଗଲରେ ମାଓବାଦୀମାନେ ଜବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ ତାର ପାଲଟା ଜବାବରେ ଜବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୪ ଘଣ୍ଟା ଧରି ଗୁଳିବିନମୟ ହୋଇଥିଲା। ଜବାନମାନଙ୍କୁ ମୁକାବିଲା କରିନପାରି କାଲିମେଳା ମାଓବାଦୀ ଦଳମର ଲିଡର ରଣଦେବ, ପ୍ରବିନଙ୍କ ସହ ଅନ୍ୟ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଛତ୍ର ଭଙ୍ଗଦେଇ ଲୁଚି ପଳାଇଥିଲେ। ପରେ ଜବାନମାନେ ଜଙ୍ଗଲରେ ସର୍ଚ ଅପରେସନ କରିବାରୁ ସେହି ଜଙ୍ଗଲରେ ବିଭିନ୍ନ ସ୍ଥାନରେ ରକ୍ତ ଛିଟା, ଶବ ଘୋଷରା ଦାଗ ଦେଖିବାକୁ ପାଇଥିଲେ ଓ ୫ଜଣ ମାଓବାଦୀଙ୍କର ମୃତ ଶରୀରର ମିଳିବା ସହ ମାଓ କ୍ୟାମ୍ପରୁ ୨ଟି ଇନସାସ’ବନ୍ଧୁକ, ଗୋଟିଏ ଏସଏଲଆର, ରାଇଫଲ, ଗୋଳବାରୁଦ ବହୁ ପରିମାଣର ମାଓ ସାମଗ୍ରୀ ମିଳିଛି। ନିହତ ୩ଜଣ ମାଓବାଦୀଙ୍କ ପରିଚୟ ଇତି ମଧ୍ୟରେ ମିଳିଥିବାର ଜଣାପଡିଛି। ଉଙ୍ଗାସୋଡି ଓରଫ କ୍ରିତୀ ସେ ହେଉଛନ୍ତି ଆନ୍ଦ୍ର ଓଡିଶା ବୋର୍ଡର ସ୍ୱତନ୍ତ୍ର ଜୋନାଲ କମିଟି ମେମ୍ବର ଓ କାଲିମେଳା ଦଳମର ଏସିଏମ, ତାଙ୍କ ଘର କାଲିମେଳା ଥାନାସ୍ଥ ରାଜଲକୋଣ୍ଡା ଗ୍ରାମରେ। ମାସେ ମାଢି ଓରଫ ସୁନୀ କାଲିମେଳା ଦଳମର ମହିଳା ପାର୍ଟି ମେମ୍ବର, ତାଙ୍କ ଘର ରାଜଲକୋଣ୍ଡା, ଅନ୍ୟଜଣେ ହେଲେ କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଅଞ୍ଚଳର ମହିଳା ମାଓବାଦୀ ସୀମା କେଡ୍ରାକା ଓରଫ ଶୁଶିଳା ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ମେମ୍ବର ଓ କାଲିମେଳା ଦଳମ ମେମ୍ବର ଭାବେ କାମକରୁଥିଲେ। ଅନ୍ୟ ୩ଜଣ ନିହତ ମାଓବାଦୀଙ୍କ ପରିଚୟ ମିଳି ପାରି ନାହିଁ। ସେହି ଜଙ୍ଗଲରେ ରକ୍ତ ଛିଟା ଓ ଶବ ଘୋଷରା ଦାଗ ଦେଖି ଗୁଳି ବିମୟରେ ଅଧିକ ମାଓବାଦୀ ମୃତା ଆହତ ହୋଇଥିବାର ପୁଲିସ ସନ୍ଦେହ କରି ସେହି ଜଙ୍ଗଲରେ ଆଜି ସଂନ୍ଧ୍ୟା ପର୍ଯ୍ୟନ୍ତ ସର୍ଚଅପରେସନ ଚଳାଇଥିଲେ। ଏହା ଦୁର୍ଗମ ଅପହଁଚ ଇଲାକା ହୋଇଥିବାରୁ ସେଠାରେ ମୋବାଇଲ ଫୋନ ଲାଗୁନଥିବାରୁ ସଠିକ ବିବରଣୀ ହସ୍ତଗତ ହୋଇପାରିନାହିଁ। ଆଲୁରକୋଟା, ସନ୍ୟାସିଗୁଡା ଜଙ୍ଗଲ ଦୁର୍ଗମ ବିଛିନ୍ନାଚଂଳ ହୋଇଥିବାରୁ ସେଠାରୁ ଟିମ ମାଲକାନଗିରି ପହଁଚିବାରେ ବିଳମ୍ବ ହେଉଛି, ଟିମ ଫେରିବା ପରେ ସଠିକ ଘଟଣା ଜଣାପଡିବ, ସେ ଜଙ୍ଗଲରେ ମାଓବାଦୀ ମାନେ କୌଣସି ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଗୁପ୍ତବୈଠକ ଚଳାଇଥିଲେ, ସେମାନଙ୍କ ଯୋଜନାକୁ ପୁଲିସ ପଣ୍ଡକରିଦେଇଛି। ଏବେ ବି ସେ ଜଙ୍ଗଲ ସହିତ ଆନ୍ଧ୍ର ଓଡିଶା ସୀମାନ୍ତ ବର୍ତି ଅଚଂଳରେ କଂମ୍ବି ଅପରେସନ ସହ ବ୍ୟାପକ ସର୍ଚ ଅପରେସନ ଚାଲୁରହିଛି, ଅପରେସନ ଟିମ ମାଲକାନଗିରି ହେର୍ଡ କ୍ୱାଟରକୁ ଫେରିବା ପରେ ସଠିକ ତଥ୍ୟ ଜଣାପଡିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି। ଗତ ମଇ ମାସ ୧୮ତାରିଖରେ ସ୍ୱାଭିମାନ ଅଚଂଳ ଜୋଡାଆମ୍ବ ଜଙ୍ଗଲରେ ମାଓବାଦୀ ପୁଲିସ ଗୁଳିବନିମୟରେ ଜଣେ କ୍ୟର୍ଡର ମାଓବାଦୀଙ୍କ ଓ ଅକ୍ଟୋବର ମାସରେ ରାମଗୁଡାଙ୍ଗଲରେ ଏଓବି ମାଓବାଦୀ ସଂପାଦକ ଉଦୟଙ୍କ ପତ୍ନୀ ମୀନା ଙ୍କର ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା। ଗତ କିଛି ମାସହେଲା ଜିଲ୍ଲା ପୁଲିସ ଆନ୍ଧ୍ର ଗ୍ରେହାଉଣ୍ଡଙ୍କ ମିଳିତି କମ୍ବିଂ ଅପରେସନରେ ସ୍ୱାଭିମାନ ଅଚଂଳରେ ମାଓବାଦୀଙ୍କ ଗଡ ଧ୍ୱସଂ ହେବା ସହିତ ମାଓବାଦୀଙ୍କ ହିଂସା ହ୍ରାସପାଇଥିବାର ଜଣାପଡିଛି। ଆଜିର ଘଟଣା ମାଲକାନଗିରି ଜିଲ୍ଲା ପୁଲିସ ପାଇଁ ଏକ ବଡ ଧରଣର ସଫଳାତା ଆଣିଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.